କଳାହାଣ୍ଡି

ନିର୍ବାଚନରେ ମିଥ୍ୟା ସତ୍ୟ ପାଠ ଦେବା ପଡ଼ିଲା ମହଙ୍ଗା: ୱାର୍ଡ ସଭ୍ୟାଙ୍କୁ ଅଯୋଗ୍ୟ ଘୋଷଣା କଲେ ଜିଲାପାଳ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ମାଲଗାଁ ପଞ୍ଚାୟତ ୱାର୍ଡ ନଂ-୧୩ର ୱାର୍ଡସଭ୍ୟା ମମତା ମହାନ୍ତି ମିଥ୍ୟା ସତ୍ୟପାଠ ଦେବା ମହଙ୍ଗା ପଡିଛି। ଏହି ଅଭିଯୋଗରେ ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ଅଯୋଗ୍ୟ ଘୋଷଣା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ଟଙ୍କା ହଡ଼ପ କରି ଆକାଉଣ୍ଟାଣ୍ଟ ଫେରାର ଘଟଣା: ବ୍ୟାଙ୍କ ମ୍ୟାନେଜର, ରାଜସ୍ବ ନିରୀକ୍ଷକଙ୍କୁ ଜେରା

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ ଘଟଣାରେ ଭିଜିଲାନ୍ସ ପକ୍ଷରୁ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ ଭବାନୀପାଟଣା ନଜୁଲ ରାଜସ୍ବ ନିରୀକ୍ଷକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶୁଚିସ୍ମିତା ନିଜ ମା’ଙ୍କ ନାମରେ…

ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବୈଠକ ବର୍ଜନ କରି ଧାରଣାରେ ବସିଲେ ସରପଞ୍ଚ

କେସିଙ୍ଗା,୨୧।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବୈଠକରେ କେସିଙ୍ଗା ବ୍ଲକର ୨୬ ସରପଞ୍ଚଙ୍କ ମଧ୍ୟରୁ ୨୨ ସରପଞ୍ଚ ବିଡିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବୈଠକ ବର୍ଜନ କରି ବ୍ଲକ ସଭାଗୃହ…

୩୯ ଲକ୍ଷ ହଡ଼ପ ମାମଲାରେ ୩ କୋର୍ଟ ଚାଲାଣ: ବିଇଓ ଅଫିସ ଆକାଉଣ୍ଟାଣ୍ଟ ଫେରାର

ଭବାନୀପାଟଣା,୨୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ କରିଥିବା ମାମଲା ନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଶୁଚିସ୍ମିତାଙ୍କ ସହ ସାମିଲ ଥିବା ଅଭିଯୋଗରେ ପୋଲିସ…

ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କେସିଙ୍ଗା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପଥର୍ଲ ଗ୍ରାମ ପଞ୍ଚାୟତ ଅଧୀନ ମାଲପଡ଼ା-ପଥର୍ଲା ତିନିଛକଠାରୁ ଗୁରୁବାର ଗଳାରେ ରଶିବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପଥର୍ଲl ଗ୍ରାମ କଲୋନୀପଡ଼ାର କିଷାନ ବାଗ(୨୫)। ଅନ୍ୟପକ୍ଷେ…

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

କୋକସରା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଯୁବଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କାମଦେବ ରାଉତ(୩୨)। ମିଳିଥିବା ସୂଚନା ମୁତାବକ, ଗୁରୁବାର କାମଦେବ ସ୍ଥାନୀୟ ଜଙ୍ଗଲକୁ…

ଶୈବପୀଠରେ ବୃଷଭ ପିଉଛନ୍ତି କ୍ଷୀର

କୋକସରା,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ଶୈବପୀଠରେ ଗୁରୁବାର ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମହାଦେବଙ୍କ ବୃଷଭ କ୍ଷୀର ଓ ପାଣି ପିଉଥିବା ନେଇ ପ୍ରଚାର ହେବାପରେ କୋକସରା ବ୍ଲକର ଡେଙ୍ଗାଗୁଡାଠାରେ ଥିବା ଶମ୍ଭୁଶ୍ୱର ମନ୍ଦିର, ବଡକେନ୍ଦୁଗୁଡା ଝାରବନ୍ଧଠାରେ…

ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ

ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲାପାଳ…

କୋକସରା ବ୍ଲକରେ ବ୍ୟାପୁଛି ଚକଡ଼ା ରୋଗ: ମୁଣ୍ଡରେ ହାତ ଦେଇ ବସିଛନ୍ତି ଧାନଚାଷୀ

କୋକସରା,୧୮।୧୦(ଡି.ଏନ.ଏ.): ହେକ୍ଟର ହେକ୍ଟର ଚାଷ ଜମିରେ ବ୍ୟାପୁଛି ଚକଡ଼ା ରୋଗ । ନିମିଶକ ମଧ୍ୟରେ ସୁନାର ଫସଲକୁ ଚରି ଯାଉଛି ଚକଡ଼ା ପୋକ। ସବୁଜିମା ଦିଶୁଥିବା ଚାଷ ରାତିକ ମଧ୍ୟରେ ପୋଡି ଯାଉଛି ଓ ଧାନ କେଣ୍ଡା ସବୁ ପାଳ ଭଳି…

ଏକୁଟିଆ ଥିବା ବେଳେ ଘରେ ପଶି ବିବାହିତା ମହିଳାଙ୍କୁ ବଳାତ୍କାର,ଜେଲ୍‌ ଗଲେ ଯୁବକ

କୋକସରା,୧୮।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଛଞ୍ଚାଣବାହିଲି ପଞ୍ଚାୟତ ପଲସପାଣି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଦୁର୍ଯୋଧନ ଜୁଏଡ଼(୩୫) । ଗତ…

ଗଛରେ ପିଟିହେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ମୃତ

ଭବାନୀପାଟଣା,୧୭।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୟପାଟଣା ଡାକ୍ତରଖାନାରୁ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିଲା। ହେଲେ ଆମ୍ବୁଲାନ୍ସଟି ଜୁନାଗଡ଼ ବ୍ଲକ ମହିଚଲା ମଣ୍ଡି ନିକଟରେ ଭାରସାମ୍ୟ…

ଲାଠିଯାତ୍ରା, ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ଦଶରା ମହୋତ୍ସବ

କୋକସରା,୧୬।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଆମପାଣି ବୁଢାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ସମାପନ ହୋଇଯାଇଛି। ଏହି ଅବସରରେ ବୁଢାରଜାଙ୍କ ପୀଠରେ ଶୁକ୍ଳ ଭୋଗ ସହ ପାଶର୍‌ବ ଦେବଦେବୀଙ୍କୁ ବଳି ଭୋଗରେ ସନ୍ତୁଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?