‘ବେକାରି ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ’
କେନ୍ଦୁଝର,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେକାରି ସମସ୍ୟା ଉତ୍କଟ ମହାମାରୀ ସଦୃଶ ହୋଇଗଲାଣି। ଜିଲାରେ ଛୋଟ ଛୋଟ ପ୍ଳାଣ୍ଟ୍ ଗୁଡ଼ିକ ବନ୍ଦ ହେଇଗଲାଣି। ଖଣି ଖାଦାନରେ କାମ ନ ପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରୁ ବେକାରି ସମସ୍ୟା…
ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ଏତଲା
ହାଟଡ଼ିହୀ,୧୮l୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଶାଳନିଆ ପଞ୍ଚାୟତର ହରିଜନ ମହିଳା ସରପଞ୍ଚ ସୁମିତ୍ରା ଯେନାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା…
ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର
କେନ୍ଦୁଝର,୧୮ା୫(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବୈତରଣୀ ନଦୀକୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ମାଈହାତୀ ଖସି ପଡ଼ିଥିଲା। ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି। ସୂଚନା ଯେ, ବୁଧବାର ରାତିରେ ୨୪ଟିକିଆ ଏକ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ…
୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର
ପାଟଣା,୧୮।୫(ସ୍ବ ପ୍ର): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ତାଳପଦା ଗାଁ ବେହେରା ସାହି ନିକଟରେ ଥିବା ଏକ ହୁଡ଼ି ନିକଟରୁ ଗୁରବାର ଏକ ୧୦ଫୁଟ ଲମ୍ବର ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଛି। ସୂଚନାଯୋଗ୍ୟ,…
କାଗଜପତ୍ରରେ ବୃଦ୍ଧାଙ୍କୁ ମାରିଦେଲେ
ହାଟଡ଼ିହୀ,୧୮ା୫ (ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି। ଜଣେ ଅସହାୟ ବିଧବା ବୃଦ୍ଧା ବଞ୍ଚତ୍ଥିବା ବେଳେ ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି। ଫଳରେ ବୃଦ୍ଧା ଜଣଙ୍କ ଦୀର୍ଘ ୪ ମାସ ହେବ ମଧୁବାବୁ ପେନ୍ସନ…
ଜମିର କିସମ ପରିବର୍ତ୍ତନକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର,୧୭ା୫(ସ୍ବ.ପ୍ର.): ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବୀରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ଏବଂ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍ କରାଯାଇଛି। ଏହି ଜମିକୁ ଇଡ୍କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ।…
ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର,୧୭ା୫(ସ୍ବ.ପ୍ର.): ବୁଧବାର ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଅଧ୍ୟକ୍ଷଙ୍କ ସହିତ ୟୁନିସେଫର ପରାମର୍ଶଦାତା ତମଲ ରେଜା ପରିଦର୍ଶନରେ ଆସିଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ, କେନ୍ଦୁଝର ବିଷ୍ଣୁ…
ହତ୍ୟାକାରୀଙ୍କୁ ଆଜୀବନ ଜେଲ
କେନ୍ଦୁଝର,୧୭।୫(ସ୍ବ.ପ୍ର.): ଜଣେ ବୃଦ୍ଧା ହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ଦେବାନନ୍ଦ ନାଏକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ…
ବିଏଲ୍ଏଫ୍ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍ ଘଟଣାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ
ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବିଏଲ୍ଏଫ୍ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍ ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାହୁ ଛାୟା ତଳେ ରହିଥିବା ସମ୍ପାଦିକା ପୂର୍ବତନ ସଭାପତିଙ୍କ ପ୍ରରୋଚନାରେ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିବା, ଅର୍ଥ…
ଆନନ୍ଦପୁର ପୌର ଅଧିକାରୀଙ୍କ ବଦଳି, ବର୍ଷକ ମଧ୍ୟରେ ବଦଳିଲେଣି ୩ ଅଧିକାରୀ
ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର ନୂତନ ପାରିଷଦ ଗଠନ ହେବାର ବର୍ଷକ ମଧ୍ୟରେ ୩ ପୌର ଅଧିକାରୀଙ୍କ ଦାୟିତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଆନନ୍ଦପୁର ପୌରଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଅଶୋକ କୁମାର ରାଉତଙ୍କ ବଦଳି ଆଦେଶକୁ ନେଇ ଏଭଳି…
ଆଇରନ ବୋଝେଇ ଟ୍ରକ ଧକ୍କାରେ ବାପା ମୃତ ପୁଅ ଗୁରୁତର
ପାଟଣା,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ମଙ୍ଗଳବାର ରାତ୍ରି ଏକ ଆଇରନ ବୋଝେଇ ଟ୍ରକ ବାପା-ପୁଅଙ୍କୁ ଧକ୍କା ଦେଇଛି। ଦୂର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ…
ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍ କ୍ୟାମେରା ଚୋରି
କେନ୍ଦୁଝର,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପୁଣି ୨ଟି ଟ୍ରାପ୍ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗଁା ଫରେଷ୍ଟର ଜତିନ୍ଦ୍ର ସାହୁ ଥାନାରେ ଏତଲା ଦେଇଛନ୍ତି। ଜଙ୍ଗଲର କାଦବାହାଳି ଉତ୍ତର ବିଟ୍ ଅଞ୍ଚଳରୁ ଏହି ଚୋରି ହୋଇଛି।…
Archives


