ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
କୋକସରା୧।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୂଷାପାଲି ପଞ୍ଚାୟତ ଛିଲିପାମାଲ ଗ୍ରାମର ଜଣେ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଛି। ଏ ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଛିଲିପାମାଳ ଗାଁର ଶରତ ପାଣିଗ୍ରାହୀଙ୍କ ପୁଅ ଅମିତ ପାଣିଗ୍ରାହୀ(୨୩)…
ବର୍ଷାରେ ଭାଙ୍ଗିଲା ଘର,ଅସହାୟ ମା’ ଝିଅ
କୋକସରା,୩୦।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅଧୀନ ଜଲତାମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଏକ ଘର ଭାଙ୍ଗି ଯାଇଛି। ଏଥିରେ ଦୁଇ ବିଧବା ମା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ବର୍ଷା ଯୋଗୁ ଜଲତାମୁଣ୍ଡା…
ଜନ୍ମ ହେଲା ଗୋଡ଼ ବିହୀନ କନ୍ୟା ସନ୍ତାନ
କୋକସରା,୨୮।୯(ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି । ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ ଲହଜଳଙ୍କ ତୃତୀୟ ଗର୍ଭରୁ ଜନ୍ମ ନେଇଛି ଏକ ଅସମ୍ପୂର୍ଣ୍ଣ କନ୍ୟା ସନ୍ତାନ । ଶିଶୁଟି…
ବାପାଙ୍କୁ କିଡ୍ନୀ ଦାନ କଲେ ୨୨ ବର୍ଷୀୟା ଝିଅ
ଭବାନୀପାଟଣା/କୋକସରା,୨୩।୯: କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗ (୪୭)ଙ୍କୁ ତାଙ୍କର ୨୨ ବର୍ଷର ଝିଅ ସଲୋନୀ କିଡ୍ନୀ ଦାନ କରି ନୂଆ ଜୀବନ ଦେଇଛନ୍ତି। ସୁନିଲ ଗତ କିଛି ବର୍ଷ ହେଲା କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ।…
ନବ ବିବାହିତା ଝିଅକୁ ହତ୍ୟା କରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ
ଜୁନାଗଡ଼,୧୮।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଣିଜରା ଗ୍ରାମରେ ପୋଲିସ ଶନିବାର ଜଣେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳାଙ୍କ ନାମ ପଦ୍ମିନୀ ରାଉତ(୧୮) ବୋଲି ଜଣାପଡିଛି। ଏପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପଦ୍ମିନୀଙ୍କ…
ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ
କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର ମରାମତି, ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ୨୬/୦୮/୨୦୧୯ ରେ ବିଦ୍ୟାଳୟ ପରିଚାଳନା…
ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ
କୋକସରା,୧୬।୦୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଚିତାମୁଣ୍ଡା-ଡାଲଗୁମା ରାସ୍ତା ନିକଟରେ ଥିବା ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଡାଲଗୁମା ଗ୍ରାମର କମ୍ବୁ ମାଝୀ(୩୫) । ମିଳିଥିବା ସୂଚନା ମୁତାବକ, ଗତ ମଙ୍ଗଳବାରଠାରୁ…
କଳାହାଣ୍ଡିରେ ଲଗାଣ ବର୍ଷା ପ୍ରଭାବ: ସମସ୍ୟାରେ ଜିଲାବାସୀ
ଭବାନୀପାଟଣା,୧୫।୯(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି କଳାହାଣ୍ଡିବାସୀ। ଏଥର ନୂଆଁଖାଇ ମଧ୍ୟ ବର୍ଷା ଲାଗି ସାମାନ୍ୟ ଫିକା ପଡ଼ିଥିଲା। ଗତ ୧୨ ତାରିଖ ରାତିରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଭବାନୀପାଟଣା…
ରାସ୍ତାକଡ଼ରେ ଥିବା ଘରକୁ ଧକ୍କା ଦେଲା ୧୬ ଚକିଆ
ମ.ରାମପୁର,୧୨।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ରାୟପୁର- ଗୋପାଳପୁର ଏନ୍ଏଚ୍ -୫୯ ମ. ରାମପୁରସ୍ଥିତ ଚାରିଛକ ବୁଲାଣିରେ ରବିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଡମ୍ପର ସିଧା ଏକ ଘରକୁ ଧକ୍କା ଦେଇଛି। ରାସ୍ତା ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟ ଇଟାଗଦାକୁ…
ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଜଗର ସାପ
କୋକସରା,୬।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କୁସୁମଖୁଣ୍ଟି ଇନ୍ଦ୍ରାବତୀ ସହାକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୋମବାର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଝରକାରେ ସାଢ଼େ ପାଞ୍ଚଫୁଟ ଲମ୍ବର ଏକ ଅଜଗର ସାପ ଓହଳି ରହିଥିବା…
କଖାରୁ ବୋଝେଇ କ୍ୟାଣ୍ଟରରୁ ୧୮ ବସ୍ତା ଗଞ୍ଜେଇ ଜବତ
କେସିଙ୍ଗା,୬।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅଣ୍ଡର ବ୍ରିଜ ନିକଟରୁ ୧୮ ବସ୍ତା ୨୮୧ ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ରବିବାର ଏକ କଖାରୁ ବୋଝେଇ କ୍ୟାଣ୍ଟର ରାୟଗଡ଼ାରୁ ଉତ୍ତରପ୍ରଦେଶର ଗାଜିଆବାଦ…
ରିଷିଡ଼ା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି
କର୍ଲାମୁଣ୍ଡା,୬।୯(ଡି.ଏନ.ଏ.): କଳାହାଣ୍ଡି ଜିଲ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ କୃଷି ଋଣ, ଜଳକର ଛାଡ଼, ଓ ତେଲନଦୀ ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି ହୋଇଛି। ଏ ନେଇ ରିଷିଡା ଗ୍ରାମ୍ୟ…
Archives


