କେସିଙ୍ଗା ତହସିଲଦାରଙ୍କ ନେତୃତ୍ୱରେ ସିରଜାପାଲିରେ ଉଚ୍ଛେଦହେଲା ଜବରଦଖଲ

କେସିଙ୍ଗା,୨୧.୩(ତୁମେଶର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ପ୍ରାୟ ୩୦୦ ଏକର ଗୋଚର ଭୂମିକୁ ଲୋକେ ଜବରଦଖଲ କରି ଚାଷ କରୁଥିବା ଏବଂ ରୋଡ ରାସ୍ତାକୁ ଜବରଦଖଲ କରି ଘର ର୍ନିମାଣ କରିଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଉଚ୍ଛେଦ କରାଯାଇଛି।, ଲକ୍ଷ୍ମୀ ବସ ଗାଁ ଭିତରକୁ ଆସିପାରୁନଥିବା ଭଳି ଅଭିଯୋଗ ବାରମ୍ବାର କଳାହାଣ୍ଡି ଜ଼ିଲ୍ଲାପାଳ ଏବଂ କେସିଙ୍ଗା ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ହରି ଶଙ୍କର ମାଝୀ, ରାଜସ୍ବ ସୁପର ଭାଇଜର ହିମାଂଶୁ ପଧାନ ଏବଂ ଭେଙ୍କଟ ରମଣ ସେନାପତି, ତୁଣ୍ଡଲା ରାଜସ୍ବ ନିରୀକ୍ଷକ ସରୋଜ ତାଣ୍ଡି ଜବରଦଖଲ ଉଛେଦ ପାଇଁ ଆସିଥିବାବେଳେ ଶାନ୍ତି ଶୃଙ୍ଖଲା ରକ୍ଷା ପାଇଁ ଆଦର୍ଶ ଥାନାରୁ ପୋଲିସ ଏସ,ଆଇ ଅରୀକ୍ଷିତ ମାଝୀ, ରାସବିହାରୀ ସା, ଜ୍ଞାନ ରଞ୍ଜନ ମାଝୀ ଏବଂ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକଙ୍କ ଉପସ୍ଥିତ ଥିବାବେଳେ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା l ସିରଜାପାଲି ଉଚ୍ଚ ବିଦ୍ୟାଳୟରୁ ବେଲଖଣ୍ଡି କଲେଜ ରାସ୍ତା ରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ସମସ୍ତ ଘର, ବାରି କୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି l ଏପ୍ରିଲ ୧୫ ତାରିଖ ମଧ୍ୟରେଜବରଦଖଲ କରିଥିବା ସମସ୍ତ ଗୋଚର ଭୂମି, ଗ୍ରାମ୍ୟ ଜଙ୍ଗଲ, ତଥା ଅନ୍ୟାନ୍ୟ ସରକାରୀ ଜମି ଏବଂ ସିରଜାପାଲିରୁ ଦିଗଶିରା ରାସ୍ତାର ଜବରଦଖଲ ଉଚ୍ଛେଦ ହେବ ଏବଂ ପୁନଃ ଯଦି ଜବରଦଖଲ କରିବାକୁ ଚେଷ୍ଟା କରାଯାଏ, ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କେସିଙ୍ଗା ତହସିଲଦାର କହିଥିଲେ l ସିରଜାପାଲି ର ଏହି ଜବରଦଖଲ ପ୍ରକ୍ରିୟାକୁ ଗ୍ରାମବାସୀ ସ୍ବାଗତ କରିଥିବା ଏବଂ ତହସିଲଦାର ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଗ୍ରାମର ସମସ୍ତ ରାସ୍ତା ଏବଂ ଅନ୍ୟାନ୍ୟ ସରକାରୀ ଜମି ଶୀଘ୍ର ଜବରଦଖଲ ମୁକ୍ତ କରିବାପାଇଁ ତହସିଲଦାର ଙ୍କ ନିକଟରେ ଦାବି ଜଣାଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri