ସିବିଆଇ ତଦନ୍ତ ଦାବିରେ ପିଟିଶନ

କଟକ ଅଫିସ,୫। ୧୦: ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବାରେ ଓଡ଼ିିଶା ପୋଲିସ ବା କ୍ରାଇମବ୍ରାଞ୍ଚ ବିଫଳ ହୋଇଛନ୍ତି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା କୋର୍ଟ ପରିଚାଳିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)କୁ ଏହି ମାମଲା (ପାରଳାଖେମୁଣ୍ଡି ଥାନା କେସ୍‌ ନଂ. ୧୪୧/୨୧) ହସ୍ତାନ୍ତର କରାଯିବା ଲାଗି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ଏ ନେଇ ସେ ସୋମବାର ହାଇକୋର୍ଟରେ ଏକ ପିଟିଶନ (ନଂ. ସିଆର୍‌ଏଲ୍‌ଏମ୍‌ପି. ୦୯୯୯୦୦/ ୨୦୨୧) ଦାଖଲ କରିଛନ୍ତି। ଏହି ମାମଲାରେ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଡିଜିପି, କ୍ରାଇମବ୍ରାଞ୍ଚ ଏଡିଜି ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାକୁ ଆଇନଜୀବୀ ପାର୍ଥସାରଥୀ ନାୟକ ପରିଚାଳନା କରୁଛନ୍ତି।
ପିଟିଶନରେ ଦର୍ଶାଯାଇଛି ଯେ, ଏସିଏଫ୍‌ ସୌମ୍ୟ ରଞ୍ଜନ ୨୦୨୦ ମେ ୧ରେ ପାରଳାଖେମୁଣ୍ଡି ଡିଭିଜନରେ ଏସିଏଫ୍‌ ଭାବେ ଯୋଗଦେଇଥିଲେ। ସେହିବର୍ଷ ଡିସେମ୍ବର ୧ରେ ସେ ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ। ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ନିୟମିତ ବିଦ୍ୟାଭାରତୀଙ୍କ ନିକଟକୁ ଆସିବା ସହ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖୁଥିଲେ। ଫଳରେ ସୌମ୍ୟ ନିର୍ଯାତିତ ହେଉଥିଲେ। ଜୁଲାଇ ୧୨ତାରିଖ ରାତିରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସୌମ୍ୟଙ୍କୁ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଜୁଲାଇ ୧୩ରେ କଟକର ଏକ ଘରୋଇ ଡାକ୍ତରଖାନା ନିଆଯାଇଥିବାବେଳେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ସୌମ୍ୟଙ୍କ ପରିବାରର ବୟାନ ରେକର୍ଡ କରିବାଠାରୁ ଆରମ୍ଭ କରି ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରିଥିଲା। ହେଲେ ଘଟଣାର ଅଢେଇ ମାସ ପରେ ବି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ସୂଚନାଯୋଗ୍ୟ, ଏହି ମାମଲାର ସିବିଆଇ ତଦନ୍ତ କରାଯିବାକୁ ଜୁଲାଇ ୨୭ରେ ଭାରତ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri