ଆମେ ମାଓବାଦୀ ସଂଗଠନରେ ଯୋଗଦେବୁ
କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ଆମକୁ ପୋଲିସ ନ୍ୟାୟ ଦେଉନାହିଁ। ପକ୍ଷପାତିତା କରି ଆକ୍ରମଣକାରୀଙ୍କୁ ନ ଧରି ଆମକୁ ଗିରଫ କରୁଛି। ଏଣୁ ଆମେ ସୁରକ୍ଷିତ ନାହୁଁ। ନ୍ୟାୟ ମିଳୁ ନ ଥିବାରୁ ମାଓବାଦୀ ସଂଗଠନରେ ଯୋଗଦେବାକୁ ଯାଉଛୁ। ଏଭଳି କହିଛନ୍ତି ଯୋଡ଼ା ଥାନା ଅନ୍ତର୍ଗତ…
ସ୍ତ୍ରୀ ହତ୍ୟାକରୀଙ୍କୁ ଆଜୀବନ ଜେଲ୍
କେନ୍ଦୁଝର, ୨୮।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ସୋମବାର ଏକ ହତ୍ୟା ମାମଲା ଶୁଣାଣି କରିଛନ୍ତି। ଏହି ଘଟଣାରେ ତେଲକୋଇ ଥାନା ବଡଖମଣର ବାବୁଲି ମଲ୍ଲାର ନାମକ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦…
ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ଚାଲିଗଲା ଜୀବନ: ୨ ସାଙ୍ଗ ଗୁରୁତର
ବଡ଼ବିଲ/ଯୋଡ଼ା,୨୭।୧୧(ସ୍ବ.ପ୍ର./ଡି.ଏନ୍.ଏ): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ୧୦ ନମ୍ବର ରାଜ୍ୟ ରାଜପଥ ସେରେଣ୍ଡାଠାରେ ହାଇଓ୍ବା ପଛକୁ ବୋଲେରୋ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଯୋଡ଼ା ଥାନା ଏଫଏପି…
ସୁରକ୍ଷାରେ ତ୍ରୁଟି: ଦୁର୍ଘଟଣା ପରେ କାରଖାନା ପରିସରରେ ଯାଞ୍ଚ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁରଠାରେ ଥିବା ଏଏସ୍ଏଲ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ ପିଲେଟ ଏବଂ ବେନିଫିକେଶନ କାରଖାନା ପରିସରରେ ଗତ ଗୁରୁବାର ଏକ ଲୁହାପଥର ଗୁଣ୍ଡ ବୋଝେଇ ଏକ ଟିପର ଦୁର୍ଘଟଣା ଘଟି ଜଣେ ଟିପର ଚାଳକଙ୍କ ମୃତ୍ୟୁ ଘଟିଥିଲା।…
ଖସୁଛି ତାପମାତ୍ରା, ବୃଦ୍ଧି ପାଉଛି ଶୀତ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଥଣ୍ଡା କ୍ରମଶଃ ବୃଦ୍ଧି ପାଉଛି। ବିଶେଷକରି ରାତିରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ୩ ଦିନ ପରେ ତାପମାତ୍ରା ୧୦ ଡିଗ୍ରୀକୁ ପୁଣି ଥରେ ଖସିଛି। ରାତି ୧୦ଟା ପରେ ରାସ୍ତାଘାଟ ଶୂନଶାନ୍…
ଅଚଳ ହୋଇପଡ଼ିଛି ଡିଜିଟାଲ କିଓସ୍କ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡିଏମ୍ଏଫ୍ ଅର୍ଥରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷାଧିକ ଟଙ୍କା ବ୍ୟୟର ଡିଜିଟାଲ କିଓସ୍କ କାମରେ ଲାଗୁନି। ଦୀର୍ଘ ମାସ ହେଲା ଏହା ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଆସୁଥିବା ରୋଗୀ…
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା
ଘସିପୁରା,୨୬ା୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ବଳରାମପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୪ ବଖରା ଘର ଧ୍ୱଂସ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ
ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ…
ନୂଆରୂପ ପାଇବ କାନଝରୀ, ସାଳନ୍ଦୀ ଡ୍ୟାମ
କେନ୍ଦୁଝର,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ କାନଝରୀ ଡ୍ୟାମ ଓ ହାଟଡିହୀ ବ୍ଲକ୍ର ସଳନ୍ଦୀ ଡ୍ୟାମ (ବିଦ୍ୟାଧରପୁର ବ୍ୟାରେଜ) ନୂଆରୂପ ପାଇବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳଭଣ୍ଡାର ପାରିପାର୍ଶ୍ୱିକ ଉନ୍ନୟନ ସ୍କିମ୍ରେ ଏହି ଦୁଇ ଡ୍ୟାମରେ ୨ କୋଟି ଟଙ୍କା…
ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ବନ୍ଧାହେଲେ ୩ ଅଭିଯୁକ୍ତ
ବଡବିଲ,୨୫।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏକ ହୋଟେଲରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ନ୍ୟୁ ମାର୍କେଟ ଅଞ୍ଚଳରେ ରହୁଥିବା…
ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ
ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା ବିଭିନ୍ନ ଦାବି ପୂରଣ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ,…
ଖେଣ୍ତରାରେ ଚାଲୁଛି ବେଆଇନ କୁକୁଡ଼ା ଲଢ଼େଇ
କେନ୍ଦୁଝର,୨୫ା୧୧(ସ୍ବ.ପ୍ର): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍ ଖେଣ୍ତରା ଗ୍ରାମର ଶାଳ ଜଙ୍ଗଲରେ ଦୀର୍ଘ ଦିନ ହେବ ବେଆଇନ କୁକୁଡ଼ା ଲଢ଼େଇ ହେଉଛି। ଫଳରେ ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଏହାକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ…
Archives


