ଯାଜପୁର

ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି

ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍‌ୱେଲ୍‌ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି। ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ…

ଉଜୁଡ଼ିଲାଣି କୋବି ଫସଲ, ଚିନ୍ତାରେ ଚାଷୀ

ରସୁଲପୁର,୧।୧୨(ଡି.ଏନ.ଏ.): ଏଥର ପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି। ମାତ୍ର ପରିବେଶର ତାପମାତ୍ରାରେ ଅସମ୍ଭବ ଧରଣର ପରିବର୍ତ୍ତନ ପରିବା ଫସଲରେ ନୂଆ ରୋଗପୋକ ସୃଷ୍ଟି କରୁଛି, ଯାହାକୁ ଚିହ୍ନଟ କରିବା ଚାଷୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡୁଛି। ଯେତେ ପ୍ରକାର ଉପଚାର…

ସଂସ୍କୃତ କଲେଜରେ ଚାକିରିଆ ଛାତ୍ର

ଯାଜପୁର ଅଫିସ,୩୦ା୧୧:ଯାଜପୁର ଜିଲା ସୀମାନ୍ତବର୍ତ୍ତୀ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କଇଥା ତ୍ରିନାଥପୁର ମୀରାଦେବୀ ସଂସ୍କୃତ କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ବିନା ରସିଦରେ ଅର୍ଥ ଆଦାୟ ଏବଂ କେତେଜଣ ବାହାରେ ଚାକିରି କରି ଏହି କଲେଜରେ…

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି…

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌ ଥେଫ୍ଟ ଅଫ୍‌ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍‌ଶନ ଆକ୍ଟିଭିଟିଜ୍‌ (ପିଟିଏମ୍‌ଏମ୍‌ଇଏ) ବା ‘ଲଘୁଖଣିଜ ଦ୍ରବ୍ୟର…

ସରପଞ୍ଚ ଉପନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଛି

ରସୁଲପୁର,୨୭ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ରାଉତରାପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଖୁବ୍‌ଶୀଘ୍ର ଉପନିର୍ବାଚନ ହେବ। ଉପନିର୍ବାଚନ ନେଇ ଦାବି ହେବାପରେ ଉପଜିଲାପାଳ ନିର୍ବାଚନ କମିଶନଙ୍କୁ ଚିଠି ନଂ-୧୩୮୭ାତା:୧୧ା୧୧ା୨୦ରେ ଶ୍ରୀଘ ନିର୍ବାଚନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି। ନିର୍ବାଚନ କମିଶନ…

ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପୁଣି ନୋଟିସ

ଯାଜପୁର ଅଫିସ,୨୭।୧୧: ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌-୨ ଅଧୀନରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ କେ. ତୁଳସୀ ପାତ୍ରଙ୍କୁ ପୁଣି କାରଣ ଦର୍ଶାଅ ନୋଟିସ ହୋଇଛି। କାର୍ଯ୍ୟରେ ଅବହେଳା ଏବଂ ଅପକର୍ମ ଲୁଚାଇବାକୁ ଉଦ୍ୟମ କରିଥିବା ଦର୍ଶାଇ କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ…

ଲଘୁ ଖଣିଜ ନିର୍ଦ୍ଦେଶାଳୟ: ଆରମ୍ଭରୁ ଦୁର୍ବଳ

ଯାଜପୁର ଅଫିସ,୨୬ା୧୧:ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କ୍ରମେ ୧୩ା୮ା୨୦୧୯ରେ ସ୍ବତନ୍ତ୍ର ଲଘୁଖଣିଜ ନିର୍ଦ୍ଦେଶାଳୟ ଗଠିତ ହୋଇଛି। ରାଜ୍ୟର ଲଘୁଖଣିଜ ପଦାର୍ଥଗୁଡିକର ସୁବିନିଯୋଗ ଓ ପରିଚାଳନା ଏହାର ଲକ୍ଷ୍ୟ। ଲୋକସେବା ଭବନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ଏଥିରେ ନିର୍ଦ୍ଦେଶକଙ୍କ ସମେତ ୨୯ଟି ପଦବୀ…

ଓଏଏସ୍‌ ଅଫିସରଙ୍କ ଶ୍ୱଶୁର ଜେଲ ଗଲେ

ବାଲିଚନ୍ଦ୍ରପୁର,୨୪।୧୧(ସ୍ବ.ପ୍ର.): ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ର (୮୪)ଙ୍କୁ ସୋମବାର ଯାଜପୁର ପୋଲିସ୍‌ ଗିରଫ କରି ଜିଲା ମୁଖ୍ୟ ଦୌରାଜଜ୍‌ଙ୍କ ଅଦାଲତରେ ହାଜର କରିଥିଲା। ସେଠାରେ ପ୍ରଫୁଲ୍ଲଙ୍କ ଜାମିନ ନାମଞ୍ଜୁର ହେବାରୁ…

ଯେଉଁଠୁ ମିଳେ ଧାର୍ମିକ ସହିଷ୍ଣୁତାର ବାର୍ତ୍ତା

ଚଣ୍ଡିଖୋଲ, ୨୩ା୧୧ (ଡି.ଏନ.ଏ.):ଭାରତର ବିଭିନ୍ନ ସ୍ଥାନରେ ଧର୍ମପୀଠକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସା ବହୁବାର ଦେଖିବାକୁ ମିଳୁଛି। ପରସ୍ପର ଲହୁଲୁହ ବୁହାଉଛନ୍ତି। ଅନେକ ଜୀବନ ଯାଉଛି। ହେଲେ ଯାଜପୁର ଜିଲାର ଧାର୍ମିକ ପୀଠ ‘ସତ୍ୟପୀର’ ହିନ୍ଦୁ ଏବଂ ମୁସଲମାନମାନଙ୍କ…

ଜଙ୍ଗଲ ବିବାଦରେ ୭ ରେଳ ପ୍ରକଳ୍ପ

ଯାଜପୁର ଅଫିସ, ୨୨।୧୧: ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛକଟା ବାବଦ କ୍ଷତିପୂରଣ, ଫରେଷ୍ଟ ରାଇଟ୍‌ ଆକ୍ଟ (ଏଫ୍‌ଆର୍‌ଏ) ସାର୍ଟିଫିକେଟ, ବନ୍ୟଜନ୍ତୁ ଇତ୍ୟାଦି ଷ୍ଟେଜ-୧ ଜଙ୍ଗଲ ବିବାଦ ଯୋଗୁ ଓଡ଼ିଶାର ୭ଟି ରେଳ ପ୍ରକଳ୍ପର ଅଗ୍ରଗତି…

ଏନ୍‌ଜିଟିରେ ମାମଲା ସତ୍ତ୍ୱେ ବାଲି ଉତ୍ତୋଳନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ସାଆଁଳା ବାଲିଘାଟ ଅଭିଯୋଗ ସଂକ୍ରାନ୍ତରେ ଏନଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ନଂ.୩୫/୨୦୨୦ରେ ମାମଲା ବିଚାରାଧୀନ ରହିଛି। ଏନଜିଟିର ୬ା୧୧ା୨୦ ତାରିଖ ରାୟରେ ସାଆଁଳା ବାଲିଘାଟ ଲିଜଧାରୀଙ୍କୁ ଅଭ୍ୟାସଗତ ଆପରାଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri