ଦାରିଙ୍ଗବାଡିରେ ବଢିଲା ଶୀତ: ଖସିଲା ପାରଦ, ସର୍ବନିମ୍ନ ୭ଡିଗ୍ରୀ
ଦାରିଙ୍ଗବାଡି,୬।୧୨(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ଶୁକ୍ରବାର ଶୀତ ବଢିଛି । ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ହ୍ରାସ ପାଇ ୭ଡିଗ୍ରୀରେ ପହଞ୍ଚିଛି । ଚଳିତମାସର ଏହା ସବୁଠାରୁ ସର୍ବନିମ୍ନ ତାପମାତ୍ରା ବୋଲି ଶୀତତାପ ଯନ୍ତ୍ରରୁ ରେକର୍ଡ ସଂଗ୍ରହ କରୁଥିବା…
ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ
ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ ଖସିଆସିଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ…
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଜାମିନ
ବାଲିଗୁଡା,୬ା୧୨(ଡି.ଏନ୍.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ୨୦୦୮, ଅଗଷ୍ଟ ୨୩ରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଫୁଲବାଣୀ ଜିଲା କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଫଳରେ…
ଖେଳ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ
ଫିରିଙ୍ଗିଆ/କେଳାପଡା, ୬ା୧୨: ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଖେଳ ଶିକ୍ଷକଙ୍କ ମାଡରେ ଆହତ ହୋଇଛନ୍ତି। ଏ ନେଇ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ା ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଛାତ୍ର ସଚିଦାନନ୍ଦ…
ଉଚ୍ଛେଦ ନ କରି ପଟ୍ଟା ଦେବାକୁ ଦାବି
ଫୁଲବାଣୀ ଅଫିସ, ୬ା୧୨- ଖଜୁରିପଡା ବ୍ଲକ ପାଖ ସୁରାଦେଇ ଗ୍ରାମରେ ସରକାରୀ ଜାଗା ଜବରଦଖଲ କରିଥିବା ୮୫ ପରିବାରକୁ ଉଚ୍ଛେଦ କରାଯିବ। ତେଣୁ ଜାଗା ଛାଡି ଚାଲି ଯିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତିି। ଏହାକୁ ବିରୋଧ କରି ଗ୍ରାମବାସୀ ଆସି ଜିଲାପାଳଙ୍କୁ…
ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ମହିଳା ଅର୍ଦ୍ଧଦଗ୍ଧ
ଦିଗପହଣ୍ଡି,୫ା୧୨(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୂଆସାହିରେ ରନ୍ଧନ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି। ସେ ହେଲେ ସଙ୍ଗୀତା ବେହେରା। ବୁଧବାର ରାତିରେ ସଙ୍ଗୀତା ରୋଷେଇ କରୁଥିବା ବେଳେ ଗ୍ୟାସ…
୩୩ ଶିଶୁଙ୍କ ବିକୃତ ପାଦ ଅସ୍ତ୍ରୋପଚାର
ଫୁଲବାଣୀ ଅଫିସ, ୫ା୧୨- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର ଶିବିର ଉଦ୍ଘାଟିତ ହୋଇଛି। ଜିଲାପାଳ ଡା. ବୃନ୍ଦା ଡି. ଏହାକୁ ଉଦ୍ଘାଟନ କରିଥିଲେ। କଟକ ଜିଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ…
ବାଲିଗୁଡ଼ା ପୋଲିସର ଅବକାରୀ ଧରପଗଡ଼: ୫ ମଦବେପାରୀ, ୪ ନିଶାସକ୍ତ ଚାଳକ ଗିରଫ
ବାଲିଗୁଡା,୫ା୧୨(ଡି.ଏନ୍.ଏ.)-ବାଲିଗୁଡା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ ମହୁଲି ମଦ କାରବାର କରୁଥିବା ୫ ଜଣକୁ ଗିରଫ କରିବା ସହ ୪ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ମଦ ବେପାରୀମାନେ ହେଲେ ଗାଞ୍ଜିଆ…
୨୬ କି.ମି. ଚାଲିଲେ ୫୪ ଛାତ୍ର
ତୁମୁଡିବନ୍ଧ,୫ା୧୨(ଡି.ଏନ୍.ଏ.)- ଦୀର୍ଘଦିନଧରି ଶିକ୍ଷକ ପଦବୀ ପୂରଣ ହେଲାନି, ପାଠ ପଢାରେ ବହୁ ଅସୁବିଧା ହେଲା, ଶେଷରେ ଛାତ୍ରମାନେ ପାହାଡ଼ ପର୍ବତ ଘେରା ୨୬ କି.ମି. ରାସ୍ତା ଚାଲିଚାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନକୁ ଗୁହାରି ଜଣାଇଲେ। ଏପରି ଏକ ଅଭାନୀୟ ଘଟଣା…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ବସ୍ ଚାଳକ ଅଟକ
ଦାରିଙ୍ଗବାଡ଼ି,୫।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଚାଳକଙ୍କ ଆକ୍ରମଣରେ ଗ୍ରାମର ମହାଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର ପୂର୍ବାହ୍ନରେ ମହାଦେବ ତାଙ୍କ ୨ ଭାଇଙ୍କ ସହ ଦାରିଙ୍ଗବାଡ଼ି ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ…
ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି
ରାଇକିଆ,୪ା୧୨(ଡ଼ି.ଏନ.ଏ): ରାଇକିଆ ଥାନା ରଣବା ପଞ୍ଚାୟତରୁ ଢିମିରିପଲ୍ଲୀ ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ମାଓବାଦୀ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମରାଯାଇଛି। ସେଥିରେ ଅଞ୍ଚଳର କେତେଜଣ ଠିକାଦାର ଓ ରାଜନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ରହିଛି। ଏହି ବ୍ୟକ୍ତିମାନେ ଦୁର୍ନୀତିରେ…
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍: ଜଣେ ମୃତ, ୨ ଗୁରୁତର
ଫୁଲବାଣୀ ଅଫିସ,୪।୧୨: କନ୍ଧମାଳ ଜିଲା ଫୁଲବାଣୀ ଏଫ୍ସିଆଇ ଛକର ନିଶ୍ୱାସ କଲେଜ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ କାର୍ (ଓଆର୍୦୫ଏଲ୍ ୯୧୯୧) ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଓ…

