ଜମିର କିସମ ପରିବର୍ତ୍ତନକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୭ା୫(ସ୍ବ.ପ୍ର.): ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବୀରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ଏବଂ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଏହି ଜମିକୁ ଇଡ୍‌କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ। ନୋଟିସ କରାଯିବା ପୂର୍ବରୁ କିସମ ପରିବର୍ତ୍ତନ କରାଯାଇ କାରଖାନା କରାଯାଉଛି। ଏଥିପାଇଁ କିସମ ପରିବର୍ତ୍ତନ ଓ ଜବରଦଖଲ ଉଚ୍ଛେଦ ପାଇଁ ସର୍ବସାଧାରଣ ଇସ୍ତାହାର କରାଯାଇଛି। ଏହି ନୋଟିସରେ ସାରଦ(୧),ସାରଦ(୨),ଗୋଚର ସରକାରୀ ଜମି ରହିଛି। ଅଭିଯୋଗର ଶୁଣାଣି ନ କରି କାରଖାନା କିସମ ପରିବର୍ତ୍ତନ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଜମିରେ ଚାଷ କରି ଉକ୍ତ ଗ୍ରାମର ଲୋକ ଜୀବନଜୀକିବା ନିର୍ବାହ କରୁଛନ୍ତି। ୮ ବର୍ଷ ପୂର୍ବରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ହାତିକୁଚା ଗ୍ରାମରେ ଛିଟିଙ୍ଗା ନାଳରେ ଏକ ବନ୍ଧ କରାଯାଇଛି। ଏହି ବନ୍ଧ ଉପରେ ହାତିକୁଚା, ନୂଆଗାଁ, ବୀରକିଶୋରପୁର, ଡିମିରିଡିହା, ତାରତଖମଣ, ବିସ୍ତାପାଳ,ମଙ୍ଗଳାପଶି ଗ୍ରାମର ଚାଷୀ ନିର୍ଭରଶୀଳ। ଏହି ବନ୍ଧକୁ ସଂଯୋଗ କରି କେନାଲ ପାଇଁ ଜମି ଅଧିଗ୍ରହଣ ଚାଲିଛି। କେନାଲ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ଉକ୍ତ ସ୍ଥାନକୁ ପୁଣି କାରଖାନା ପାଇଁ ଇଡକୋ ଜରିଆର ଅଧିଗ୍ରହଣ କରାଯାଉଛି। ଯାହାକୁ ଗ୍ରାମବାସୀ ବିରୋଧ କରି ବୁଧବାର ସଦର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଏହାର ପ୍ରତିବାଦ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଏହି ଜମି ଦେବାକୁ ଗ୍ରାମବାସୀ ପୂର୍ବରୁ ବାରମ୍ବାର ବିରୋଧ କରି ଆସୁଛନ୍ତି। ଉକ୍ତ ଅଞ୍ଚଳରେ ୪ଟି କାରଖାନା ରହିଥିବାରୁ ବହୁ ପରିମାଣର ବାୟୁ ଏବଂ ଜଳ ପ୍ରଦୂଷଣ ହେଉଛି। ଏଣୁ ଏଠାରେ କାରଖାନା ହେଲେ ପ୍ରଦୂଷଣ ମାତ୍ରା ବଢିବ ବୋଲି ଗ୍ରାମବାସୀ କହିଛନ୍ତି। ବୀରକିଶୋରପୁର ଗ୍ରାମର ୧୯୭ ଏକର ସରକାରୀ ଜମି ରହିଛି। ଏହି ଜମିରେ ଗ୍ରାମବାସୀ ଚାଷ,ରାସ୍ତା,ପୋଖରୀ,ବୋରଓ୍ବେଲ, ଖେଳପଡ଼ିଆ ମଧ୍ୟ ରହିଛି। ଗ୍ରାମରେ ୨୫୦୦ରୁ ଅଧିକ ଲୋକ ବସବାସ କରୁଥିବାରୁ ଚାଷବାସରେ ସମସ୍ୟା ଦେଖାଦେବ। ତେଣୁ ସରକାର ତାଙ୍କ ଅଭିଯୋଗକୁ ବିଚାର ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri