କେନ୍ଦ୍ରାପଡ଼ା

ବିଗୁଡୁଛି ଗହୀରମଥା ପରିବେଶ

କେନ୍ଦ୍ରାପଡ଼ା ଅଫିସ, ୨୩।୧୦: ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଶୁକ୍ରବାର ହୋଇଛି। ଦି ଡିଫେନ୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆର୍‌ଡିଓ) ପକ୍ଷରୁ ଦୁଇମାସ ମଧ୍ୟରେ ଲଗାତର ମିଶାଇଲ ପରୀକ୍ଷଣ...

ବ୍ରାହ୍ମଣୀ ନଦୀପଠାରୁ ବେଆଇନ ମାଟିବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୨ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାରେ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଉ ଥିଲେ ମଧ୍ୟ ବିଭିନ୍ନ ନଦୀ ସଇରାତରୁ ବାଲି ଉଠାଣ ହେଉଛି। ପରିବେଶ ମଞ୍ଜୁରୀ ପ୍ରତି କାହାରି ନିଘା...

ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିବାକୁ ଅନୁରୋଧ

ମହାକାଳପଡ଼ା, ୨୨ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାତ୍ୟା ଆଶଙ୍କାକୁ ନେଇ ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଜରିଆରେ ଶୁକ୍ରବାର ପ୍ରଚାର କରାଯାଇଛି। ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହୁଥିବା ସମୁଦ୍ର ଭିତରକୁ...

ଅନୁପ୍ରବେଶକାରୀଙ୍କ ତଥ୍ୟ ଦେବାକୁ ଥାନାକୁ ଚିଠି

ରାଜନଗର, ୨୧ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ବିପନ୍ନ ଅଧିବାସୀଙ୍କୁ ବଗପାଟିଆଠାରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୭୧ ପରିବାରକୁ ଥଇଥାନ କରାଯାଇଥିଲା। ଏବେ ସାତଭାୟାର ଆଉ ୧୪୮ପରିବାରଙ୍କ ସହ...

ହେନ୍ତାଳ, ଲୁଣା ଜଙ୍ଗଲ: ବାତ୍ୟାର ପ୍ରଭାବ କମ୍‌ ରହିବ

ମହାକାଳପଡା,୨୧ା୧୦(ଡି.ଏନ.ଏ.):ବଙ୍ଗୋପସାଗରରେ ଲଘୁଚାପଜନିତ ପ୍ରଭାବ ଓ ବାତ୍ୟାକୁ ମୁକାବିଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲା ପ୍ରଶାସନ ଉପକୂଳ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ମହାକାଳପଡ଼ା...

ବିଦେଶରୁ ଘରକୁ ଆସୁଛି ଅଧିକ ଅର୍ଥ

କେନ୍ଦ୍ରାପଡା ଅଫିସ, ୨୧ା୧୦:ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଟଙ୍କାର ଅବମୂଲ୍ୟାୟନ ବଢ଼ି ଚାଲିଛି। ଏହା ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପକାଉଛି ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଟଙ୍କାର ଏହି ଅବମୂଲ୍ୟାୟନ କେନ୍ଦ୍ରାପଡ଼ା ଜିଲାର ପ୍ରବାସୀ ଶ୍ରମିକଙ୍କ...

ଦୀପାବଳି ପୂର୍ବରୁ ବାତ୍ୟା ଭୟ ବଢୁଛି: ବାଣ, ଦୀପ ଓ ସାମଗ୍ରୀ ବ୍ୟବସାୟ ଠପ୍‌ ଆଶଙ୍କା

କେନ୍ଦ୍ରାପଡ଼ା ଅଫିସ, ୨୦।୧୦: ଆସନ୍ତା ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସମୁଦ୍ରକୁ ଯାଇଥିବା...

ବାତ୍ୟା ଯାଇ ପୁଣି ଆସିଲାଣି: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ

ରାଜନଗର, ୨୦ା୧୦(ଡି.ଏନ.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକ ଏକ ନଦୀ ନାଳ ଘେରା ଅଞ୍ଚଳ। ସବୁବେଳେ ସମୁଦ୍ରରେ ସୃଷ୍ଟି ହେଉଥିବା ଝଡ ହେଉ କି ବାତ୍ୟା ଏ ଅଞ୍ଚଳବାସୀଙ୍କ ଆଖିରୁ କେବଳ ନିଦ ହଜାଇ ଦିଏ ନାହିଁ, ପରନ୍ତୁ ଚାଷୀଙ୍କ...

ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ହୋଇଥିଲା। ଆସନ୍ତା ୨୯ ତାରିଖକୁ ୨୩ ବର୍ଷ ପୂରିବ। ଏହି ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ପ୍ରାୟ ୩୮୭ ଜଣଙ୍କ ଜୀବନ ଯାଇଥିଲା। ମାତ୍ର ଏହାର କରାଳ ରୂପ...

ଭସାଣି ଶୋଭାଯାତ୍ରାରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

ମାର୍ଶାଘାଇ, ୧୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଣକଷଟି ଗଁାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭଯାତ୍ରା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଡିଜେ ଗାଡ଼ିର ଲୁହା ଆଙ୍ଗେଲରେ ୩୩ କେଭି ବିଦ୍ୟୁତ୍‌ ତାର ଲାଗିବାରୁ...

ଅଳପୁଆ ପାହାନ୍ତିସାହିରେ ପାନୀୟ ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ ୧୯ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ପାହାନ୍ତିସାହିରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇ ଦେଇଛି। ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏଠାରେ ନଳକୂପ ବସାଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି...

ନିଆଳ ହାଟ ସଂଯୋଗୀକରଣ ରାସ୍ତା ମରାମତି ଦାବି

ଆଳି,୧୯ା୧୦(ଡି.ଏନ.ଏ.): ନିଆଳ ହାଟରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ହେବ ରାସ୍ତା ଅବସ୍ଥା ଶୋଚନୀୟ ଥିବାବେଳେ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ତେଣୁ ଏହାକୁ ମରାମତି ନିମନ୍ତେ ସାଧାରଣରେ ଦାବି ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri