ମଧ୍ୟାହ୍ନଭୋଜନ ଖାଇ ୧୨ ଛାତ୍ରୀଛାତ୍ର ଅସୁସ୍ଥ
ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ଭାଲୁଘର ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୧୬ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୁତାବକ, ସ୍କୁଲରେ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନଭୋଜନ…
ଡାକ୍ତରୀମାଇନା ପାଇଁ ୧୨ ଘଣ୍ଟା ଅପେକ୍ଷା
କେନ୍ଦୁଝର,୨୨।୧(ସ୍ବ.ପ୍ର.): କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାର ସୀମା ବିବାଦକୁ ନେଇ ସେ ପୋଲିସ ଭ୍ୟାନ୍ରେ ଦିନ ସାରା ବସି ରହିବାକୁ ନେଇ…
ଟ୍ରକ୍ ଚୋରି ଅଭିଯୋଗରେ ୪ ଗିରଫ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝର ସଦରଥାନା ପୋଲିସ ଶନିବାର ଏକ ଟ୍ରକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଏମ୍ଡି ଶେହଜାଦା ଆଲାମ(୨୩), ସାୟାନଓ୍ବାଜ ଖାନ(୨୬) ଏମ୍ଡି ସାହିଦ ଆଫ୍ରିଦ(୨୫) ଏମ୍ଡି ଆସଲାମ(୩୦)। ସେମାନଙ୍କର ଘର…
ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର। ଏହି…
ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ…
ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ୧୦ ଘଣ୍ଟା ଅପେକ୍ଷା
କେନ୍ଦୁଝର,୨୧ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ପୀଡ଼ିତାଙ୍କୁ ୧୦ ଘଣ୍ଟା ପୋଲିସ ଭ୍ୟାନ୍ରେ ଅପେକ୍ଷା କରିବାକୁ ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରଖାନାର…
ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): ନିଜ ସହକର୍ମୀଙ୍କ ସହ ଗତ ୩୧ ତାରିଖ ରାତିରେ ଜିରୋ ନାଇଟ୍ ସେଲିବ୍ରେଶନ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ବାସଭବନରୁ ବନ୍ଦ୍ କୋଠରିରୁ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ…
ତୃଣମୂଳସ୍ତରରେ ଭାଜପାକୁ ମଜଭୁତ କର: କେନ୍ଦ୍ରମନ୍ତ୍ରୀ
ପାଟଣା,୨୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ପଡ଼ିଆରେ ଶନିବାର ଭାଜପାର ନିର୍ବାଚନମଣ୍ଡଳୀସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ୍ ସବୁଜ ମହାନ୍ତ ବର୍ମାଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ…
୨୪ ପାଇଁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ
ପାଟଣା,୨୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍ ମଲାରପଦା ପଞ୍ଚାୟତର ଖୁଣ୍ଟାପିଙ୍ଗୁଠାରେ ଭାଜପାର ବୁଥ୍ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ବୁଥ୍ର ଏକ ହଜାରରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ…
ଭୀମକୁଣ୍ଡରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ
ପାଟଣା/ଠାକୁରମୁଣ୍ଡା,୨୧ା୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଞ୍ଚାୟତ ବାଲିଯୋଡ଼ି ମୌଜାସ୍ଥିତ ପ୍ରାଚୀନ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡଠାରେ ସାନ୍ତାଳୀ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ତହସିଲ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍ ଅଧୀନ…
୨ ଡାକ୍ତରଖାନା ଦାୟିତ୍ୱରେ ଜଣେ ଅଧିକାରୀ
କେନ୍ଦୁଝର,୨୧ା୧(ସ୍ବ.ପ୍ର.): କର୍ମଚାରୀ ଅଭାବ ଆଳରେ କେନ୍ଦୁଝର ଜିଲାର ପଦ୍ମପୁର ଓ ବାଂଶପାଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଜଣେ ଡାକ୍ତର(ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ରୋଗୀଙ୍କୁ ଠିକ୍ ଭାବରେ ସ୍ବାସ୍ଥ୍ୟସେବା ମିଳିପାରୁନାହିଁ। ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ…
ଶିକ୍ଷକ ଅନିରୁଦ୍ଧ ସ୍ବାଇଁ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅନଶନ
ହାଟଡିହୀ,୨୦ା୧(ଡି.ଏନ୍.ଏ.): ୨୦୨୨ ନଭେମ୍ବର ୧୪ରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ହାଇସ୍କୁଲର ଶିକ୍ଷକ ଇଞ୍ଚଳ ଗ୍ରାମର ଅନିରୁଦ୍ଧ ସ୍ବାଇଁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରୈଗାଁଠାରେ ଥିବା ତାଙ୍କ ଭଡ଼ାଘରୁ ଉଦ୍ଧାର ହୋଇଥିଲା। ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ଅଭିଯୋଗକୁ ଭିତ୍ତି…
Archives


