ସହରବାସୀ ପିଉଛନ୍ତି ନର୍ଦ୍ଦମା ପାଣି

ଯାଜପୁର ଟାଉନ,୨୮ା୮(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଯାଜପୁର ସହରରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ବିଶୁଦ୍ଧ ପାନୀୟ ଜଳ ପାଇପ ମାଧ୍ୟମରେ ଯୋଗାଇ ଦିଆଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅଧିକାଂଶ ସମୟରେ ବହୁ ଅଞ୍ଚଳରେ ପାଇପ୍‌ଗୁଡ଼ିକରେ କଳା ନର୍ଦ୍ଦମା ପାଣି ଆସୁଛି। ମଝିରେମଝିରେ ପାଇପ୍‌ଗୁଡ଼ିକ ସଫା ହେବାବେଳେ ସାଧାରଣତଃ କାଦୁଅମିଶା ପାଣି ଆସିଥାଏ। କିନ୍ତୁ ୩ ଦିନ ହେବ ସହରର ଭୀମକରପୁର, ରାଉତରାପୁର, ନୂଆଗାଁ, ମହାବୀରଛକ, ଭାଗବତପୁର ଆଦି ଅଞ୍ଚଳରେ ସମ୍ପୂର୍ଣ୍ଣ ନର୍ଦ୍ଦମା ଜଳ ସପ୍ଲାୟ କରାଯାଉଛି। ଏହାକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ, ସହରର ହାବେଳିବଜାର ଛକଠାରୁ ଭାୟା ବଡ଼ବଜାର, ରାଜପୁର ଦେଇ ଗଞ୍ଜେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ପ୍ରାୟ ଅଧା କିଲୋମିଟର ଦୂରତାର ପାଇପ୍‌ ପ୍ରାୟ ୬୦ ବର୍ଷ ତଳୁ ପରିବର୍ତ୍ତନ କରାଯାଇନାହିଁ। ଫଳରେ ବଡ଼ବଜାର, ରାଜପୁର, ବଡ଼ଶାସନ, ଜାଗେଶ୍ୱରପୁର, ହାବେଳିବଜାର, ବିବିସରାଇ, ଡେଲିମାର୍କେଟ, ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ସହରବାସୀ ପ୍ରତିଦିନ ନର୍ଦ୍ଦମା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ସମସ୍ତଙ୍କର ନଳକୂପ ନ ଥିବାରୁ ବାଧ୍ୟ ହୋଇ ଏହି ପାଇପ ଜଳ ଉପରେ ସବୁପ୍ରକାର ବ୍ୟବହାର ପାଇଁ ନିର୍ଭର କରିଥାନ୍ତି। ଆଉ ଜନସ୍ବାସ୍ଥ୍ୟ ବିଭାଗ ଜନଗଣଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପରିବର୍ତ୍ତେ ନର୍ଦ୍ଦମା ଜଳ ଯୋଗାଇଦେଇ ନାନାଦି ରୋଗରେ ପୀଡ଼ିତ କରିବାର ବ୍ୟବସ୍ଥା କରୁଛି ବୋଲି ଅଭିଯୋଗ ହୋଇଛି। ପୁରୁଣା ପାଇପ୍‌ ପରିବର୍ତ୍ତନ ସହିତ ସହରବାସୀଙ୍କୁ ସିଧାସଳଖ ପାଇପ୍‌ରୁ ବିଶୁଦ୍ଧ ପାନୀୟ ଜଳ ପିଇବା ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌର ପ୍ରଶାସନକୁ ସହରବାସୀ ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ ଧ୍ୟାନ ଦିଆଯାଉନାହିଁ ବରଂ ପାନୀୟଜଳ ଟିକସ୍‌ ପାଇଁ ପୌରପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଅବନୀ ଖୁଣ୍ଟିଆଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri