ବାଲିଗୁଡ଼ାରେ ରାବଣପୋଡ଼ି: ଆତସବାଜିରେ କମ୍ପିଲା ମିନିଷ୍ଟାଡିୟମ
ବାଲିଗୁଡ଼ା,୧୩ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ। ବିଜୟା ଦଶମୀ ଅବସରରେ ଚାରିଆଡ଼େ ପାର୍ବଣର ମାହୋଲ ଚାଲିଥିବା ବେଳେ କନ୍ଧମାଳ ଜିଲା ବାଲିଗୁଡ଼ାର ବିଭିନ୍ନ ପୂଜାମଣ୍ଡପ, ଶକ୍ତିପୀଠରେ ମହାମାୟୀଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ...
ପାର୍ବଣରେ ପାରମ୍ପରିକ ନୃତ୍ୟ
ଦାରିଙ୍ଗବାଡି, ୧୨।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଅସ୍ଥାୟୀ ଦୁର୍ଗା ମଣ୍ଡପରେ ଦଶହରା ପର୍ବ ପାଳନ ହୋଇଯାଇଛି। ଅଷ୍ଟମୀ ତିଥିରୁ ଏହି ପୂଜା ବହୁ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ଶନିବାର ମଣ୍ଡପ ସମ୍ମୁଖରେ ପାରମ୍ପରିକ...
ପାର୍ବଣରେ ଉତ୍ସବମୁଖର ଦାରିଙ୍ଗବାଡ: ମା’ପାଟଖଣ୍ଡାଙ୍କ ପୀଠରେ ଭିଡ଼
ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଏ ଭିତରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ମଧ୍ୟ ପାର୍ବଣ ପାଇଁ ଉତ୍ସବମୁଖର ହୋଇ ଉଠିଛି। ଶନିବାର ଦଶହରା ପାଇଁ ବିଭିନ୍ନ...
ଦାଦନ ଖଟିବାକୁ ଯାଇଥିଲେ: ଚାଲିଗଲା ଯୁବତୀଙ୍କ ଜୀବନ
ଦାରିଙ୍ଗବାଡି,୧୧।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ ବିୟୋଗ ଚିନ୍ତା ବଢାଇଛି। ପ୍ରକାଶ ଯେ, ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି...
ମିଳୁନି ବସୁଧା ଜଳ, ପାଣି ପାଇଁ ଲୋକେ ଡହଳବିକଳ
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତ କିରାମାହା ଗ୍ରାମରେ ଜଳ ଅଭାବ ଦେଖାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କିରାମାହାକୁ...
ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା: ପ୍ରବଳ ଜନସମାଗମ
ଜି.ଉଦୟଗିରି, ୧୧।୧୦(ଶିଶିର ପଟ୍ଟନାୟକ): ଜି. ଉଦୟଗିରିର ବହୁ ପୂରାତନ ପୂଜା ମଣ୍ଡପ ତରଫରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ବୁଧୁବାର ମା’ ବରାଳ ଦେବୀଙ୍କ ଘଟକୁ ନେଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ଗୁରୁବାର ସପ୍ତମୀ ପୂଜା ଓ...
ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା
ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର...
ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା
ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ। ଘରେ ଘରେ ଏଥିପାଇଁ ଉତ୍ସାହ ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରେ ସପ୍ତମୀଠାରୁ ଏହି...
ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ…
ବାଲିଗୁଡ଼ା,୯ା୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ କୁନି ତ୍ରିପାଠୀ। ସୂଚନା ଅନୁସାରେ, ଗୁଳିମରା ସାହିର ମହିଳା ଜଣକ ବୁଧବାର...
ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ
ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମ ଶ୍ରାମବା ସାହିର ସସ୍ମିତା ନାୟକ ଓରଫ ରଞ୍ଜୁତା...
ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ
ବାଲିଗୁଡା,୮।୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲାର ଦଶହରା ମାର୍କେଟରେ କୋଟି କୋଟି ନକଲି ଟଙ୍କା ଛାଡିବାକୁ କଟକରୁ ଆସି କନ୍ଧମାଳ ଜିଲାର ପ୍ରତ୍ୟେକ...
ଝିଅମାନେ ଭଲ ପାଠ ପଢିଲେ କରିପାରିବେ ନିଜ ଭବିଷ୍ୟତ ନିର୍ଦ୍ଧାରଣ: ବେଟି ବଚାଓ, ବେଟି ପଢାଓକୁ ଗୁରୁତ୍ୱ
ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଜଣେ ଝିଅ ଭଲ ପାଠ ପଢିଲେ ନିଜ ଭଲ ଭବିଷ୍ୟତ ନିର୍ଦ୍ଧାାରଣ କରିବାରେ ସହାୟକ...
Archives


