ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ ଚରଣ ରାଉତ ନାମକ ଜଣେ ଚାଷୀ ଗୁରୁବାର ଚାଷଜମିକୁ ଯାଇ ଫେରିବା ପରେ ଦେହ ଅସୁସ୍ଥ ଲାଗୁଥିବା କହିଥିଲେ। ରାତି ଶୋଇବା ପରେ ଅଚାନକ ମୁଣ୍ଡ ବୁଲାଇବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଚାଷଜମିରେ ତାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିବା ନେଇ ସନ୍ଦେହ କରିଛନ୍ତି ପରିବାର ଲୋକେ। ଅନାମଙ୍କ ମୃତ୍ୟୁ ପରେ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

