ବେଆଇନ ପଥର ଖାଦାନରେ ପୁଣି ମୁଣ୍ଡ ଗଡ଼ିଲା
ଯାଜପୁର/ଧର୍ମଶାଳା,୧୩ା୮(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା)ଯାଜପୁର ଜିଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା…
ବନ୍ୟାରେ ଧୋଇଗଲା ଗ୍ରାମ୍ୟ ଉନ୍ନୟନ ରାସ୍ତା
ବରୀ,୧୨ା୮(ମହେନ୍ଦ୍ର ସ୍ବାଇଁ): ବରୀ କଳାମାଟିଆ ରାସ୍ତାଠାରୁ ବାଲୁଙ୍କେଶ୍ୱର ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଚଳିତ ବର୍ଷ ସାମାନ୍ୟ ବନ୍ୟାରେ ଧୋଇଯାଇଛି। ଫଳରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟ, ବରୀ-ରାମଚନ୍ଦ୍ରପୁର ଥାନାକୁ ଆସୁଥିବା ଲୋକେ…
ଶିଳ୍ପାନୁଷ୍ଠାନର ପାଣି ପାଇପ ପାଇଁ ଗଛ କଟା
କଳିଙ୍ଗନଗର,୧୧ା୮(ଶୁଭାଶିଷ ରାଉତ): କିଛି ମାସ ତଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ପଙ୍କପାଳସ୍ଥିତ ଇଡ୍କୋ ପମ୍ପ ହାଉସ ନିକଟରେ ଅନେକ ଗଛ କଟାଯାଇଥିଲା। ବନ ବିଭାଗ ଅନୁମତି ମିଳିବା ପୂର୍ବରୁ ତରବରିଆ ଭାବେ ଗଛଗୁଡ଼ିକ କାଟି ଦିଆଯାଇଥିଲା। ଏହାପରେ ଯଖପୁରା ଥାନା…
ବେଆଇନ କଳାପଥର ଚାଲାଣ ଜାରି
ଯାଜପୁର/କବାଟବନ୍ଧ, ୧୧ା୮(ହର୍ଷବର୍ଦ୍ଧନ ବେହେରା/ଦିଲୀପ ବିଶ୍ୱାଳ): ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି…
୧୦ ପିଲା ଡ୍ରପ୍ଆଉଟ ଚିହ୍ନଟ
ଯାଜପୁର,୧୧ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସମଗ୍ର ଶିକ୍ଷା ୨୦୨୩-୨୪ ବର୍ଷରେ ପ୍ରବନ୍ଧ(ପ୍ରୋଜେକ୍ଟ ଏପ୍ରାଇଜାଲ ବଜେଟିଂ ଆଚିଭ୍ମେଣ୍ଟ ଏଣ୍ଡ ଡାଟା ହ୍ୟାଣ୍ଡଲିଂ) ସିଷ୍ଟମ ପୋର୍ଟାଲରେ ୧୦ ଜଣ ଡ୍ରପ୍ଆଉଟ(ଅଧାରୁ ସ୍କୁଲ ଛାଡିଥିବା) ପିଲାଙ୍କୁ ଚିହ୍ନଟ କରି ଅପ୍ଲୋଡ କରାଯାଇଛି। ଜୁଲାଇ ୨୬…
ଅଣାୟତ୍ତ ଘରୋଇ ସ୍କୁଲ
କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍ ରହିଥିବାବେଳେ ୨୦ରୁ ଊଦ୍ଧର୍ବ ସ୍କୁଲ୍ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍ଗୁଡ଼ିକ ମଧ୍ୟରୁ ଏକାଧିକ ସ୍କୁଲ୍…
କିଶୋରୀଙ୍କ ଅଧିକାର କ୍ଷୁଣ୍ଣ
ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ କଲେ…
ଅବ୍ୟବସ୍ଥାରେ ଫାୟାର ଷ୍ଟେଶନ ବାଇପାସ୍ ଗୋଲେଇ ଛକ
ଯାଜପୁରରୋଡ୍,୯।୮(ପବିତ୍ର ମହାନ୍ତି):୨୦ନଂ. ଜାତୀୟ ରାଜପଥର ଫାୟାର ଷ୍ଟେଶନ ବାଇପାସ୍ ଗୋଲେଇ ଛକ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ଛକ ବ୍ୟାସନଗର ସହରର ପ୍ରବେଶ ପଥ। ପାଣିକୋଇଲି-ରାଜାମୁଣ୍ଡା ନୂତନ ଭାବେ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ଛକଟି ସୃଷ୍ଟି ହୋଇଥିଲା। ଫଳରେ…
ବିପଦରେ ବୈତରଣୀ ନଦୀ ଉପର ବ୍ରିଜ
ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କ ଶସ୍ତା କାର୍ଯ୍ୟାନୁଷ୍ଠାନ ଏବଂ ଲାଭଖୋର ମନୋବୃତ୍ତି ପଡୋଶୀ ଜିଲାର ବାଲି ମାଫିଆମାନଙ୍କୁ ବେଶ ସୁହାଇଛି। ବୈତରଣୀ ନଦୀର ଯାଜପୁର ଜିଲା ଅଧୀନ ବିଭିନ୍ନ ବାଲିଘାଟରୁ ବ୍ୟବସାୟୀମାନେ ତହସିଲ ଅଫିସ୍ର…
ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ
ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହାସଂଘର ଆହ୍ବାନକ୍ରମେ ଆୟୋଜିତ…
ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ
ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ଏଭଳି ମତପ୍ରକାଶ ପାଉଛି। ବନ୍ୟା ପୂର୍ବରୁ…
ଲିଜ୍ଧାରୀଙ୍କଠାରୁ ଜରିମାନା ଆଦାୟ ନିର୍ଦ୍ଦେଶ
ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇ ପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର। ଏଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅ ବୋଲି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି) ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ହେଉଛି। ହେଲେ…
Archives


