ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ) – ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରହସନ ପାଲଟିଛି ସୁନେତ୍ର କାର୍ଯ୍ୟକ୍ରମ। ସୋମବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ୨୫ ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୭ ଏବଂ ମଙ୍ଗଳବାର ବ୍ରାହ୍ମଣୀଗଁ। ଅଞ୍ଚଳରେ ଏହି ଶିବିର କରାଯାଇ ୮ ପଞ୍ଚାୟତରେ ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ସୁନେତ୍ର ଯୋଜନାରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ରହିଥିଲା। ଜିଲା ସ୍ବାସ୍ଥ୍ୟକେନ୍ଦ୍ରରୁ ବିଶେଷଜ୍ଞ ଦଳ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଶିବିର ଆୟୋଜନ ହୋଇନଥିଲା। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ ଏବଂ ସହକାରୀ ଚକ୍ଷୁ ଚିକିତ୍ସକ ଭବାନୀ ଶଙ୍କର ମହାପାତ୍ର ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ବୁଲି ଛାତ୍ରୀଛାତ୍ରଙ୍କ ଚକ୍ଷୁ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସମସ୍ୟା ଥିବା ଛାତ୍ରୀଛାତ୍ରଙ୍କୁ ନେଇ ଅପରାହ୍ନରେ କାମଚଳା ଶିବିରର ଆୟୋଜନ କରାଯାଇ ଚକ୍ଷୁ ପରୀକ୍ଷା କରାଯାଇଥିଲା।
ଏହି ପରୀକ୍ଷା ଅପରାହ୍ନ ୩ଟା ପରେ ଆରମ୍ଭକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ପୂର୍ବ ସୂଚନା ନ ଥିବାରୁ ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ ଭୋକ ଉପାସରେ ହଇରାଣ ହୋଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରକୁ ଡକାଯାଇଥିବା ଛାତ୍ରୀଛାତ୍ରଙ୍କୁ ଅପରାହ୍ନ ସାଢ଼େ ୨ଟାରେ ହୋଟେଲରୁ ଖାଇବା ଆଣି ଦିଆଯାଇଥିଲା। ଅଞ୍ଚଳରେ ପ୍ରାୟ ୨୮୦ ବିଦ୍ୟାଳୟ ରହିଥିବାବେଳେ ମାତ୍ର ୩ ବିଦ୍ୟାଳୟରୁ ଛାତ୍ରୀଛାତ୍ରଙ୍କୁ ଯୋଗାଡ କରି କାମ ସାରିଦେଇଥିବାରୁ ଚଞ୍ଚକତା କରାଯାଇଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି।
ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ କହିଛନ୍ତି, ଶିବିର ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ପୂର୍ବବର୍ଷ ଏହି ଶିବିର ଗାଇଡ ଶିକ୍ଷକ ହାତରୁ ଖର୍ଚ୍ଚକରି ଛାତ୍ରୀଛାତ୍ରଙ୍କୁ ଆଣିଥିଲେ। ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ କୌଣସି ଅର୍ଥ ମିଳିନାହିଁ। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି କହିଛନ୍ତି ଯେ, ଜିଲାରୁ ଏଭଳି କାର୍ଯ୍ୟକ୍ରମ ପାଇଁ ହଠାତ୍‌ ଚିଠି ଆସୁଛି। ସମସ୍ତଙ୍କୁ ଯୋଗାଯୋଗ କରାଯିବା ଏବଂ ଶିବିର ଆୟୋଜନ କରିବା ସମ୍ଭବ ହେଉନାହିଁ। ଏନେଇ ସେ ଦାରିଙ୍ଗବାଡ଼ି ବିଇଓଙ୍କୁ ଚିଠି ଦ୍ୱାରା ଅବଗତ କରାଇଥିବା କହିଛନ୍ତି। କିନ୍ତୁ ବିଇଓ ରାଉତ ଏହାକୁ ଖଣ୍ଡନ କରିବା ସହ ଶନିବାର ଅପରାହ୍ନରେ କେବଳ କୁହାଯାଇଛି। ରବିବାର ଛୁଟି ଯୋଗୁ ସମସ୍ତ ବିଦ୍ୟାଳୟକୁ ସୂଚନା ଦେବା ସମ୍ଭବ ହେଲାନାହିଁ ବୋଲି ସେ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଚକ୍ଷୁ ବିଶେଷଜ୍ଞ ଅରବିନ୍ଦ ଦାସ କହିଛନ୍ତି ଯେ, ଶିବିର ଆୟୋଜନ ହୋଇ ନ ଥିବାରୁ ସେ ବାଧ୍ୟ ହୋଇ ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାଙ୍କ ଚକ୍ଷୁ ସମସ୍ୟା ପଚାରି ବୁଝିବା ପରେ ଅପରାହ୍ନରେ ଶିବିରକୁ ଡକାଇ ଚକ୍ଷୁ ପରୀକ୍ଷା କରାଇଥିଲେ। ପ୍ରକ୍ରିୟା ଜାରି ରହିବା ସହ ଭ୍ରାମ୍ୟମାଣ ଗାଡ଼ିରେ ବୁଲି ସମସ୍ତ ବିଦ୍ୟାଳୟରେ ସେ ଏହି ପରୀକ୍ଷା କରାଇନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri