ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି ହାତେଇ ଥିଲେ। ଏପରି କି କିଛି କମ୍ପାନୀ ଖଣିଜ ବିକ୍ରି ମୂଲ୍ୟର ଯଥେଷ୍ଟ ଅଧିକ ଅର୍ଥାତ୍‌ ୧୫୪%ରେ ମଧ୍ୟ ଖଣି ନିଲାମ ନେଇଛନ୍ତି। ଏହି ନିଲାମ ପରେ ସର୍ବାଧିକ ରାଜସ୍ବ ଆଦାୟ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଖଣି ହାତେଇଥିବା କମ୍ପାନୀଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ୬୫ରୁ ୭୦ ମିଲିୟନ୍‌ ଟନ୍‌ ଲୁହାପଥର ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଲକ୍ଷ୍ୟ ପୂରଣ ହେବା ଆଶା ସମ୍ଭବପର ନୁହେଁ। ଖଣିଜ ଉତ୍ତୋଳନ ପାଇଁ ସମସ୍ତ ଖର୍ଚ୍ଚର ଆକଳନ ପରେ ନିଲାମ ଡାକିଥିବା ଅର୍ଥ ସରକାରଙ୍କୁ ପଇଠ କରିବା ଅସମ୍ଭବ ବୋଲି ଜାଣି ଯୋଡ଼ା ଓ କୋଇଡ଼ା ଖଣି ମଣ୍ଡଳର ଏକାଧିକ ଖଣି କମ୍ପାନୀ ହାତ ଟେକି ଦେଲେଣି। ଏନେଇ ଚଳିତ ମାସରେ ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟ ସରକାରଙ୍କୁ ଅବଗତ କରାଇ ନିଜକୁ ଏଥିରୁ ଓହରାଇ ନେବାକୁ ଆବେଦନ କରିଥିବା ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ନଦୀଡିହି ଲୁହାପଥର ଖଣି(ଡି ଫୋମେଣ୍ଟୋ ଇଣ୍ଡଷ୍ଟ୍ରିଆଲ ପ୍ରାଇଭେଟ ଲିମିଟେଡ୍‌), ନଦୀଡିହି ଲୁହା ପଥର ଓ ମାଙ୍ଗାନିଜ୍‌ ଖଣି(ବିଶାଲ ଏଲ୍‌ପିଜି ଫୁଏଲ୍‌ସ ପ୍ରାଇଭେଟ ଲିମିଟେଡ୍‌) ଏବଂ ତେହେରାଇ ଲୁହାପଥର ଏବଂ ମାଙ୍ଗାନିଜ ଖଣି(ତମରା ଆପାର୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ୍‌) ରହିଛି। ଏହି ଖଣିଗୁଡ଼ିକରେ ପ୍ରାୟ ୬ହଜାର ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଖଣିଜ ଉତ୍ତୋଳନରେ ବିଳମ୍ବ ହେଉଥିବା କାରଣରୁ ଲୋକମାନେ ନିଜର ଭବିଷ୍ୟତ ରୋଜଗାରକୁ ନେଇ ସନ୍ଦିହାନରେ ଅଛନ୍ତି।
ନିଲାମ ନେଇ ଖଣିଜ ଉତ୍ତୋଳନ ପାଇଁ ଅସମର୍ଥ ଥିବା ଦର୍ଶାଇବା ପରେ ସରକାର ଉକ୍ତ ଖଣିଗୁଡ଼ିକର ପୁନଃ ନିଲାମ ପ୍ରକ୍ରିୟା କରିବେ କି ଅନ୍ୟ ଉପାୟ ଅବଲମ୍ବନ କରି ଖଣି ଚଳାଇବେ, ତାହା ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ। ନିୟମ ଅନୁସାରେ ଯେଉଁ ଖଣି କମ୍ପାନୀ ନିଲାମରୁ ଓହରି ଯିବାକୁ ଚାହୁଁଛନ୍ତି ସେମାନେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ଖଣି ନିଲାମରେ ଭାଗ ନେଇପାରିବେ ନାହିଁ। ତେଣୁ ଉକ୍ତ ଖଣି ଗୁଡ଼ିକରେ କାର୍ଯ୍ୟ କରୁଥିବା ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ଏପରି କି ଚଳିତ ବର୍ଷ ଶତାଧିକ ଶ୍ରମିକ କାର୍ଯ୍ୟହରା ହୋଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି ବୋଲି ବରିଷ୍ଠ ଶ୍ରମିକ ନେତା ମହେଶ୍ୱର ରାଉତ କହିଛନ୍ତି। ଅନ୍ୟପକ୍ଷେ କାଁ ଭାଁ ଚାଲୁଥିବା କିଛି ହାତଗଣତି ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଆନ୍ଦୋଳନ, ଧର୍ମଘଟ, ଧାରଣା ବୃଦ୍ଧି ପାଇବାରେ ଲାଗିଛି। ପରିବହନ କ୍ଷେତ୍ରରେ ମଧ୍ୟ ଟ୍ରକ ମାଲିକଙ୍କ ସହିତ ନିର୍ଦ୍ଧାରିତ ମୂଲ୍ୟକୁ ନେଇ ନୂତନ ଖଣି ନିଲାମଧାରୀମାନଙ୍କ ବିବାଦ ଘନେଇବାରେ ଲାଗିଛି। ଶତପ୍ରତିଶତରୁ ଅଧିକ ପ୍ରିମିୟମ ଦେଇ କେତେକ ସଂସ୍ଥା ଖଣି ଲିଜ୍‌ ନେଇଥିବାରୁ କ୍ଷତିଭରଣା ପାଇଁ ଚଞ୍ଚକତା କରି ଖଣିଜ ପଦାର୍ଥର ମାନରେ ହେର୍‌ଫେର୍‌ ଆରମ୍ଭ କଲେଣି। ନିକଟ ଅତୀତରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। କେତେକ ଖଣି ସଂସ୍ଥା କ୍ଷତି ଭରଣା କରିବା ସହିତ ଲାଭ ଉଠାଇବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ନୀତି ପାଳନ କରୁ ନ ଥିବା ଅଭିଯୋଗ ହେବା ପରେ ଭୁବନେଶ୍ୱର ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଯୋଡ଼ା ଗସ୍ତ କରିଥିଲେ। ଗସ୍ତ ସମୟରେ କେତେକ ଖଣିରେ ବେଆଇନ କାମ ଚାଲିଥିବା ଚିଠି ନଂ.୬୬୦୫/୨୩।୦୯।୨୦୨୦ରୁ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲୀଲ କୁମାର ବେହେରାଙ୍କୁ ପଚାରିବାରୁ ଜୁନ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୧୬୦୦ କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଛି ା ଖଣିଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେଲେ ଚଳିତ ଆର୍ଥିକବର୍ଷରେ ରାଜସ୍ବ କମିବାର ଆଶଙ୍କା ରହିଥିବା ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସତ୍ୟନଗର ଶ୍ମଶାନରେ ବର୍ଷାୟାନ ଅଭିନେତା ଅଜିତ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ତାଙ୍କ ବଡ଼...

ପରୀକ୍ଷା ସ୍ଥଗିତ, ଶିକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ମହାମାରୀ କରୋନା ନେଇ ସାରା ବିଶ୍ୱରେ ଭୟର ବାତାବାରଣ ସୃଷ୍ଟି ହୋଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର...

ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଠା ଦିବସ ପାଳିତ ‘ଗୁରୁ, ଶିଷ୍ୟଙ୍କ ସମ୍ମିଳିତ ଉଦ୍ୟମରେ ଅନୁଷ୍ଠାନର ବିକାଶ ହୋଇଥାଏ’

ଚଣ୍ଡିଖୋଲ,୧୩ା୮(ଡି.ଏନ୍‌.ଏ.)- ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ୪୪ତମ ପ୍ରତିଷ୍ଟା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା...

ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ

ରାୟଗଡ଼ା ଅଫିସ, ୨୩।୫- ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା...

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଲା ଜାତୀୟ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର,୨ା୩,(ବ୍ୟୁରୋ): ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିିୟ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ପ୍ରଫେସର ଡ. ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଛି ଜାତୀୟ...

ପୁଣି ରାଜଧାନୀରେ ଆଉ ୭ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଘୋଷଣା

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ଏହା ଦିନକୁ ଦିନ ଚିନ୍ତା ବଢାଉଥିବା ବେଳେ ଦୈନିକ ପଜିଟିଭ୍‌ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର...

ଓଡ଼ିଶାରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨।୪(ବ୍ୟୁରୋ): ଓଡ଼ିଶାରେ ବୁଧବାର ଆଉ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଁଚିଛି। ୫ମ...

ଗାଈ ଚରାଉଥିବା ସମୟରେ ବଜ୍ରପାତ, ଚାଲିଗଲା କୃଷକଙ୍କ ଜୀବନ

ସିଂହପୁର,୨୫ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ଅଭିରାମ ସେଠୀ (୪୦) ଶନିବାର ଅପରାହ୍ନରେ ବିଲରେ ଗାଈ ଚରାଉଥିବା ସମୟରେ...

Advertisement
Archives

Model This Week