୨ ଡାକ୍ତରଖାନା ଦାୟିତ୍ୱରେ ଜଣେ ଅଧିକାରୀ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): କର୍ମଚାରୀ ଅଭାବ ଆଳରେ କେନ୍ଦୁଝର ଜିଲାର ପଦ୍ମପୁର ଓ ବାଂଶପାଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଜଣେ ଡାକ୍ତର(ଅଧିକାରୀ)ଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ରୋଗୀଙ୍କୁ ଠିକ୍‌ ଭାବରେ ସ୍ବାସ୍ଥ୍ୟସେବା ମିଳିପାରୁନାହିଁ। ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସ୍ବାସ୍ଥ୍ୟସେବା ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି। ଲୋକେ ଉଚିତ ସ୍ବାସ୍ଥ୍ୟସେବା ପାଇ ନ ପାରି ଜିଲା ମୁଖ୍ୟ ବା ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି।
ଯେ, ସଦର ବ୍ଲକ୍‌ର ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବରଦାପାଳ, ଜଗନ୍ନାଥପୁର, ରାଇସୁଆଁ, ଜଡ଼ିପଦା, ମଇଦାନକେଲ ଏବଂ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଗୋନାସିକା, କାଞ୍ଜିପାଣି, ଫୁଲଝର, ଶୁଆକାଟି, କଲଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଆଦିବାସୀ ବହୁଳ ଓ ପଛୁଆ ଅଞ୍ଚଳରୁ ସ୍ଥାନୀୟ ଅଧିବାସୀମାନେ ଏହି ଡାକ୍ତରଖାନାଗୁଡ଼ିକ ଉପରେ ନିର୍ଭର କରନ୍ତି। ମାତ୍ର ଉକ୍ତ ଦୁଇ ଡାକ୍ତରଖାନା ଦାୟିତ୍ୱରେ ଥିବା ଡା. ଏସ୍‌.ସି ବାଗ ନିୟମିତ ଗସ୍ତ କରୁ ନ ଥିବାରୁ ପ୍ରାଥମିକ ଡାକ୍ତରଖାନାଗୁଡ଼ିକ ଠିକ୍‌ ଭାବରେ ପରିଚାଳନା ହୋଇପାରୁନାହିଁ। କେତେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତାଙ୍କ ସହ ସୁସମ୍ପର୍କ ସ୍ଥାପନ କରି ଡାକ୍ତରଖାନା ଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରମାନେ କ୍ୱାର୍ଟର୍ସରେ ନ ରହି କେନ୍ଦୁଝର ସହରରେ ରହୁଥିବାରୁ ସରକାରଙ୍କ ସ୍ବାସ୍ଥ୍ୟସେବା ଆଭିମୁଖ୍ୟ ସଫଳ ହୋଇପାରୁନାହିଁ ବୋଲି ପଞ୍ଚାୟତ ସମିତି ସଭ୍ୟା କିରଣବାଳା ନାୟକ କହିଛନ୍ତି। ଏ ନେଇ ସିଡିଏମ୍‌ଓ ଡାକ୍ତର କୈଳାସ ଚନ୍ଦ୍ର ପୃଷ୍ଟି କହିଛନ୍ତି, ଡାକ୍ତର ଅଭାବରୁ ଏଭଳି ଦାୟିତ୍ୱ ଦିଆଯାଇଛି। ତେବେ ଅଧିକାରୀଙ୍କ କାମକାର୍ଯ୍ୟ ନେଇ ହେଉଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜିଲା ପରିଷଦ ସଭ୍ୟ ରଥ ମୁଣ୍ଡା କହିଛନ୍ତି, ମେଡିକାଲରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ପାଇଛନ୍ତି। ଏନେଇ ସେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ ଦାୟିତ୍ୱରେ ଥିବା ଡାକ୍ତର ବାଗ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କେନ୍ଦୁଝରରେ ରହିଲେ ମଧ୍ୟ ଡାକ୍ତରଖାନା ନିୟମିତ ପରିଦର୍ଶନ କରନ୍ତି। ସ୍ବାସ୍ଥ୍ୟସେବା ସବୁ ଠିକ୍‌ ଭାବରେ ଚାଲିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri