ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି। ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଓ ଯୁବକମାନେ ଯୋଗ ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରିଥିବା ସହ ସବୁ କ୍ଷେତ୍ରରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ବିଜେଡି ନେତୃତ୍ୱ ତୁରନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଥିଲେ। ବିଜେଡି ଜିଲା ଯୁବ ସଭାପତି ରାକେଶ ରାମ ନିଜ ବକ୍ତବ୍ୟରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ନଷ୍ଟ କରିବାକୁ ସୁଚିନ୍ତିତ ପଦକ୍ଷେପ ନିଆଯାଇଥିବା କହିଥିଲେ। ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ ନିଜ ବକ୍ତବ୍ୟରେ ଦିଶାହୀନ ସରକାରଙ୍କ ଯୋଗୁ ଶିକ୍ଷା ବ୍ୟବସ୍ଥା ଛାରଖାର ହୋଇଛି ବୋଲି କହିଥିଲେ। ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ନିଜ ଅଭିଭାଷଣରେ କେନ୍ଦୁଝର ଜିଲାର ବାଂଶପାଳ ବ୍ଲକର ବିଦ୍ୟାର୍ଥୀଙ୍କ ଆସିଥିବା ବହି ତେଲକୋଇ ବ୍ଲକରେ ଖତ ଖାଉଛି ବୋଲି କହିଥିବାବେଳେ ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ସେ କହିଥିଲେ। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ନିଜ ବକ୍ତବ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି କହିଥିଲେ। ପୂର୍ବତନ ଏମ୍‌ପି ମାଧବ ସର୍ଦାର, ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ,ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲା ଯୁବ ବିଜେଡି ସଭାପତି ରାକେଶ ରାମ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମହିଳା ବିଜେଡି ସଭାନେତ୍ରୀ କମଳିନୀ ପାତ୍ର,ନଗର ସଭାପତି ପୂର୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ର ଧର ପରିଡ଼ା, ଝୁମ୍ପୁରା ବ୍ଲକ ସଭାପତି ଡମ୍ବୁରୁ ଦାସ, ବାଂଶପାଳ ବ୍ଲକ ସଭାପତି ଯଦୁମଣି ଠାକୁର, ଯୁବ ସଭାପତି ସତ୍ୟାନନ୍ଦ ଆରୁକ,ବାଂଶପାଳ ବ୍ଲକ ଅଧ୍ୟକ୍ଷ ମାନସ ଦେହୁରୀ,ପୂର୍ବତନ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା
ମୀନା ମାଝୀ, ଜିଲା ପରିଷଦ ସଦସ୍ୟ କ୍ଷୀରୋଦିନୀ ମହାକୁଡ଼, ରଥ ମୁଣ୍ଡା, ସୌଭାଗ୍ୟ ମଞ୍ଜରୀ ନାଏକ, ଗୀତାଞ୍ଜଳି ପରିଡା, ମଞ୍ଜୁଲତା ନାଏକ,ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ସବିତା ସେଠୀ, କୁମୁଦିନୀ ନାଏକ, ରୁନୁ ମଲିକ, ମାଳତୀ ନାଏକ, ଯୁବ ନେତା ସତ୍ୟବ୍ରତ ନାଏକ, ପୂର୍ବତନ ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ, ସିଦ୍ଧାର୍ଥ ଶଙ୍କର ସାହୁ, ଦେବୁ ପଟ୍ଟନାୟକ, ଜଗଦୀଶ ଆପଟ, ଟିକୁ ପ୍ରଧାନ,ବାସୁଦେବ ଜେନା, ମୁନା ପାଣି, ଅଜୟ ଦାସ, ବାବି ପଟ୍ଟନାୟକ, ରାଜୁ ବାରିକ, ଛାତ୍ର ସଭାପତି ଦୀପକ ସାହୁ, ଛାତ୍ରନେତା ସଞ୍ଜୀବ,ଦେବ ବେହେରା, ମନ୍ମଥ ଘଣା, ଗୁରୁଚରଣ ବେହେରା, ପପୁ ଯାଦବ, ଜ୍ଞାନ ମହାପାତ୍ର, ସ୍ପନ୍ଦନ ଆଚାର୍ଯ୍ୟ, ଜୀବନ ଜେନା, ଦୀପକ ଘଡେଇ, ଦୀପଙ୍କର ବିଶ୍ୱାସ, ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri