କନ୍ଧମାଳ

ଘାଟିରେ ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଫୁଲବାଣୀ ଅଫିସ,୧୮ା୧୨: ଗୁରୁବାର ବିଳମ୍ବିତ ରାତିରେ ଖଜୁରିପଡ଼ା ଥାନା ଅନ୍ତର୍ଗତ ସ୍କୁଲ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ…

ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୯ା୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ୍‌ ବୁଧବାର ଦାରିଙ୍ଗବାଡିରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଉତ୍ସବ ପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ…

ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ପ୍ରଭାବିତ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଞ୍ଚଳର ବ୍ରାହ୍ମଣୀଗାଁ, କାଟିଙ୍ଗିଆ ସମେତ ସିମନବାଡ଼ି ଆଦି ଅଞ୍ଚଳରୁ ବିଭିନ୍ନ…

ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସିଲା ବାଇକ୍‌, ଯୁବକଙ୍କ ଜୀବନ ଗଲା

ବାଲିଗୁଡ଼ା,୨ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ରେ ପିଟିହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁଡ୍ରିପଡ଼ି ଗ୍ରାମରୁ ବାହାରି ଗୁଟିଙ୍ଗିଆ ଅଭିମୁଖେ ମୋଟରସାଇକେଲରେ…

ଗାଁ ଶ୍ମଶାନରେ କାଳିଆକୁ ବିଦାୟ

ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ ଓ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା। ଗୁରୁବାର ମୃତଦେହ…

ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ: ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ଅବ୍ୟାହତ ରହିଛି। ପାଗ ଶୁଖିଲା ରହିବା ସହ ବୁଧବାର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ତଳକୁ ଖସିଆସିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସମଗ୍ର ଜିଲାରେ ଏବେ ଶୀତର ପ୍ରକୋପ ଦିନକୁ ଦିନ…

ଦାରିଙ୍ଗବାଡ଼ିରେ ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ

ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ଶୀତ ଅନୁଭୁତ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା…

ଦୋକାନ ଘରେ ଅଗ୍ନିକାଣ୍ଡ

ରାଇକିଆ, ୧୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାକିଙ୍ଗିଆ ଗ୍ରାମର ଡକେଡୁନାଜୁଠାରେ ଏକ ଦୋକାନ ଘରେ ଅଗ୍ନି କାଣ୍ଡ ଘଟିଛି। ରବିବାର ମଧ୍ୟାହ୍ନରେ ଅପରାଜିତା ପ୍ରଧାନଙ୍କ ଦୋକାନ ଘରେ ସର୍ଟଶର୍କିଟରୁ ନିଆଁ ଲାଗି ଯାଇଥିଲା । ଦୋକାନ ବନ୍ଦ ଥିଲା ବେଳେ…

ଫିରିଙ୍ଗିଆ ବିଡିଓଙ୍କ ସ୍ତ୍ରୀଙ୍କ ଆତ୍ମହତ୍ୟା

ଫୁଲବାଣୀ ଅଫିସ, ୫ା୧୧- କନ୍ଧମାଳ ଜିଲା ଫିରିଙ୍ଗିଆ ବିଡିଓ ରଶ୍ମୀରଞ୍ଜନ ମହନ୍ତଙ୍କ ସ୍ତ୍ରୀ ସରିତା ସାମଲ(୩୧)ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ବିଡିଓ ମହନ୍ତ ବୁଧବାର କୌଣସି ଏକ ମିଟିଂରେ ଜିଲାପାଳଙ୍କ…

ଜୁଆଆଡ୍ଡାରେ ଚଢ଼ାଉ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ, ଆଇଆଇସି ଗୁରୁତର

ଦାରିଙ୍ଗିବାଡ଼ି/ବ୍ରାହ୍ମଣୀଗାଁ,୧ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଅତର୍କିିତ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଆଇଆଇସି ରଞ୍ଜିତ କୁମାର…

କନ୍ଧମାଳରେ କମିଲାଣି ଧୂଆଁପତ୍ର ଚାଷ

ଦାରିଙ୍ଗବାଡ଼ି,୨୮।୧୦(ଡି.ଏନ.ଏ.): ବିଶ୍ୱରେ ବଜାରୀକରଣ ବ୍ୟବସ୍ଥା ହେବା ପରେ ପାରମ୍ପରିକ ଚାଷର କୁପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ। ଏଠାରେ ପୂର୍ବରୁ ପାରମ୍ପରିକ ଚାଷ ମଧ୍ୟରେ କୁଏରୀ, ମାଣ୍ଡିଆ, କାଙ୍ଗୁ, ଜନା, ସୋରିଷ, ତିଳା, କାନ୍ଦୁଲ, ହଳଦୀ, ଅଦା, ଧୂଆଁପତ୍ର ଭଳି ତେଲ…

ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁଶୀଳ ପ୍ରଧାନଙ୍କ ପୁଅ ଯାଦବ। ଦୁର୍ଘଟଣା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?