ଡାକ୍ତରୀମାଇନା ପାଇଁ ୧୨ ଘଣ୍ଟା ଅପେକ୍ଷା

କେନ୍ଦୁଝର,୨୨।୧(ସ୍ବ.ପ୍ର.): କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଡାକ୍ତରଖାନାର ସୀମା ବିବାଦକୁ ନେଇ ସେ ପୋଲିସ ଭ୍ୟାନ୍‌ରେ ଦିନ ସାରା ବସି ରହିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରକାଶଯୋଗ୍ୟ, ଗତ ୧୯ ତାରିଖ (ଗୁରୁବାର) ସକାଳେ ପୀଡ଼ିତାଙ୍କୁ ଧରି ପୋଲିସର ଏକ ଟିମ୍‌ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ପରୀକ୍ଷା କରିବାକୁ ମନା କରିଦେଇଥିଲେ। ଘଟଣାଟି ହାଟଡ଼ିହୀ ବ୍ଲକ୍‌ ଶାଳନିଅଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘଟିଥିବାରୁ ସେଠାରେ ପରୀକ୍ଷା କରିବାକୁ କହି ଆନନ୍ଦପୁର ଡାକ୍ତର ପଠାଇ ଦେଇଥିଲେ। ପରେ ପୋଲିସ ଟିମ୍‌ ପୀଡ଼ିତାଙ୍କୁ ଧରି ସେଠାରୁ ପ୍ରାୟ ୨୫ କି.ମି. ଦୂର ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ତେବେ ସେଠାରେ ମହିଳା ଡାକ୍ତର ନ ଥିବା କହି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଫେରାଇ ଦେଇଥିଲେ। ଫଳରେ ପୀଡ଼ିତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ରାତି ହୋଇଯିବାରୁ ପୀଡ଼ିତାଙ୍କ ପ୍ରାଥମିକ ଡାକ୍ତରୀ ଯାଞ୍ଚ କରାଯାଇଥିଲା। ସମ୍ପୂର୍ଣ୍ଣ ପରୀକ୍ଷା ପାଇଁ ଶୁକ୍ରବାର ଆଉଥରେ ଆସିବାକୁ ଡାକ୍ତର କହିଥିଲେ। ସେହି ଅନୁସାରେ ଶୁକ୍ରବାର ପୀଡ଼ିତାଙ୍କ ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏନେଇ ସୋସୋ ଥାନା ଅଧିକାରୀ ପ୍ରଦୀପ ସେଠୀ କହିଛନ୍ତି, ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଡାକ୍ତର ଘଟଣା ଘଟିଥିବା ଅଞ୍ଚଳରେ ଥିବା ଶାଳନିଅଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପୁଣି ଡାକ୍ତର ଆନନ୍ଦପୁରକୁ ପଠାଇଦେଇଥିଲେ। ଡାକ୍ତରଖାନାର ବିଧି ବ୍ୟବସ୍ଥା ଯୋଗୁ ବିଳମ୍ବ ହୋଇଥିଲା ବୋଲି ସେଠୀ କହିଥିଲେ।
ଅନ୍ୟପକ୍ଷରେ ଆନନ୍ଦପୁର ଉପଖଣ୍ଡ ମେଡିକାଲ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ କହିଛନ୍ତି, ତାଙ୍କ ପାଖକୁ କେହି ଆସି ନ ଥିଲେ। ସନ୍ଧ୍ୟାରେ ଆସିବା ପରେ ତୁରନ୍ତ ଡାକ୍ତରୀମାଇନା କରାଯାଇଛି। ନାବାଳିକା ବ୍ୟତୀତ ଅନ୍ୟ କେସ୍‌ରେ ଉଭୟ ପୁରୁଷ ଓ ମହିଳା ଡାକ୍ତର ପରୀକ୍ଷା କରିପାରିବେ। ଯେହେତୁ ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଅଭିଜ୍ଞ ଡାକ୍ତର ଅଛନ୍ତି ତେଣୁ ନିୟମାନୁଯାୟୀ ପ୍ରଥମେ ସେଠାରେ ପରୀକ୍ଷା କରାଯିବା ଉଚିତ। ନ ହେଲେ ସେଠାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥାଏ ବୋଲି ସେ କହିଥିଲେ। ଏନେଇ ଏସ୍‌ଡିପିଓ ଅନୀଲ ବେଉରିଆ କହିଛନ୍ତି, ଘଟଣାକୁ ଅନୁଧ୍ୟାନ କରିବେ। ରବିବାର ଉକ୍ତ ଥାନାକୁ ଯାଇ ଘଟଣା ବୁଝିବା ପରେ କହିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri