ଜନସେବା କେନ୍ଦ୍ରରେ ଶୋଷିତ ହେଉଛନ୍ତି କାର୍ଡଧାରୀ: ପ୍ରଶାସନ ଦୃଷ୍ଟିଦେବାକୁ…

ରସୁଲପୁର,୧୬।୧୦(ରଞ୍ଜିତ ରାଉତ): ଆଧାର କାର୍ଡ ଏକ ଅତ୍ୟାବଶ୍ୟକୀୟ ପରିଚୟପତ୍ର ଭାବରେ ବ୍ୟବହାର ହେଉଛି। ସରକାରୀ ଓ ବେସରକାରୀସ୍ତରରେ ଆଧାରକାର୍ଡକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି। ଏହି କାର୍ଡରେ ରହିଆସୁଥିବା ତ୍ରୁଟିବିଚ୍ୟୁତି ଓ ଆବଶ୍ୟକ ସଂଶୋଧନ ବିନା ମୂଲ୍ୟରେ କରାଯିବ ବୋଲି କେନ୍ଦ୍ର ସରକାର ଓ ୟୁଆଇଡିଏଆଇ(ୟୁନିକ୍‌ ଆଇଡେଣ୍ଟଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ) ପକ୍ଷରୁ ସୂଚନା ଦିଆଯାଇଛି। ନିଃଶୁଳ୍କ ସେବା ଡିସେମ୍ବର ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି ୟୁଆଡିଏଆଇ ପକ୍ଷରୁ ଘୋଷଣା କରାଯାଇଛି। ମାତ୍ର ବାସ୍ତବରେ ସେଭଳି ସୁବିଧା ରସୁଲପୁର ବ୍ଲକ ଅଞ୍ଚଳର କାର୍ଡଧାରୀମାନଙ୍କୁ ମିଳୁନାହିଁ। ଏହି ଘୋଷଣା ପ୍ରହସନରେ ପରିଣତ ହୋଇଛି। ଫଳରେ ଦୈନିକ ଶତାଧିକ କାର୍ଡଧାରୀ ଜନସେବା କେନ୍ଦ୍ରଗୁଡ଼ିକରେ ଆଧାରକାର୍ଡ ସଂଶୋଧନ କରିବା ଆଳରେ ଆର୍ଥିକ ଶୋଷଣର ଶିକାର ହେଉଥିବା ଲକ୍ଷ୍ୟ କରାଯାଉଛି।
ଆଧାର କାର୍ଡ ବିନା କୌଣସି ଅନ୍‌ଲାଇନ ଓ ଅଫ୍‌ଲାଇନ ସରକାରୀ ଏବଂ ବେସରକାରୀ ଅଫିସିଆଲ କାର୍ଯ୍ୟ ସମ୍ଭବପର ହୋଇ ପାରୁନାହିଁ। ଶ୍ରମିକ ବର୍ଗଙ୍କଠାରୁ ଆରମ୍ଭ କରି ବେସରକାରୀ ଓ ସରକାରୀ ଚାକିରିଆଙ୍କ ଯାବତୀୟ କାର୍ଯ୍ୟ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ସୁବିଧା ଆଧାରକାର୍ଡକୁ ବ୍ୟବହାର କରି ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ଦେଶରେ ଆଧାରକାର୍ଡଧାରୀଙ୍କ ଗୋଟିଏ ନମ୍ବର ରହିବ। କାର୍ଡଧାରୀ ଚାହିଁଲେ ସେମାନଙ୍କ କାର୍ଡରୁ ନାମ, ଜନ୍ମତାରିଖ, ଠିକଣା, ବାପା/ସ୍ବାମୀଙ୍କ ନାମ ଆଦି ପରିବର୍ତ୍ତନ ଓ ସଂଶୋଧନ କରିପାରିବେ। ଏହି ସେବାକେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଥିଲା। ସେଥିସକାଶେ ଗ୍ରାମାଞ୍ଚଳରେ ଥିବା ଡାକଘର, ବ୍ୟାଙ୍କ, ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ଭଳି କେତେକ ସରକାରୀ ସ୍ଥାନରେ ଏହି କାର୍ଯ୍ୟ ମାଗଣାରେ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିଲା। ମାତ୍ର ଉକ୍ତ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବାରୁ କାର୍ଡ ସଂଶୋଧନ କାର୍ଯ୍ୟ ମାଗଣାରେ ଉପଲବ୍ଧ ହୋଇପାରୁନାହିଁ। ଆବଶ୍ୟକ ସଂଶୋଧନ ବିନା କାର୍ଡଧାରୀ ନାନା ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି।
କେତେକ ଜନସେବାକେନ୍ଦ୍ରର ପରିଚାଳକ ଆଧାର କେନ୍ଦ୍ର ପାଇଁ ୟୁଆଇଡିଏଆଇ କୋଡ୍‌ ହାତେଇ କାର୍ଡ ସଂଶୋଧନ କରୁଛନ୍ତି। ଏଥିପାଇଁ କାର୍ଡ ପିଛା ୧୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦାବି କରୁଥିବା ଅଭିଯୋଗ ହେଉଛି। ୟୁଆଇଡିଏଆଇ ପକ୍ଷରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ମାଗଣାରେ ଆଧାରକାର୍ଡ ସଂଶୋଧନ ହୋଇପାରିବ ବୋଲି ଘୋଷଣା କରାଯାଇଥିଲା। ଏହି ଅବଧିକୁ ୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅର୍ଥାତ ୩ମାସ ବୃଦ୍ଧି କରାଯାଇଛି। ଏହି ଅବଧି ପରେ ଆଧାର ଅପ୍‌ଡେଟ୍‌ କରିବାକୁ ଚାହୁଁଥିବା କାର୍ଡଧାରୀଙ୍କୁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଅନଲାଇନ ଜରିଆରେ ମାଗଣା ଆଧାର ସଂଶୋଧନ ପାଇଁ କାର୍ଡଧାରୀ ଆବେଦନ କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ କାର୍ଡଧାରୀମାନଙ୍କୁ ୟୁଆଇଡିଏଆଇ ୱେବସାଇଟ୍‌କୁ ଯାଇ ଆବେଦନ କରିବାକୁ ପଡ଼ିବ। ଏହିଭଳି ଜରିଆରେ ଆଧାରକାର୍ଡ ସଂଶୋଧନ କାର୍ଯ୍ୟ କରାଯାଇ ପାରିବ ବୋଲି କୁହାଯାଉଛି। ତେବେ ବାସ୍ତବ କ୍ଷେତ୍ରରେ ଏଭଳି ସୁବିଧା କାର୍ଡଧାରୀମାନଙ୍କୁ ଉପଲବ୍ଧ ହେଉନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ୟୁଆଇଏଡିଆଇ ପକ୍ଷରୁ ଯାଜପୁର ଜିଲା ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଉତ୍କଳ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?