ଆଦାୟ ଅନୁସାରେ ବିକାଶ ଶୂନ: ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ରାସ୍ତାର ନକ୍ସା ବଦଳାଉଛି ଲଘୁଚାପ ବର୍ଷା

ଦାରିଙ୍ଗବାଡି,୨୯ ।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳ ସୌନ୍ଦର୍ଯ୍ୟର ଗନ୍ତାଘର। ପର୍ଯ୍ୟଟନକ୍ଷେତ୍ର ରହିଥିବାରୁ ଦୈନିକ ଶହତଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି। ହେଲେ ଉକ୍ତ ଅଞ୍ଚଳରେ ଯେଉଁ ସବୁ ପର୍ଯ୍ୟଟନ କ୍ଷେତ୍ର ରହିଛି ସେଗୁଡିକ ମଧ୍ୟରେ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଛି । କିରିକୁଟି ଲଭର୍ସ ପଏଣ୍ଟ ହେଉ କି ମିଡିୟୁାନ୍ଦା ଏବଂ କିଶୁବାଡିଠାରେ ରହିଥିବା ପାଟାବାନ୍ଧା ଜଳପ୍ରପାତ ସବୁ ପର୍ଯ୍ୟଟକଙ୍କ ମନ ପସନ୍ଦର ଜଳପ୍ରପାତ। ହେଲେ ଏହି ସବୁ ଜଳପ୍ରପାତକୁ ଯିବା ପାଇଁ ପକ୍କା ରାସ୍ତା ଟିଏ ନାହିଁ ଫଳରେ ଲଘୁଚାପ ବର୍ଷାରେ ସମସ୍ତ ରାସ୍ତାର ନକ୍ସା ବଦଳିଯାଇଛି କାଦୁଅରେ ପର୍ଯ୍ୟଟକ ଯାତାୟାତ କରୁଛନ୍ତ। ଲଭର୍ସ ପଏଣ୍ଟର ୮ ଶହ ମିଟର ରାସ୍ତା ସମେତ ମିଡିୟୁାନ୍ଦା ଜଳପ୍ରପାତ ରାସ୍ତାର ୫ ଶହ ମିଟର ଏବଂ କିସୁବାଡ଼ି ଜଳପ୍ରପାତର ପ୍ରାୟ ୩ ରୁ ୪ କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ସବୁ ଜଳପ୍ରପାତ ବୁଲିବା ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ସଂଗ୍ରହ କରାଯାଇ ଲକ୍ଷାଧିକ ଟଙ୍କା ଅର୍ଥ ରୋଜଗାର କରାଯାଉଥିବା ବେଳେ ସେହି ଅନୁପାତରେ ରାସ୍ତା ପକ୍କା ନିର୍ମାଣ କିମ୍ବା ମରାମତିରେ ଖର୍ଚ୍ଚ କରାଯାଉନାହିଁ ଫଳରେ ବରିଷ୍ଠ ନାଗରିକ ପର୍ଯ୍ୟଟକ ହୁଅନ୍ତୁବା ଶିଶୁ ପର୍ଯ୍ୟଟକ କିମ୍ବା ମହିଳା ପର୍ଯ୍ୟଟକମାନେ କଚ୍ଚା ରାସ୍ତାରେ ପଅସୁବିଧା ଭୋଗୁଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବାକୁ ପର୍ଯ୍ୟଟକ ମାନେ ନିବେଦନ କରୁଛନ୍ତ।ଏବେ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡି ଆସି ଏଭଳି ଅବସ୍ଥା ଦେଖି ନିରାଶ ହେବା ସହ ଅସନ୍ତୋଷବ୍ୟକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri