କଳାହାଣ୍ଡି

ସରପଞ୍ଚଙ୍କ ଜାଲ ଦସ୍ତଖତ କରି ସରକାରୀ ଅନୁଦାନ ୩କୋଟି ୨୬ ଲକ୍ଷ ଲଗାଇଥିଲେ ବେଟିଂରେ , ଏବେ ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ 

ଭବାନୀପାଟଣା,୨୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ତଲନାଗି ଓ ପୋଡାପଦର ପଞ୍ଚାୟତର ସରକାରୀ ଅନୁଦାନର ୩ କୋଟି ୨୬ ଲକ୍ଷ ଟଙ୍କା କ୍ରିକେଟ ବେଟିଂରେ ଲଗେଇବା ଅଭିଯୋଗରେ ପିଇଓ ଦେବାନନ୍ଦ ସାଗରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରଛି।…

କ୍ଷତିପୂରଣ ଦାବିରେ ରାସ୍ତାକାମ ବନ୍ଦ କଲା ପରିବାର, ଫେରିଗଲେ ପ୍ରଶାସନିକ ଅଧିକାରୀ

କୋକସରା,୨୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବୋବରିଆ ଛକରୁ ଡେଙ୍ଗାଗୁଡା ମହିମା ପର୍ଯ୍ୟନ୍ତ ୬.୧୭୦ କିମି ରାସ୍ତା ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଠିକାସଂସ୍ଥା କାର୍ଯ୍ୟାଦେଶ ପାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ…

ଜାଲ୍‌ ଦସ୍ତଖତ କରି ଏସ୍‌ଏଚ୍‌ଜିରୁ ୬ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା,୨୨ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାଲ ମାଲ ପଞ୍ଚାୟତ ଅଧୀନସ୍ଥ ବୋରିଂପଦର ଗ୍ରାମସ୍ଥିତ ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀ ବୋରିଂପଦର ଗ୍ରାମର ପୂର୍ବତନ ସଭାପତି ରେବତୀ ମାଝୀ ଓ ପୂର୍ବତନ ସମ୍ପାଦିକା ତେଜସ୍ବିନୀ ମାଝୀଙ୍କ ମିଳିତ ଉଦ୍ୟମରେ…

ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର

କୋକସରା,୨୧ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କଳାହାଣ୍ଡି ଜିଲା କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଶୁକ୍ରବାର ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର…

କର୍ତ୍ତବ୍ୟରେ ଅବହେଳା: ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼,୨୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ କାର୍ଯ୍ୟରେ ଅବହେଳା କାରଣରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ୫ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ଦରମା ବନ୍ଦ କରିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର ବ୍ଲକର ଘୋଡାପୋଖରୀ, ପୁଇଗୁଡା, କରନମୁଣ୍ଡା,…

କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ସ୍ବାସ୍ଥ୍ୟ ପରୀକ୍ଷା କଲେ…

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଭାରତ ପେଟ୍ରୋଲିୟମ କୋପୋରେଶନ ଲିମିଟେଡର ସହାୟତାରେ କଳିଙ୍ଗ କୁଶୁମ ସହଯୋଗରେ ଆୟୋଜିତ ସ୍ବାସ୍ଥ୍ୟ ପରୀକ୍ଷା…

କେସିଙ୍ଗା ତହସିଲଦାରଙ୍କ ନେତୃତ୍ୱରେ ସିରଜାପାଲିରେ ଉଚ୍ଛେଦହେଲା ଜବରଦଖଲ

କେସିଙ୍ଗା,୨୧.୩(ତୁମେଶର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ପ୍ରାୟ ୩୦୦ ଏକର ଗୋଚର ଭୂମିକୁ ଲୋକେ ଜବରଦଖଲ କରି ଚାଷ କରୁଥିବା ଏବଂ ରୋଡ ରାସ୍ତାକୁ ଜବରଦଖଲ କରି ଘର ର୍ନିମାଣ କରିଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ…

ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା: ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆଠାରେ ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ ଓ କଳାହାଣ୍ଡି ଜିଲା ଦିବ୍ୟାଙ୍ଗ ମଞ୍ଚ ତଥା ସାଇଟ ସେଭର ଇଣ୍ଡିଆର ମିଳିତ…

ଓଲଟିଲା ବରଯାତ୍ରୀ ଗାଡ଼ି: ଜଣଙ୍କ ଜୀବନ ଗଲା, ୬ ଆହତ

ଭବାନୀପାଟଣା,୨୧ା୩: କଳାହାଣ୍ଡି ଜିଲା ଧର୍ମଗଡ଼ରେ ଶୁକ୍ରବାର ଏକ ବରଯାତ୍ରୀ ଗାଡ଼ି ଓଲଟି ପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଗାଡ଼ିଟି କୋକସରା ଥାନା ଚିଲିଗୁଡ଼ାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସମସ୍ତ ଆହତଙ୍କୁ ସ୍ଥାନୀୟ…

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଫଳରେ ଲୋକେ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ରାସ୍ତାଟି ମୂଷାନାଳ ଦେଇ ବିଶ୍ୱନାଥପୁର,…

ଗ୍ରାମୀଣ ଉଦ୍ୟାନ ଯୋଜନା ବାଟବଣା: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୦ା୩ (ଦୁର୍ଗା କୀର୍ତ୍ତି): ସରକାର ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଆମୋଦପ୍ରମୋଦ ପାଇଁ ବ୍ଲକ ତଥା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ଗ୍ରାମୀଣ ଉଦ୍ୟାନ ନାମରେ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ଏହି ଯୋଜନା ବାଟବଣା…

ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର

ଭବାନୀପାଟଣା,୨୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?