ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ପାଇଁ ବନପ୍ରାଣୀ-ପକ୍ଷୀ ଉଭାନ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ):ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଡିସେମ୍ବର ଶେଷ ଓ ଜାନୁୟାରୀ ୧୦ ପର୍ଯ୍ୟନ୍ତ ପ୍ରାୟ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନଜିର ରହିଛି। ତେବେ ଉକ୍ତ ଅଞ୍ଚଳରେ ରହିଥିବା ଏକାଧିକ ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ ଅନ୍ୟତମ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀ ପାଇନବଣ ରହିଛି। ବଣ ଭୋଜି କରି ପରିବାର, ସାଙ୍ଗସାଥିଙ୍କ ସହ ସମୟ ବିତାଇବା ପାଇଁ ଉତ୍କୃଷ୍ଟ ସ୍ଥାନ ହେଉଛି ଡୁଲୁରୀ ପାଇନବଣ। ଯେଉଁଠି ଲମ୍ବା ଲମ୍ବା ପାଇନ ବୃକ୍ଷ ସମେତ ବିଶ୍ରାମ କକ୍ଷ, ଶିଶୁ ପର୍ଯ୍ୟଟକଙ୍କ ପାଇଁ ଉଦ୍ୟାନ ବ୍ୟବସ୍ଥା ଆଦି ରହିଛି ଯେଉଁଠି ବଣ ଭୋଜି କରିବା ସହ ଖେଳକୁଦ କରିବାକୁ ବିସ୍ତିର୍ଣ୍ଣ ସ୍ଥାନ ରହିଛି। ଏହି ସମୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଉକ୍ତ ଡୁଲୁରୀ ପାଇନ ବଣରେ ବଣ ଭୋଜି କରିବା ସହ ବୁଲିବା ନଜିର ରହିଛି।

ଚଳିତ ବର୍ଷର ଶେଷ ରବିବାର ହୋଇଥିବାରୁ ପର୍ଯ୍ୟଟକଙ୍କ ପ୍ରଚଣ୍ଡ ଭିଡ଼ ଜମିଛି। ବଣ ଭୋଜିର ଆସର ଜାରି ରହିଛି। ତେବେ ଅନେକ ପର୍ଯ୍ୟଟକ ସାଉଣ୍ଡ ସିଷ୍ଟମ ବ୍ୟବହାର କରୁଥିବାରୁ ଉକ୍ତ ଜଙ୍ଗଲରେ ପ୍ରଚଣ୍ଡ ଶବ୍ଦ ପ୍ରଦ୍ୟୁଷଣ ହେଉଛି। ଏଥିନେଇ ବନ ବିଭାଗର ଏହି ପିକନିକ ସ୍ପଟରେ ଜଙ୍ଗଲୀ ଯନ୍ତୁ ବିଶେଷ କରି ବିଭିନ୍ନ ପ୍ରକାର ପକ୍ଷୀ, ମାଙ୍କଡ଼, ବିଲୁଆ, ବାରହା ଆଦି ଭୟଭୀତ ହୋଇ ଜଙ୍ଗଲ ଛାଡୁଥିବା କୁହାଯାଉଛି। ଆଉ ସେହି ଅଞ୍ଚଳରେ କୁଆ, କାଉ, ଚଟିଆ, ବଣି, ଶୁଆ ଶାରୀ, ମୟୁର ଆଦି ଭୁକିବା ଦେଖିବାକୁ ମିଳୁନାହିଁ, ଯେଉଁଥିପାଇଁ ପରିବେଶବିତ୍‌ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଜଙ୍ଗଲ ବିଭାଗ ମଧ୍ୟ ଚୁପ ବସିଛି। ପର୍ଯ୍ୟଟକ ବଣ ଭୋଜି କରିବାକୁ ଆସି ସେଠାରେ ବାଣ ଫୁଟାଇବା ସହ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବା ଯୋଗୁ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ୁଛନ୍ତି। ଗତ କିଛି ବର୍ଷ ଧରି ଏଭଳି ଘଟୁଥିଲେ ମଧ୍ୟ ଏଥିପ୍ରତି ବନ ବିଭାଗ କିମ୍ବା ସ୍ଥାନୀୟ ପୋଲିସ,ଜିଲା ପ୍ରଶାସନ କେହି ବି ଦୃଷ୍ଟି ଦେଉନାହାନ୍ତି। ଏହାକୁ ନେଇ ଚିନ୍ତା ବଢିବା ସହ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ କଟକଣା କରାଯିବାକୁ ବିଭିନ୍ନ ମହଲରେ ଦାବି ଉଠୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ସବୁ ସହର

ଭୁବନେଶ୍ୱର,୧ା୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି…

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର…

ମନମୁଖୀ କରାଯାଉଛି କର୍ମଚାରୀ ଛଟେଇ: ଟିପିଡବ୍ଲ୍ୟୁଓଡିଏଲ ବିରୋଧରେ ବିକ୍ଷୋଭ

ଲୋଇସିଂହା,୧।୫(ସୁଶାନ୍ତ ବାରିକ):ଟିପିଡବ୍ଲ୍ୟୁଓଡିଏଲର ମନମୁଖୀ ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲୋଇସିଂହା ବିଦ୍ୟୁୁତ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନର…

ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ: ପୁଣି ଜୋର୍‌ ଧରିଲା ଉଚ୍ଛେଦ ଦାବି

ବରଗଡ,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବହୁଚର୍ଚ୍ଚିତ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବି ପୁଣି ତେଜି ଉଠିଛି। ଏହି ଦାବି ନେଇ ବରଗଡ଼…

କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର କାନ୍ଥ, କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବି

କଲ୍ୟାଣସିଂହପୁର,୧ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ଜଗନ୍ନାଥ କଲୋନୀରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri