ଉଜୁଡ଼ିଲାଣି କୋବି ଫସଲ, ଚିନ୍ତାରେ ଚାଷୀ

ରସୁଲପୁର,୧।୧୨(ଡି.ଏନ.ଏ.): ଏଥର ପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି। ମାତ୍ର ପରିବେଶର ତାପମାତ୍ରାରେ ଅସମ୍ଭବ ଧରଣର ପରିବର୍ତ୍ତନ ପରିବା ଫସଲରେ ନୂଆ ରୋଗପୋକ ସୃଷ୍ଟି କରୁଛି, ଯାହାକୁ ଚିହ୍ନଟ କରିବା ଚାଷୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡୁଛି। ଯେତେ ପ୍ରକାର ଉପଚାର କଲେ ବି ପୋକଙ୍କ ପ୍ରଭାବ କମୁନି। ଫଳରେ ଯାଜପୁର ଜିଲା ରସୁଲପୁର ବ୍ଲକର ସିଂହାପୁର, ଓଡିଶୋ, କଲଣ, ନଠୁଆବର, ଯାବରା, ଶ୍ରୀବନ୍ତପୁର, ବଡକଇଁଚି, ରାହାମ୍ବା, ବାରବାଟୀ ଆଦି ଅଞ୍ଚଳରେ ଚାଷ ହୋଇଥିବା ଏକାଧିକ ଏକର କୋବି ଫସଲ ଉଜୁଡିବାକୁ ବସିଛି। ଅଜଣା ରୋଗପୋକ ପ୍ରଭାବରେ କୋବି ଗଛର ପତ୍ର କଣା ହୋଇଯାଉଛି। ଗଛଗୁଡିକ ଭଲ ଭାବରେ ବଢିପାରୁ ନାହିଁ। ଏଥିନେଇ ଚାଷୀକୁଳ ଚିନ୍ତାରେ ଅଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଟିଏ ଏକର କୋବି କିଆରିରେ ୨୫୦୦ରୁ ୩୦୦୦ କୋବି ଚାରା ଲାଗୁଛି। ଗୋଟିଏ କୋବି ଚାରା ତଳି ପକାଇ ଲଗାଇବାକ୍ଷମ କଲାବେଳକୁ ଗଛ ପିଛା ୧ଟଙ୍କା ଖର୍ଚ୍ଚ ହେଉଛି। ଏହାଛଡା ସାର, ଔଷଧ, କୋଡାଖୁସା, ପାଣି ମଡାଇବା ଆଦି ବାବଦକୁ ୨ରୁ ୩ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ଚାଷୀର ପାରିଶ୍ରମିକ ରହୁଛି। ଦେଖିବାକୁ ଗଲେ ଗୋଟିଏ କୋବି ଉପତ୍ାଦନକ୍ଷମ ହେବା ବେଳକୁ ସେଥିରେ ୫ରୁ ୬ଟଙ୍କା ଖର୍ଚ୍ଚ ହୋଇଯାଉଛି। ଚାଷୀ ଗୋଟିଏ କୋବିକୁ ଅନୂ୍ୟନ ୧୦ଟଙ୍କାରେ ବିକ୍ରି ନ କଲେ ଲାଭବାନ୍‌ ହୋଇପାରିବ ନାହିଁ। ତେବେ ଗଛ ଉତୁରିବା ବେଳକୁ ପୋକ ପ୍ରଭାବରେ ନଷ୍ଟ ହୋଇଯାଉଛି। ଏହା ଗୁଣ୍ଡିପୋକ ଭଳି ଦେଖାଯାଉଛନ୍ତି। ଏହି ପୋକ ମାରିବା ପାଇଁ ଚାଷୀ ଚିରାଚରିତ ଢଙ୍ଗରେ ଔଷଧ ସିଞ୍ଚନ କରୁଛନ୍ତି। ମାତ୍ର ତାହା ପ୍ରଭାବଶାଳୀ ହୋଇପାରୁ ନାହିଁ। ଔଷଧ ସିଞ୍ଚନ ସମୟରେ ପୋକଗୁଡିକ ଉଡିଯାଉଛନ୍ତି। ଔଷଧ ଗନ୍ଧ ଚାଲିଯିବା ପରେ ପୁଣି କୋବି ଗଛଗୁଡିକୁ ଝୁଣି ଖାଇଯାଉଛନ୍ତି। ଏହି ପ୍ରଜାତିର ପୋକକୁ ଚିହ୍ନଟ କରି ଦୂର କରିବା ପାଇଁ କୃଷି ବୈଜ୍ଞାନିକଙ୍କ ପକ୍ଷରୁ କ୍ଷେତ ପରିଦର୍ଶନ ଲାଗି ଚାଷୀ ଧର୍ମେନ୍ଦ୍ର ସ୍ବାଇଁ, ବୈଧର ନାୟକ, ଜ୍ୟୋତି ପ୍ରକାଶ ନାୟକ ପ୍ରମୁଖ ଦାବି କରିଛନ୍ତି। ଚାଷୀମାନେ ଏହାକୁ ଏକ ଭିନ୍ନ ପ୍ରକାର ଉଡ଼ା ପୋକ ବୋଲି ଭାବୁଛନ୍ତି। ଶୀତ ଅଧିକ ପଡିଲେ ଏହି ପୋକଗୁଡିକ ଉଭାନ୍‌ ହୋଇଯାଇ ପାରନ୍ତି ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?