ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): ନିଜ ସହକର୍ମୀଙ୍କ ସହ ଗତ ୩୧ ତାରିଖ ରାତିରେ ଜିରୋ ନାଇଟ୍‌ ସେଲିବ୍ରେଶନ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ବାସଭବନରୁ ବନ୍ଦ୍‌ କୋଠରିରୁ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ତାଙ୍କର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କ ବିରୋଧରେ ପରିବାର ଲୋକ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି। ଏ ନେଇ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ ଶନିବାର ରାତିରେ ଯୋଡ଼ା ଥାନାରେ ଆଉ ଏକ ଅଭିଯୋଗ କରି ତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗର ତଦନ୍ତ ହେବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଥିବା ବେଳେ ଏହି ହତ୍ୟା ଷଡ଼ଯନ୍ତ୍ରରେ ଡାକ୍ତର ମାଝିଙ୍କ ସମେତ ଅନ୍ୟ ୩ ଜଣ ଡାକ୍ତର ହତ୍ୟା ସଂପୃକ୍ତ ଥିବା ସନ୍ଦେହ କରି ତାଙ୍କ ବାପା କହିଛନ୍ତି। ଫଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ମଦ ସହିତ କିଛି ନିଶା ବଟିକା ମିଶିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଯଦିଓ ଡାକ୍ତର ଦିବ୍ୟରଞ୍ଜନ ଓ ଅନ୍ୟମାନେ ଅନୁପସ୍ଥିତ ଥିଲେ ତଥାପି ସେମାନେ ଷଡ଼ଯନ୍ତ୍ର କରି ଥାଇପାରନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ପ୍ରକାଶ ଯେ, ଡାକ୍ତର ଶୁଭଶ୍ରୀ କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାମ କରୁଥିଲେ। ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ୍‌ ଗତ ଡିସେମ୍ବର ୨୦ରେ ଶୁଭଶ୍ରୀ ଯୋଡ଼ା ଥାନାରେ ଦିବ୍ୟରଞ୍ଜନଙ୍କ ନାମରେ ଏତଲା ଦେଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ। ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟରଞ୍ଜନ ଶାରୀରିକ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି ବୋଲି ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ଶୁଭଶ୍ରୀ ୧୬୪ ସିଆରପିସିରେ ବୟାନ ରେକର୍ଡ ହୋଇଥିଲା। ଏପରିକି ବିବାହ ପାଇଁ ଶୁଭଶ୍ରୀ ଜିଦ୍‌ ଧରିବା ପରେ ଦିବ୍ୟରଞ୍ଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ସମାଧାନ ହୋଇ ମାମଲା ଆଗକୁ ବଢ଼ି ନ ଥିଲା। ଠିକ୍‌ ଏହାର ୧୦ ଦିନ ପରେ ତାଙ୍କ ମୃତଦେହ କ୍ୱାର୍ଟରରୁ ମିଳିବା ପରେ ଏବେ ସନ୍ଦେହ ବଢ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଦିବ୍ୟଙ୍କ ନାମରେ ଶୁଭଶ୍ରୀ ଯୋଡ଼ା ଥାନାରେ ଏତଲା ଯେଉଁଦିନ ଦେଇଥିଲେ, ସେହିଦିନ ସେ ନୂଆଗାଁ ଲୌହ ଖଣିର ଡିସ୍ପେନସାରୀରେ ମେଡିକାଲ ଅଫିସର ପଦବୀରୁ ଇସ୍ତଫା ଦେଇ ପଳାଇଛନ୍ତ। ଏଥିରେ ସେ ନିଜ ବାହାଘର ପାଇଁ ଭୁବନେଶ୍ୱର ଯିବେ ବୋଲି ଉଲ୍ଲେଖ କରିଛନ୍ତି। ଏହାପରଠାରୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ ରହିଥିବାବେଳେ ସେ ଏବେ କେଉଁଠି ତାହାର ସୂଚନା ନାହିଁ । ଦିବ୍ୟରଞ୍ଜନ କାମ କରୁଥିବା ନୂଆଗାଁ ଆଇରନ ଓର୍‌ ମାଇନ୍ସକୁ ପୋଲିସର ଏକ ଟିମ୍‌ ଯାଇ ତଦନ୍ତ କରୁଛନ୍ତି। ଦିବ୍ୟରଞ୍ଜନଙ୍କୁ ଧରିବା ପାଇଁ ପୋଲିସ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି। ଦିବ୍ୟରଞ୍ଜନ ଧରାପଡ଼ିବା ପରେ ଶୁଭଶ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରେ ବୋଲି ଆଲୋଚନା ହେଉଛି। ଯୋଡ଼ା ପୋଲିସ ୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏଭଳି ଅଭିଯୋଗ ପୋଲିସର ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri