ବର୍ଷାଜଳ ଅମଳ ପ୍ରକଳ୍ପ ଦିଗହରା

କେନ୍ଦୁଝର,୨୬।୨(ସ୍ବ.ପ୍ର.): କୋଭିଡ୍‌ ମହାମାରୀ ୨୦୨୦ ସମୟରେ ସହରାଞ୍ଚଳ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର (ମୁକ୍ତା) ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ କେନ୍ଦୁଝର ପୌରପାଳିକାରେ ବିଭିନ୍ନ ପ୍ରକାରର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ତନ୍ମଧ୍ୟରୁ ବର୍ଷା ଜଳ ସଂରକ୍ଷଣ ପାଇଁ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟାରମ୍ଭ କରାଯାଇଥିଲା। ଯୋଜନା ଅନ୍ତର୍ଗତ ପୌରପାଳିକାରେ ହୋଇଥିବା ପ୍ରକଳ୍ପ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିମ୍ନମାନର କାମ ଯୋଗୁ ଅନେକ ଭାଙ୍ଗିିରୁଜି ଗଲାଣି। ଦୁର୍ନୀତି ଯୋଗୁ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିଲାନାହିଁ ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ ଅଭିଯୋଗ କରିଛନ୍ତି।
ଅନୁଯାୟୀ, କ୍ୟାଚ ଦି ରେନ-୨୦୨୨ ଅଧୀନରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ରାୟ ୨୦ ହଜାର ଜଳ ଅମଳ ପ୍ରକଳ୍ପ କରାଯାଇଛି। ଗୋଟିଏ ପ୍ରକଳ୍ପରେ ୨୬ ରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ ହୋଇଛି। ଏଥିରେ କେନ୍ଦୁଝରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ୨୬୦ଟି ପ୍ରକଳ୍ପ ହୋଇଥିଲା। ନିୟମ ଅନୁଯାୟୀ, ପ୍ରକଳ୍ପରେ ୬ଟି ରିଙ୍ଗ(ନନ୍ଦ) ଲଗାଯାଇ ୧୫ଫୁଟ ଲମ୍ବ ପ୍ରକଳ୍ପ ହେବ। ଗାତ ଖୋଳି ରିଙ୍ଗ ପକାଯିବା ପରେ ପ୍ରଥମେ ୨୦ ଏମ୍‌ଏମ୍‌ ମେଟାଲ, ଦେଢଫୁଟ ୨୦ ଏମ୍‌ଏମ୍‌ ଚିପ୍ସ, ଦେଢ ଫୁଟ ୧୦ ଏମ୍‌ଏମ୍‌ ଚିପ୍ସ ପରେ ବାକି ବାଲି ଦିଆଯିବ। ମାଟି ଉପରକୁ ଅଧା ଫୁଟ୍‌ ରିଙ୍ଗ ରହିବ। ଉଚ୍ଚ ଥିବା ସ୍ଥାନରେ ନ କରି ଖାଲଥିବା ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ ହେବା ନିୟମ ରହିଛି। ମାତ୍ର ଏହିସବୁ ନିୟମ ପାଳନ ହୋଇ ନ ଥିବା ଅଭିଯୋଗ ହେଉଛି। ଏପରିକି ଉଚ୍ଚ ସ୍ଥାନରେ ଓ ନିମ୍ନମାନର ପ୍ରକଳ୍ପ ନିର୍ମାଣ ହୋଇଥିବାରୁ ପାଣି ରହୁନାହିଁ। ୪ ନଂ. ୱାର୍ଡର ହୁଡକୋ କଲୋନୀରେ ଉଚ୍ଚ ସ୍ଥାନରେ ଏକାଧିକ ପ୍ରକଳ୍ପ କରାଯାଇ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଛି। ଯୋଜନା ପାଇଁ ରାଜ୍ୟ ସରକାର ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ପୁରସ୍କୃତ ହୋଇଥିଲେ। ମାତ୍ର କେନ୍ଦୁଝରଗଡ଼ ପୌରପାଳିକା ସମେତ ଜିଲାର ଅନ୍ୟାନ୍ୟ ପୌରାଞ୍ଚଳରେ ହୋଇଥିବା କାମର ଅନୁଧ୍ୟାନ କଲେ ଏହାର ବାସ୍ତବ ଚିତ୍ର ଜଣାପଡ଼ିବ ବୋଲି ସାମାଜିକ କର୍ମୀ ସାହୁ କହିଛନ୍ତି। ଏନେଇ ଦାୟିତ୍ୱରେ ଥିବା ଅଧିକାରୀ ଦେବାଶିଷ ପଲେଇ କହିଛନ୍ତି, ବର୍ଷା ଦିନ ପୂର୍ବରୁ ସବୁ ପ୍ରକଳ୍ପଗୁଡ଼ିକର ମରାମତି ହେବ ଏବଂ କାର୍ଯ୍ୟକ୍ଷମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?