ଲକ୍ଷାଧିକ ଟଙ୍କାର ଚୋରା କାଠ ସହ ଗାଡ଼ି ଜବତ
ପାଟଣା,୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ୍ ଅନ୍ତର୍ଗତ ତଣ୍ଡରୁ ଚିନାମାଳି ପଶି ଆସୁଥିବା ଏକ ଚୋରା ଶାଳ ଚୌକାଠ ବୋଝେଇ ଗାଡ଼ିକୁ ବନ ବିଭାଗ ରବିବାର ଚିନାମାଳି ରାସ୍ତାରେ ଧରିବାରେ ସଫଳ ହୋଇଛି। ଗାଡ଼ି...
ମରାମତି ହେଉନି ରାସ୍ତା, ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ
କେନ୍ଦୁଝର,୧ା୪(ସ୍ବ.ପ୍ର.): ସଦର ବ୍ଲକ ଠାକୁର ପାଟଣା-ରାଙ୍କି ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ଲୋକମାନେ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କଂକ୍ରିଟ ରାସ୍ତାର ଅନେକ ସ୍ଥାନରୁ ଚିପ୍ସ ଉଠିଯାଇଛି। ଏଣୁ ଯିବା ଆସିବା ବେଳେ ଲୋକମାନେ...
ଡେଲି ମାର୍କେଟ ଭିତରେ ବର୍ଷାପାଣି, ବ୍ୟବସାୟୀ ହଟହଟା
କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ସହରର ଅନ୍ୟତମ ପୁରୁଣା ଡେଲି ମାର୍କେଟ ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି। ବହୁ ଚାଷୀ ପନିପରିବା ଧରି ଆସନ୍ତି। ସେହିପରି ବନବାସୀମାନେ ଜଙ୍ଗଲରୁ ସଂଗୃହୀତ ପନିପରିବା, ଫଳମୂଳ ଆଦି ଆଣି ବିକିଥାନ୍ତି। କିନ୍ତୁ ପାଣି କାଦୁଅ ଯୋଗୁ...
ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ, କୁକୁର ପାଇଁ ବଞ୍ଚିଗଲେ ଆଉ ଦୁଇଜଣ
କେନ୍ଦୁଝର,୧ା୪(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଶନିବାର ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ନାମ ହେଲା ବାମି ନାଏକ(୬୦)। ତାଙ୍କ...
ତେଜିଲା ରାଜନୀତି
କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦରୁ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ଘଷିପୁରା ରାଜନୀତି ଉଷ୍ମ ହୋଇଛି। ଘଟଣାରେ ହତ୍ୟାକାରୀଙ୍କୁ ଗିରଫ ଦାବି କରିବା ସହ ହତ୍ୟାକାରୀମାନେ ଘଷିପୁରା ବିଧାୟକ ଓ ତାଙ୍କ ପୁଅଙ୍କ...
ବ୍ରେକ୍ ଡାଉନ୍ ଆଇରନ ବୋଝେଇ ଟ୍ରକ୍ ପଛ ପଟୁ ଧକ୍କା ଦେଲା ମାର୍ବଲ ବୋଝେଇ ଟ୍ରକ୍: ଚାପି ହୋଇ ରହିଲେ ଡ୍ରାଇଭର
ପାଟଣା,୧।୪(ସ୍ବ .ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪ ଲେନ ବିଶିଷ୍ଟ ୪୯ ନମ୍ବର ଜାତୀୟରାଜପଥ ଚେମେଣା ବ୍ରାହ୍ମଣବନ୍ଧ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ୨ ମାଲବୋଝେଇ ୧୨ ଚକିଆ ଟ୍ରକ ମଧ୍ୟରେ ଭୟଙ୍କର...
ଗୁଜୁରାଣ ମେଣ୍ଟାଉଛି ଚାରକୋଳି
ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର,୧ା୪: ଗ୍ରୀଷ୍ମଋତୁରେ ଫଳୁଥିବା ଚାର (ଚାହାର) କୋଳି ଖାଇବାକୁ ଯେପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟପକ୍ଷେ ମଧ୍ୟ ସେପରି ହିତକର। ଏହାଛଡ଼ା ଏହା ମିଠା, କେକ୍ ଆଦିରେ ବ୍ୟବହାର ହେଉଥିବାରୁ ଚାରକୋଳିର ଚାହିଦା ବଜାରରେ ବଢ଼ିବାରେ ଲାଗିଛି। ମଞ୍ଜି...
କେନ୍ଦୁଝରରେ ୧୭ ବ୍ଲାକ୍ ସ୍ପଟ୍
କେନ୍ଦୁଝର,୩୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଶତକଡ଼ା ୯୫ ଭାଗ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥମାନଙ୍କରେ ହେଉଛି। ଅଧିକ ଦୁର୍ଘଟଣାର କାରଣ ଦୁଇ ଚକିଆ ଯାନ ସାଜିଛି। ବିିଶେଷ କରି ମଦ ପିଇ, ବେପରୁଆ ଗାଡ଼ି ଚାଳନା, ଓଭରଟେକ, ବେଆଇନ ପାର୍କିଂ ଯୋଗୁ...
ଉଡ଼ିଗଲା ବିଦ୍ୟାଳୟର ଟିଣ ଛପର
ପାଟଣା,୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହରପଡା ବ୍ଲକ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଛି। ଘଡ଼ଘଡି ସହ ପ୍ରବଳ ବର୍ଷା ପବନ ଯୋଗୁ ଅଞ୍ଚଳରେ ବ୍ୟାପକ...
ଗାଁକୁ ମାଡ଼ିଲା ଜଙ୍ଗଲ ନିଆଁ
କେନ୍ଦୁଝର,୩୦ା୩(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଧୀନ ନରଣପୁର ସେକ୍ସନ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଲାଗିଥିବା ନିଆଁ ଗାଁକୁ ମାଡ଼ିଯାଇଛି। ନିଆଁରେ ବ୍ୟାପକ ଗଛ ପୋଡ଼ିଯାଇଛି। ନିଆଁରେ ବନ୍ୟପ୍ରାଣୀ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଖରା ଯୋଗୁ ଶୁଖି ପଡ଼ିଥିବା ଡାଳପତ୍ରରେ...
ବେସରକାରୀ ଜମି ଉପରେ ସରକାରୀ କମ୍ୟୁନିଟି ସେଣ୍ଟର
କେନ୍ଦୁଝର,୩୦।୩(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜଙ୍ଘିରା ପଞ୍ଚାୟତ ୱାର୍ଡ ନଂ୬ ବାଥୁଡି ସାହିରେ ଥିବା ଏକ କମ୍ୟୁନିଟି ଘରକୁ ନେଇ ବିବାଦ ଦେଖାଦେଇଛି। ଏକ ବେସରକାରୀ ଆଦିବାସୀଙ୍କ ପଟ୍ଟାଭୂକ୍ତ ଜମିରେ କମ୍ୟୁନିଟି ସେଣ୍ଟର ଆରମ୍ଭ ହେବା ପରେ ଏହାକୁ ବିରୋଧ କରାଯାଇଛି।...
ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ରସିକିଆ ହେଡ୍ମାଷ୍ଟର
କେନ୍ଦୁଝର,୩୦।୩(ସ୍ବ.ପ୍ର.): ଭାରତରେ ଗୁରୁଙ୍କୁ ଭଗବାନ ରୂପରେ ପୂଜା କରାଯାଏ। ତେଣୁ ଗୁରୁପୂର୍ଣ୍ଣିମା ଭଳି ଏକ ପବିତ୍ର ଦିବସ ପାଳନ କରାଯାଇଥାଏ। ଯୁଗେ ଯୁଗେ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ପରମ୍ପରାକୁ ଉଚ୍ଚ ସ୍ଥାନରେ ରଖାଯାଇଛି। ହେଲେ କେତେକ...