କନ୍ଧମାଳ

ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଧାୟକ ଏବଂ ଏମ୍‌ପି ବର୍ଷିଛନ୍ତି। ବିଶେଷ କରି ଶିକ୍ଷା…

ଗଦାପୁର ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଜିଲାପାଳଙ୍କୁ ଅଭିଯୋଗ: ଏଡିଏମ୍‌, ଇନ୍‌ଚାର୍ଜଙ୍କ ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ଘଡ଼େଇ ସ୍ଥାନୀୟ ଆଶାକର୍ମୀଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶକୁ ବେଖାତିର କରୁଥିବା ନେଇ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : ଫୁଲବାଣୀ ଭବାନୀ କ୍ଲବ ଚାମ୍ପିୟନ

ଖଜୁରିପଡା,୧୦ା୧- ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତ ଗରାକୁମ୍ପାରେ (ଇନସା) କ୍ଲବ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ ଫୁଲବାଣୀ ଭବାନୀ କ୍ଲବ ଓ ଆର.ନୂଆଗାଁ କ୍ଲବ ସହିତ ହୋଇଥିବା ବେଳେ ଭବାନୀ କ୍ଲବ…

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଅତିଥିଙ୍କ…

ମାଛ ମାରିବାକୁ ଯାଇ ହାତରେ ଫୁଟିଲା ବୋମା

ଫୁଲବାଣୀ ଅଫିସ, ୯ା୧-ନଦୀରେ ବୋମା ଫୁଟାଇ ମାଛ ଧରିବା ଯୁବକଙ୍କ ପାଇଁ କାଳ ହୋଇଛି। ହାତରେ ବୋମା ଫୁଟିଯିବାରୁ ପାପୁଲି ଉଡିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି। ଗୁରୁତର ଯୁବକ ଜଣକ ହେଲେ ସଦର ଥାନା…

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବ

ଦାରିଙ୍ଗବାଡ଼ି,୯ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ଉତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଉତ୍ସବର ଆବାହକ ତଥା ଅଧ୍ୟକ୍ଷ ଜି.ଉଦୟଗିରି…

ବାଲିଗୁଡ଼ାରେ ବସ ଚଳାଚଳ ବନ୍ଦ

ବାଲିଗୁଡ଼ା,୮।୧(ଡି.ଏନ୍‌.ଏ.) : କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ୧୨ ଦଫା ନେଇ ଦେଶବ୍ୟାପୀ ବନ୍ଦ ପାଳନ ଡାକରା ଦିଆଯାଇଛି। ଏଠାରେ କୌଣସି ସଂଗଠନ ବନ୍ଦ କରିବା ପାଇଁ ପ୍ରଚାର କରି ନ ଥିଲେ ମଧ୍ୟ ଧର୍ମଘଟକୁ ଦୃଷ୍ଟିରେ ରଖି ବାଲିଗୁଡା…

୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮, ଫୁଲବାଣୀ ୮.୫, ସୋନପୁର ୯ ଓ କେନ୍ଦୁଝର ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।…

ଜନସ୍ବାସ୍ଥ୍ୟ ବିଭାଗର ମନମୁଖି କାର୍ଯ୍ୟ: ଦୁଇ ଦିନ ହେଲା ସହରକୁ ଜଳଯୋଗାଣ ବନ୍ଦ

ଫୁଲବାଣୀ ଅଫିସ, ୮ା୧-ଫୁଲବାଣୀ ସହରରେ ଦୁଇ ଦିନ ହେଲା ଜନସ୍ବାସ୍ଥ୍ୟ ଉପବିଭାଗ ପକ୍ଷରୁ ଜଳ ଯୋଗାଣ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ନଦୀରୁ ପାଣି ଉଠିବା ପାଇଁ ପମ୍ପ ହାଉସରେ ଥିବା ଦୁଇଟି ମୋଟରରୁ…

ପଥର କ୍ୱାରି କଲେ ଆତ୍ମହତ୍ୟା କରିବୁ

ଚନ୍ଦ୍ରଗିର,୮ା୧ -ପଥର କ୍ୱାରୀ କଲେ ଆତ୍ମହତ୍ୟା କରିବୁ। ଏଭଳି ଚେତାବନୀ ଦେଇଛନ୍ତି ମୋହନା ତହସିଲ ବାଘମାରୀ ପଞ୍ଚାୟତର ପେଜପାଣୀ, ଫଟାଚାଞ୍ଚଡା ଓ ସର୍ଗୀସାହି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ଫଟାଚାଞ୍ଚଡା ମୌଜା ଖାତା ନଂ.୧୮ ପ୍ଲଟ ନମ୍ବର ୧୭୨ରେ ୧.୮୦୦ହେକ୍ଟର ପର୍ବତ କିସମ…

ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଯୁବତୀ ନିଖୋଜ ଘଟଣା ୪ ଦିନ ପରେ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ/ବଲସକୁମ୍ପା, ୭ା୧-ନୂଆବର୍ଷ ଉପଲକ୍ଷେ ଗତ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ସୁନୀତା ଝାଙ୍କରଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ଯେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିଲା ଅଗ୍ନିଶମ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ : ୨ ମାସରେ ଭାଙ୍ଗିଲା ପାନୀୟ ଜଳ ପ୍ରକଳ୍ପ

ଫିରିଙ୍ଗିଆ, ୭ା୧-କନ୍ଧମାଳ ଜିଲା ପିରିଙ୍ଗିଆ ବ୍ଲକରେ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ପ୍ରକଳ୍ପ ତିଆରି ହେବାର ମାସେ ନ ପୁରୁଣୁ ତାହା ଭାଙ୍ଗି ଯାଉଛି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?