କେନ୍ଦୁଝର

ମହିଳା ଆଇନଜୀବୀଙ୍କୁ ଜେଲରଙ୍କ ଦୁର୍ବ୍ୟବହାର, ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୪ା୧(ସ୍ବ.ପ୍ର.): ବୁଧବାର ଆଇନଜୀବୀ ଜଗଜିତା ଦାଶ ଓ ଅନ୍ୟ ଜଣେ ଜେଲକୁ ତାଙ୍କର ଜଣେ ମହକିଲଙ୍କୁ ଦେଖା କରିବା ପାଇଁ ଯାଇଥିବାବେଳେ ଜେଲର ମନସ୍ବିନୀ ନାୟକ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଭେଟିବାକୁ ଦେଇ ନ ଥିବା…

ପୋଲିସ ନଜରବନ୍ଦୀରେ ପୁରୁଷବନ୍ଧୁ

ଯୋଡ଼ା, ୪ା୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁର ୩ଦିନ ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିପାରୁନି। ବ୍ୟବଚ୍ଛେଦ ପରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବାବେଳେ ଅଧିକ ସ୍ପଷ୍ଟ ପାଇଁ…

ଜଳଖିଆ ପାଇଁ ତେଲ ଗରମ କରିଥିଲେ ବାପା, କଡ଼େଇରେ ପଡ଼ି ଶିଶୁ କନ୍ୟା ଗୁରୁତର

ଆନନ୍ଦପୁର,୩।୧(ଡି.ଏନ୍‌.ଏ.): ବାପା ଜଳଖିଆ ଛାଣୁଥିବା ବେଳେ ଗରମ ତେଲରେ ପଡ଼ିଗଲେ କୁନି ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଖାଲପାଳ ଗ୍ରାମରେ। ଗ୍ରାମର ସମ୍ବରା ମୁର୍ମୁ ଜଳଖିଆ ଛାଣିବାକୁ ତେଲ ଗରମ କରୁଥିଲେ। ଏହି ସମୟରେ…

୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ ୬ ଓ ୭ ଦୁଇଦିନ ଧରି ଟ୍ରଫି କେନ୍ଦୁଝର ଜିଲା ପରିକ୍ରମା କରିବ। ଟ୍ରଫିକୁ…

ଲେସର ହୁଇଷ୍ଟଲିଙ୍ଗଙ୍କ ଜଳକ୍ରୀଡ଼ା

କେନ୍ଦୁଝର,୩।୧(ସ୍ବ.ପ୍ର.) କେନ୍ଦୁଝରଗଡ଼ ପୌରପାଳିକାର ମାଧପୁରଠାରେ ଥିବା କୃଷି ବିଭାଗର ଫାର୍ମ ପୋଖରୀରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି। ଲେସର ହୁଇଷ୍ଟଲିଙ୍ଗ ଡକ୍‌ ନାମକ ଏହି ପକ୍ଷୀ ପ୍ରଥମ ଥର ପାଇଁ କେନ୍ଦୁଝରକୁ ଏତେ ସଂଖ୍ୟାରେ ଆସିଥିବା କୁହାଯାଉଛି।…

ଢେଙ୍କିକୋଟ୍‌କୁ ଥାନା ମାନ୍ୟତା ଦାବି

ଢେଙ୍କିକୋଟ,୩ା୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନସ୍ଥ ଢେଙ୍କିକୋଟ ପୋଲିସ ବିଟ୍‌ ହାଉସକୁ ୪୦ ବର୍ଷ ପୁରିଲା। ମାଓବାଦୀ ଚଳପ୍ରଚଳକୁ ନଜରରେ ରଖି ଘଟଗାଁ ଥାନା ଅଧୀନରେ ବିଟ୍‌ ହାଉସ ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନ ମାଓବାଦୀଙ୍କ ଚଳପ୍ରଚଳ କମିଥିଲେ ମଧ୍ୟ ଚୋରି,…

ଆବାସ କାର୍ଯ୍ୟ ଶୀଘ୍ର ସାରିବାକୁ ପ୍ରଶାସନର ତାଗିଦା

ଆନନ୍ଦପୁର,୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ଶୀଘ୍ର ଗୃହ କାର୍ଯ୍ୟ କରିବାକୁ କିଛିଦିନ ଧରି ଡାକବାଜି ଯନ୍ତ୍ର ଯୋଗେ ତାଗିଦା କରାଯାଉଛି। ଏଭଳି ପରିସ୍ଥିତିରେ ଆନନ୍ଦପୁରରେ ବାଲି ମିଳୁ ନ ଥିବାରୁ ହିତାଧିକାରୀଙ୍କ…

ଯୁବକଙ୍କୁ ଦଳିଦେଲା ଦନ୍ତା

ଝୁମ୍ପୁରା/ଚମ୍ପୁଆ,୨ା୧(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ, ବାଲିବନ୍ଧ ଫରେଷ୍ଟ ସେକ୍ସନ ନିଶ୍ଚିନ୍ତପୁର ଗ୍ରାମ ଜଙ୍ଗଲରେ ଜଣେ ଯୁବକଙ୍କୁ ଦନ୍ତା ଦଳିଦେଇଛି। ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗ୍ରାମର ଭୀମ ମୁଣ୍ଡା (୪୫)। ମୃତକଙ୍କ ପରିବାରଙ୍କୁ ସମସ୍ତ ସହାୟତା…

ମାସେ ହେଲା ନଳକୂପ ଅଚଳ, ନଦୀପାଣି ଉପରେ ଭରସା

ଆନନ୍ଦପୁର/କଣ୍ଟିପାଳ,୨।୧(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତ ବରବେଡ଼ା ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସର୍ବସାଧାରଣରେ ବ୍ୟବହାର ପାଇଁ ଥିବା ନଳକୂପ ମାସେ ହେଲା ଅଚଳ ହୋଇପଡିଛି। ନୂଆ ନଳକୂଅର ଖୋଳା କାର୍ଯ୍ୟ ୨ମାସ ହେବ ଶେଷ…

୫୫ ହଜାର ପ୍ଲଟ୍‌ରେ ହୋଇନି ଚାଷ

କେନ୍ଦୁଝର,୨ା୧(ସ୍ବ.ପ୍ର.):କେନ୍ଦୁଝର ଜିଲାରେ ଚଳିତ ବର୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଜାଲ୍‌ ପଞ୍ଜୀକରଣ କରାଯାଇଛି। ପଞ୍ଜୀକୃତ ଜମିରେ ଧାନ ଚାଷ ହୋଇନାହିଁ। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ସର୍ଭେରେ ଉକ୍ତ ତଥ୍ୟ ଜଣାପଡ଼ିଛି। ମାତ୍ର କେତେଜଣ ଚାଷୀ ସେମାନଙ୍କ ପଞ୍ଜୀକରଣ କରିଥିବା ପ୍ଲଟ୍‌ ମୁତାବକ…

ରୋଗୀଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

କେନ୍ଦୁଝର,୨ା୧(ସ୍ବ.ପ୍ର):ବିଳମ୍ବିତ ରାତିରେ ଜଣେ ରୋଗୀଙ୍କୁ କଟକରୁ ଆଣି ଆମ୍ବୁଲାନ୍ସ ଅଧା ରାସ୍ତାରେ ଛାଡ଼ି ପଳାଇଥିଲା। ରୋଗୀଙ୍କ ସମ୍ପର୍କୀୟ ଏକ ଭଡ଼ା ଗାଡ଼ି କରି ରୋଗୀଙ୍କୁ ନେଇ ଘରକୁ ଫେରିଥିବା କହିଛନ୍ତି। ଏହି ଘଟଣାକୁ ରୋଗୀଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିବା ସହ…

ଦୁର୍ଘଟଣାରେ ଚାଲିଗଲା ଜୀବନ

ପାଟଣା,୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟଣା ଥାନା ଟଭାସରୁଆ ଗ୍ରାମର ସାୟଦ ମହାକୁଡ଼(୨୫)। ଖବର ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri