ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ମହିଳା କମିଶନର ଦ୍ୱାରସ୍ଥ ହେଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କେନ୍ଦୁଝରର ସାମାଜିକ କର୍ମୀ ରୋଜାଲିନ ସାହୁ (ନୈନା)ଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା  ପାଇଁ ଶନିବାର ନୈନାଙ୍କ ମା’ ରେବତୀ ସାହୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଡାକ ଯୋଗେ ନିଜ ଅଭିଯୋଗ ପତ୍ର ପଠାଇ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏତଦ୍‌ ବ୍ୟତୀତ ସେ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କ ନିକଟକୁ ମଧ୍ୟ ଅଭିଯୋଗପତ୍ର ପଠାଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ନୈନାଙ୍କ ପିତା ମାତା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସ୍‌ପି, କ୍ରାଇମ୍‌ ଡିଏସ୍‌ପି ଉପାସନା ପାଢ଼ୀଙ୍କୁ ତଦନ୍ତ ଭାର ଦେଇଛନ୍ତି।

ଘଟଣାରୁ ପ୍ରକାଶ, ଡିସେମ୍ବର ୧୧ ତାରିଖରେ ଘଟଗାଁ ଥାନା ବାଇପାସ ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ନୈନା ଗୁରୁତର ହେବା ଏବଂ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଡିସେମ୍ବର ୨୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଗାଁ ପୋଲିସ ଜାନୁୟାରୀ ୨ରେ କେସ୍‌ ନଂ ୧/୨୩ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା। ଘଟଣା ଦିନ ବାଇକ୍‌ରେ ନୁହେଁ ସ୍କର୍ପିଓରେ ଝିଅକୁ ଡାକି ନେଇଥିବାବେଳେ ବାଇକ୍‌ ଦୁର୍ଘଟଣାରେ ଝିଅର ମୃତ୍ୟୁ ନେଇ ପରିବାର ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଅଭିଯୋଗ ଅନୁଯାୟୀ, ଝିଅର ଦୁର୍ଘଟଣା ଅପରାହ୍ନ ୨ଟା ୩୦ରେ ହୋଇଥିବାବେଳେ ପରିବାର ଲୋକଙ୍କୁ ସା ୬ଟା ୩୦ରେ ସଞ୍ଜୟ ମହାନ୍ତି ଫୋନ୍‌ ଯୋଗେ ଜଣାଇଥିଲେ। ବିଳମ୍ବରେ ପରିବାର ଲୋକଙ୍କୁ ସୂଚନା ଦେଇଥିବାରୁ ପ୍ରକାଶ ମଲ୍ଲିକ ଏବଂ ଅନ୍ୟମାନଙ୍କ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ। ସେହିପରି ହାଟଡିହୀକୁ ଏକ ସମାଜସେବା କାର୍ଯ୍ୟକ୍ରମକୁ ସ୍କର୍ପିଓରେ ଯିବା କହି ପ୍ରକାଶ ମଲ୍ଲିକ ଝିଅକୁ ଘରୁ ଡାକି ନେଇ ଯାଇଥିବାବେଳେ ବାଇକ ଦୁର୍ଘଟଣା ଘଟିଥିବା କହିବା ଘଟଣାକୁ ବିଶ୍ୱାସ କରୁନାହାନ୍ତି ପରିବାର ଲୋକ। ସେହିପରି ଉକ୍ତ ଦିନ ଜାତୀୟ ରାଜପଥ ୨୦ ଘଟଗାଁ ବାଇପାସ ରାସ୍ତାରେ ସେଭଳି କୌଣସି ଦୁର୍ଘଟଣା ହୋଇ ନ ଥିବା ଆଖପାଖ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ। ପୋଲିସ ପକ୍ଷରୁ ଉକ୍ତ ଦିନର ଖଣ୍ଟଘର ଟୋଲ୍‌ ଗେଟ ଫୁଟେଜ ପାଇଁ ଟୋଲଗେଟ୍‌ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଜବତ ବାଇକ୍‌ର ସମ୍ପୂର୍ଣ୍ଣ ବିବରଣୀ ପାଇଁ କେନ୍ଦୁଝର ଆର୍‌ଟିଓ ଏବଂ କଲ୍‌ ରେକର୍ଡ ଯାଞ୍ଚ ପାଇଁ ଟେଲିଫୋନ କମ୍ପାନୀକୁ ଚିଠି କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପ୍ରେମିକଙ୍କୁ ହତ୍ୟା କରି ପୋତିଦେଲେ

ଜଗନ୍ନାଥପ୍ରସାଦ,୧୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସୁଗୁମୁ ଗ୍ରାମର ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଘରୁ ଡାକି ନେଇ ହତ୍ୟା କରାଯାଇଛି। ମୃତକ...

ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ୫ଟି ଉପରେ କଲେ ସମୀକ୍ଷା

ବ୍ରହ୍ମପୁର ଅଫିସ,୮।୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ୫ଟି ପୋଲିସ ଜିଲାର...

ଓଡ଼ିଶା ଲୋକ ଭୋଟ ଦେଲେ ପଶ୍ଚିମବଙ୍ଗରେ

ଭୋଗରାଇ,୨୭।୩(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ...

ଆର.ଉଦୟଗିରି-ଶରଳାପଦର ରାସ୍ତା ମରଣଯନ୍ତା

ଆର.ଉଦୟଗିରି,୬ା୯(ଡି.ଏନ.ଏ.): ଆର.ଉଦୟଗିରି ଥାନା ଶରଳାପଦରରୁ ଆର.ଉଦୟଗିରି ରାସ୍ତା ମରଣଯନ୍ତା ପାଲଟିଛି। ୨୦୦୮ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା କାମ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି।...

ଅଙ୍ଗନଓ୍ବାଡି କେନ୍ଦ୍ରରେ ବଢୁଛି ପିଲାଙ୍କ ଉପସ୍ଥାନ

ସୋରଡ଼ା,୧୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଆଦିବାସୀ ବହୁଳ ଗୋଛା ଅଞ୍ଚଳର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଏବେ ଶିଶୁମାନଙ୍କର ଉପସ୍ଥାନ ପ୍ରତ୍ୟହ ବଢୁଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟ...

ଦୋଳଯାତ୍ରା ବେଳେ ବାଣ ଫୁଟି ୮ ଆହତ

ଧରାକୋଟ/ ଆସିକା,୧୬ା୩(ଡି.ଏନ.ଏ.) ଗଞ୍ଜାମ ଜିଲା ଧରାକୋଟ ଥାନା ଢଉଗଁା ପଞ୍ଚାୟତ କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶନିବାର ରାତିରେ ପୌରାଣିକ ନାଟକ ପରିବେଶଣ କରାଯାଉଥିଲା।...

କଳା ଶୁଣାଇଥାଏ ଜୀବନର ଗାଥା

ବନ୍ତ,୧୨।୧୨(ଡି.ଏନ.ଏ.)- ଜୀବନ ପାଇଁ କଳା ଅପରିହାର୍ଯ୍ୟ। କଳା ସଂସ୍କୃତିରେ ମଣିଷ ଜୀବନର ଅନୁଭବ ହସକାନ୍ଦ ଫେଣ୍ଟି ହୋଇ ରହିଥାଏ। କଳା ପାଇଁ ସାଧନାର ପଥ ବାଛି...

Advertisement
Archives

Model This Week