ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

କୋକସରା୧।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୂଷାପାଲି ପଞ୍ଚାୟତ ଛିଲିପାମାଲ ଗ୍ରାମର ଜଣେ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଛି। ଏ ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ଛିଲିପାମାଳ ଗାଁର ଶରତ ପାଣିଗ୍ରାହୀଙ୍କ ପୁଅ ଅମିତ ପାଣିଗ୍ରାହୀ(୨୩) ଗୁରୁବାର ଘରୁ ବାହାରି ଆଉ ଫେରି ନ ଥିଲେ। ପୁଅ ନ ଫେରିବାରୁ ପରିବାର ଖୋଜାଖୋଜି କରିଥିଲେ । ତେବେ ଶୁକ୍ରବାର ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ଜଣେ ଯୁବକଙ୍କ ମୃତଦେହ ପଡି ରହିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଗତକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମୟରେ ଅମିତ ଚାଷ ଜମି ନିକଟରେ ଥିବା କିଛି ଲୋକ କହିଛନ୍ତି। ସେହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏଣୁ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର କହିଛନ୍ତି । କୋକସରା ପୋଲିସ ମୃତଦେହ ଜବତ କର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କୋକସରା ଥାନାରେ ଏକ ମାମଲା(ନଂ.୧୫/୨୧) ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଲାସେମିଆ ଶିଶୁଙ୍କ ଜୀବନ ସହ ଖେଳ

କଟକ ଅଫିସ,୨୪ା୧୧: ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଜୀବନ ପ୍ରତି ଏବେ ଘୋର ବିପଦ। ବିପଦ ପୁଣି ସ୍ବାସ୍ଥ୍ୟ ବିଭାଗ ଆଡୁ ସୃଷ୍ଟି ହୋଇଛି। ଏହି...

ମାଟ୍ରିକ ପରୀକ୍ଷା ଲାଗି ବିଦ୍ୟୁତ୍‌ କାଟ ବନ୍ଦ ଦାବି

ଭଦ୍ରକ ଅଫିସ, ୧୭ା୨-ମାଟ୍ରିକ ପରୀକ୍ଷା ଆଉ ଗୋଟିଏ ଦିନ ଥିବାରୁ ନେସ୍କୋ ପକ୍ଷରୁ କରାଯାଉଥିବା ବିଦ୍ୟୁତ୍‌ କାଟ ବନ୍ଦ କରାଯିବାକୁ ଦାବି ହୋଇଛି। ଏପରିକି ବକେୟା...

ପୋଲିସ ଧମକକୁ ମାନିଲେନି : ଖଟ ବୁଲାଇ ନିର୍ଦ୍ଦୋଷଙ୍କୁ କଲେ ଦୋଷୀ

ନୟାଗଡ଼ ଅଫିସ,୨୪ା୬: ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଶନିବାର ଖଟ ବୁଲୁଥିବା ଜଣାପଡ଼ିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା।...

ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ

ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ...

ବିପଜ୍ଜନକ କାର୍ଯ୍ୟରେ ନାହିଁ ଲଗାମ: ବିଦ୍ୟୁତ୍‌ କରେଣ୍ଟ ଦେଇ ମାଛଧରା, କମ୍‌ ଖର୍ଚ୍ଚରେ ମିଳୁଛି ବେଶି ଲାଭ

ନୟାଗଡ଼ ଅଫିସ/ଓଡଗାଁ,୭।୬(ସ୍ବ.ପ୍ର.): ମାଛ ମାରିବାକୁ ନୂଆ କୌଶଳ ଆପଣେଇଛନ୍ତି କେତେଜଣ ଯୁବକ। ଜାଲ ବଦଳରେ ବିଦ୍ୟୁତ୍‌ କରେଣ୍ଟ ଦେଇ ବିନା ପରିଶ୍ରମ ଓ କମ୍‌ ଖର୍ଚ୍ଚରେ...

ଆଖଣ୍ଡଳମଣି ମନ୍ଦିର ପରିସରକୁ ପଲିଥିନ ମନା

ଆରଡ଼ି,୨୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରକୁ ସୋମବାରଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ...

ବାଙ୍କିଶୋଳରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ୍‌

ବାରିପଦା ଅଫିସ, ୮ା୪- ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକ ଅଧୀନ ବାଙ୍କିଶୋଳଠାରେ ଥିବା କିସ୍‌ ବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼- ୧୯...

ମାମଲାରେ କୋହଳ ଦଫା ଲଗାଇବାକୁ ନେଉଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା ଅଫିସ,୧୦।୬: ଏକ ମାମଲାରେ କୋହଳ ଦଫା ଲଗାଇବା ପାଇଁ ଜଣେ ମହିଳାଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସ୍‌ଆଇ ଭଗବାନ...

Advertisement
Archives

Model This Week