ମାଓବାଦୀଙ୍କ ବର୍ବରକାଣ୍ଡ:  ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା

ଦାରିଙ୍ଗବାଡ଼ି/କ.ନୂଆଗଁ।,୪।୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହାରେ ଗୁରୁବାର ରାତିରେ ମାଓବାଦୀମାନେ ଜଣକୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ବାଲିଗୁଡା ଥାନା ରେବିଙ୍ଗିଆ ପଞ୍ଚାୟତ ମାର୍ଦ୍ଦୋଳ ଗ୍ରାମର ରଞ୍ଜନ ଦିଗାଳ (୪୫)। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିଲା। ରଞ୍ଜନଙ୍କ ସ୍ତ୍ରୀ ମୀନାକ୍ଷୀ କ.ନୂଆଗଁ। ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ନଂ.୧/୨୦ରେ ହତ୍ୟା ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ସିର୍ତ୍ତିଗୁଡା ପର୍ଯ୍ୟନ୍ତ ପହଞ୍ଚତ୍ଥିଲା। ଗ୍ରାମବାସୀଙ୍କ ସହାୟତାରେ ରଞ୍ଜନଙ୍କ ମୃତଦେହ ମହାପ୍ରୟାଣ ଗାଡ଼ିରେ ଅଣାଯାଇଥିଲା।
ରଞ୍ଜନଙ୍କୁ ପୂର୍ବରୁ ମାଓବାଦୀମାନେ ଇନ୍‌ଫର୍ମର ସନ୍ଦେହରେ ଜନ ଅଦାଲତକୁ ଡକାଇଥିଲେ। ସେ ଭୟରେ ଗ୍ରାମଛାଡ଼ି ପ୍ରାୟ ୫୦ କି.ମି. ଦୂର ଶଶୁର ଘର ବୁଡ୍ରୁମାହାରେ ସ୍ତ୍ରୀ ଓ ୨ ସନ୍ତାନଙ୍କ ସହ ରହୁଥିଲେ। ତାଙ୍କ ସ୍ତ୍ରୀ ମୀନାକ୍ଷୀ ବୁଡ୍ରୁମାହା ଅଙ୍ଗନାୱାଡ଼ି କେନ୍ଦ୍ରରେ କର୍ମୀଭାବେ କାର୍ଯ୍ୟରତ।
ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୭ ରୁ ୮ ସଶସ୍ତ୍ର ମାଓବାଦୀ ବୁଡ୍ରୁମାହା ଆସିଥିଲେ। ରଞ୍ଜନ ପରିବାର ସହ ଶୋଇଥିବାବେଳେ ତାଙ୍କୁ ଡାକିଥିଲେ। ମାତ୍ର ଭୟରେ ସେମାନେ ଘରୁ ବାହାରି ନ ଥିଲେ। ମାଓବାଦୀମାନେ ଘର ଭାଙ୍ଗି ପଶି ରଞ୍ଜନଙ୍କୁ ବାହାରକୁ ଟାଣିଆଣି ଗୁଳି କରି ହତ୍ୟା କରିଥିଲେ। ମୃତଦେହକୁ ଆଣି ଗଁା ମୁଣ୍ଡରେ ଥିବା ବିଦ୍ୟାଳୟ ସମ୍ମୁଖରେ ଛାଡ଼ି ଚାଲିଯାଇଥିବା ରଞ୍ଜନଙ୍କ ଶାଶୁ ଲିସାରା ପ୍ରଧାନ କହିଛନ୍ତି। ସେମାନେ ନେହୁରା ହୋଇଥିଲେ ମଧ୍ୟ ମାଓବାଦୀମାନେ କିଛି ଶୁଣି ନ ଥିଲେ। ବରଂ ସମସ୍ତଙ୍କୁ ମାଡ଼ ମାରିଥିବା ଲିସାରା କହିଛନ୍ତି। ରଞ୍ଜନ ପୋଲିସ ଇନ୍‌ଫର୍ମର ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମୃତଦେହ ନିକଟରେ ମାଓବାଦୀମାନେ ଛାଡ଼ିଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଅନ୍ୟ ଏକ ପୋଷ୍ଟରରେ ସିପିଆଇ ମାଓବାଦୀ ବିରୋଧରେ ରଞ୍ଜନ କାର୍ଯ୍ୟ କରିଆସୁଥିଲେ। ଏନେଇ ତାଙ୍କୁ ଜନ ଅଦାଲତକୁ ବିଚାର ପାଇଁ ବାରମ୍ବାର ଡକାଯାଇଥିଲା। ମାତ୍ର ସେ ନିଜ ଗ୍ରାମରୁ ଲୁଚି ପଳାଇବା ସହ ପୋଲିସ ଇନ୍‌ଫର୍ମର ଭାବେ କାର୍ଯ୍ୟ କରି ଲୋକଙ୍କୁ ଭୟଭୀତ କରାଉଥିଲେ। ସେ ଜଣେ ମହିଳା କ୍ୟାଡର ମାଓବାଦୀଙ୍କ ହତ୍ୟାରେ ସାମିଲ ଥିଲେ। ତେଣୁ ଜନ ଅଦାଲତର ନିଷ୍ପତ୍ତି ପ୍ରକାରେ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଆହୁରି ଅନେକ ଇନ୍‌ଫର୍ମର ରହିଛନ୍ତି ସେମାନେ ମଧ୍ୟ ଜନଅଦାଲତକୁ ନ ଆସିଲେ ଏଭଳି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଶେଷରେ କେକେବିଏନ ଡିଭିଜନାଲ କମିଟି, ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri