ସଂସ୍କୃତ କଲେଜରେ ଚାକିରିଆ ଛାତ୍ର

ଯାଜପୁର ଅଫିସ,୩୦ା୧୧:ଯାଜପୁର ଜିଲା ସୀମାନ୍ତବର୍ତ୍ତୀ କଟକ ଜିଲା ମାହାଙ୍ଗା ବ୍ଲକ ଅଧୀନ କଇଥା ତ୍ରିନାଥପୁର ମୀରାଦେବୀ ସଂସ୍କୃତ କଲେଜରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ବିନା ରସିଦରେ ଅର୍ଥ ଆଦାୟ ଏବଂ କେତେଜଣ ବାହାରେ ଚାକିରି କରି ଏହି କଲେଜରେ ନିୟମିତ ଭାବେ ପାଠ ପଢ଼ୁଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଚ୍ଚଶିକ୍ଷା ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଭିଯୋଗ ଆଧାରରେ ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ଗତ ୨୪ ତାରିଖରେ ୧୦ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ୧୯୯୭ ମସିହାରେ ମୀରାଦେବୀ ସଂସ୍କୃତ କଲେଜ ପ୍ରତିଷ୍ଠା ହୋଇଛି। ଛାତ୍ରୀଛାତ୍ରମାନଙ୍କ ଆଡ୍‌ମିଶନ ସମୟରେ ଯୁକ୍ତ୨ରେ ସର୍ବନିମ୍ନ ୮ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଆଦାୟ କରାଯାଉଛି। କୌଣସି ପିଲାଙ୍କୁ ରସିଦ ଦିଆଯାଉନାହିଁ। ଯଦି କୌଣସି ଛାତ୍ରୀଛାତ୍ର ରସିଦ ମାଗନ୍ତି, ପରୀକ୍ଷାରେ ଫେଲ କରିଦେବୁ ବୋଲି ଧମକ ଦିଆଯାଉଛି। ଏହାସହ ଯୁକ୍ତ୨ ପରୀକ୍ଷା ସମୟରେ ୪୦୦ରୁ ୫୦୦ ଟଙ୍କା ଏବଂ ବାର୍ଷିକ ପରୀକ୍ଷା ସମୟରେ କେନ୍ଦ୍ରରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ରସିଦରେ ଆଦାୟ କରାଯାଉଛି। ଶିକ୍ଷାନୀତିରେ ପୂଜାପାର୍ବଣରେ ଚାନ୍ଦା ଆଦାୟ କରିବାର ନିୟମ ନ ଥାଇ ମଧ୍ୟ ପ୍ରତ୍ୟେକ ପିଲାଙ୍କଠାରୁ ୨୦୦ ଟଙ୍କା ଲେଖାଏ ଆଦାୟ ହେଉଛି। ସବୁଠୁ ବଡ଼ ଅଭିଯୋଗ ହେଲା, କେତେଜଣ ଛାତ୍ର ବାହାରେ ଚାକିରି କରୁଥିବାବେଳେ ଏହି କଲେଜରେ ରେଗୁଲାର କୋର୍ସ କରୁଛନ୍ତି। ସେମାନଙ୍କଠାରୁ ପ୍ରାୟ ୧୫ରୁ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରାଯାଇ ମିଥ୍ୟା ଶ୍ରେଣୀ ଉପସ୍ଥାନ ଦର୍ଶାଯାଉଛି। ଅଭିଯୋଗରେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ୨ ଜଣ ଛାତ୍ରଙ୍କ ନାମ ଉଦାହରଣ ଭାବେ ଦର୍ଶାଯାଇଛି। ଛାତ୍ରୀଛାତ୍ରମାନଙ୍କଠାରୁ ଆଦାୟ ହେଉଥିବା ଟଙ୍କା କଲେଜ ଆକାଉଣ୍ଟକୁ ଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା କପିଳେଶ୍ୱର ପାଲ, ଅକ୍ଷୟ କୁମାର ପାଲ, ମଞ୍ଜୁଲତା ପାଲ, ସୁଦର୍ଶନ ପାଲ, କ୍ଷୀରୋଦ ପାତ୍ର, ଶ୍ରୀଧର ବେହେରା ପ୍ରମୁଖଙ୍କ ପକ୍ଷରୁ ସ୍ବାକ୍ଷର ସମ୍ବଳିତ ଅଭିଯୋଗ ପତ୍ର ବିଭାଗୀୟ ମନ୍ତ୍ରୀ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଏହିସବୁ ଅଭିଯୋଗ ସମ୍ପର୍କରେ କଲେଜ ଅଧ୍ୟକ୍ଷାଙ୍କୁ ରିପୋର୍ଟ ମଗାଯାଇଥିବାବେଳେ ସେଥିରେ ଅଭିଯୋଗକାରୀମାନେ ସନ୍ତୁଷ୍ଟ ନାହାନ୍ତି। କଲେଜ କର୍ମଚାରୀ କିମ୍ବା କଲେଜ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାଦ୍‌ ଦେଇ ଅନ୍ୟ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

୨୭ରେ ‘କଣ୍ଟା ଗାଦିଆ’ ବସା, ୧ରେ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା: ବାଲିଯାତ୍ରା ଏବେ ଉତ୍ସବମୁଖର

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?