ହଷ୍ଟେଲରୁ ୪ ଛାତ୍ର ନିଖୋଜ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶୁକ୍ରବାରଠାରୁ ନିଖୋଜ ହୋଇଥିବା ୪ ଛାତ୍ରଙ୍କ ପତ୍ତା ମିଳିନାହିଁ। ଏନେଇ ସେମାନଙ୍କ ପରିବାର ଲୋକ ଶନିବାର ଖବର ପାଇ କେନ୍ଦୁଝରକୁ ଆସି ଖୋଜାଖୋଜି କରି କୌଣସି ସୂଚନା ନ ପାଇ ସନ୍ଧ୍ୟାରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସନ୍ଧ୍ୟାରେ ଥାନାରେ ନିଖୋଜ ହୋଇଥିବା ନେଇ ଅଭିଯୋଗ ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଖୋଜମାନେ ହେଲେ ହରିଚନ୍ଦନପୁର ବ୍ଲକର ଚନ୍ଦନ ପରିଡ଼ା, ସଦର ବ୍ଲକର ଧର୍ମନନ୍ଦନ ମହାନ୍ତ, ଯଯାତି କେଶରୀ ମହାନ୍ତ ଓ ନିରଞ୍ଜନ ମହାନ୍ତ। ସମସ୍ତେ ହଷ୍ଟେଲରେ ରହି ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢୁଥିଲେ। ତେବେ କେଉଁ କାରଣରୁ ଚାଲିଗଲେ ତାହା ପରିବାର ଲୋକ ସଠିକ୍‌ ଜାଣି ପାରି ନ ଥିବା ବେଳେ ପୋଲିସ ଉକ୍ତ ଅନୁଷ୍ଠାନକୁ ଯାଇ ସିସିଟିଭି କ୍ୟାମେରା, ମୋବାଇଲ କଲ୍‌ ଯାଞ୍ଚ, ଅନ୍ୟ ପିଲାଙ୍କ ମତାମତ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏନେଇ ଅନୁଷ୍ଠାନର ମୁଖ୍ୟ ଜିତେନ କ୍ରିଷ୍ଣା ଦାନି କହିଛନ୍ତି, ୪ ଜଣ ପିଲା ହଷ୍ଟେଲରୁ ଗତକାଲି ରାତିରେ କାହାକୁ ନ ଜଣାଇ ପଳାଇ ଯାଇଛନ୍ତି। ଏଣୁ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିବାକୁ ଆସିଛନ୍ତି। ସେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଟାଉନ ଥାନାରେ ଏ ନେଇ ଲିଖିତ ଜଣାଇଛନ୍ତି। ଅନ୍ୟପକ୍ଷରେ ଟାଉନ ଥାନା ଅଧିକାରୀ ସୁନୀଲ କର କହଛନ୍ତି, ଅଭିଭାବକ ଏବଂ ସ୍କୁଲ ପକ୍ଷରୁ ପିଲାମାନେ ନିଖୋଜ ହୋଇଥିବା ନେଇ ଅଭିଯୋଗ ମିଳିଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାନୁମତି ପରିଡ଼ା କହିଛନ୍ତି, ତାଙ୍କ ପୁଅ ଏହି ସ୍କୁଲରେ ପଢୁଥିଲେ। ସେ ଅନ୍ୟମାନଙ୍କ ସହିତ ନିଖୋଜ ହୋଇ ଯାଇଥିବା ସ୍କୁଲରୁ ଖବର ପାଇ ଆସି ଥାନାରେ ଜଣାଇଛୁ। ଅନ୍ୟ ଜଣେ ଅଭିଭାବକ ଅଚ୍ୟୁତ ପରିଡ଼ା କହିଛନ୍ତି, ତାଙ୍କ ପୁଅ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ସେ ନିଖୋଜ ହୋଇଥିବା ଖବର ସ୍କୁଲରୁ ମିଳିବା ପରେ ହଷ୍ଟେଲ ପହଞ୍ଚି ଖୋଜାଖୋଜି କଲୁ। ଏପରିକି ଷ୍ଟେଶନ ତଥା ଅନ୍ୟ ସ୍ଥାନକୁ ଯାଇ ଖୋଜା ଖୋଜି କରି ନ ପାଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ସେଭଳି କୌଣସି ସୂଚନା ପିଲାଙ୍କ ଠାରୁ ପାଇ ନ ଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri