ଦୁର୍ଘଟଣାଗ୍ରସ୍ତ କାରରୁ ମୃତ ମୟୂର ଜବତ

ଦାରିଙ୍ଗବାଡି,୧୫ା୨(ଡି.ଏନ୍‌.ଏ.)

ଦାରିଙ୍ଗବାଡି ଥାନା ଗଦଡି ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୪ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାରକରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଥାନା ଏସ୍‌ଆଇ ଗୋପାଳକୃଷ୍ଣ ଆଗୁପାତ୍ର ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି।
ଉକ୍ତ କାର ଭିତରେ ଏକ ମୃତ ମୟୂର ଥିବା ଉଦ୍ଧାର କରୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଜଙ୍ଗଲରୁ ମୟୁର ଚୋରାଚାଲାଣ କରାଯାଉଥିବା ସେମାନେ ଆଶଙ୍କା କରିଛନ୍ତି। ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ ଧାରୁଆ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ମୟୂରକୁ ଜବତ କରିଥିଲେ। ଦାରିଙ୍ଗବାଡି ସହକାରୀ ପ୍ରାଣୀଧନ ଚିକିତ୍ସକ ଚିନ୍ମୟ ସାହୁ ଏହାର ବ୍ୟବଚ୍ଛେଦ କରିଛନ୍ତି। ଏନେଇ ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ପ୍ରକାଶ ଯେ, କାରଟି ସିମନବାଡିରୁ ରାଇକିଆ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ହେଲେ ମନେ ପଡୁଛି ସ୍ବଚ୍ଛତା କଥା: ପର୍ଯ୍ୟଟନକ୍ଷେତ୍ର, ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କଲେ…

ଦାରିଙ୍ଗବାଡି, ୧୧। ୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଆକ୍ସନମୋଡ଼ରେ ଦାରିଙ୍ଗବାଡି ପୋଲିସ:  ୭ ଅଟୋ, ୫ ବାଇକ ଜବତ

ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାରେ ପୀଡ଼ିତ ପରିବାରମାନେ ଯଥୋଚିତ ନ୍ୟାୟ ଏବଂ ବୀମା ରାଶି ପାଇପାରନ୍ତୁ, ସେଥିପାଇଁ ଦାରିଙ୍ଗବାଡି…

କନ୍ଧମାଳରୁ ହେଉଥିଲା ଗଞ୍ଜେଇ ଚାଲାଣ: ବାଟରେ ମାଡ଼ି ବସିଲା ପୋଲିସ,ଆଉ ତା’ପରେ…

ବାଲିଗୁଡ଼ା,୯ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍‌ରୁ ମିଳିଲା ଏତେ ପରିମାଣର… ଦେଖିକି ଭିଜିଲାନ୍ସ ତାଜୁବ

ବାଲିଗୁଡା, ୮।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବେକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରକୁ ଓଡ଼ିଶା…

ଦାରିଙ୍ଗବାଡ଼ିରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ, ୩ ଜଣଙ୍କୁ ଧରି…

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ନାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ। ୨୩ କେଜି ଗଞ୍ଜେଇକୁ…

ପୁରୁଣା ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇ ମଦଭାଟି ଠାବକଲା ପୋଲିସ

ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri