ଉଜୁଡ଼ିଲାଣି କୋବି ଫସଲ, ଚିନ୍ତାରେ ଚାଷୀ

ରସୁଲପୁର,୧।୧୨(ଡି.ଏନ.ଏ.): ଏଥର ପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି। ମାତ୍ର ପରିବେଶର ତାପମାତ୍ରାରେ ଅସମ୍ଭବ ଧରଣର ପରିବର୍ତ୍ତନ ପରିବା ଫସଲରେ ନୂଆ ରୋଗପୋକ ସୃଷ୍ଟି କରୁଛି, ଯାହାକୁ ଚିହ୍ନଟ କରିବା ଚାଷୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡୁଛି। ଯେତେ ପ୍ରକାର ଉପଚାର କଲେ ବି ପୋକଙ୍କ ପ୍ରଭାବ କମୁନି। ଫଳରେ ଯାଜପୁର ଜିଲା ରସୁଲପୁର ବ୍ଲକର ସିଂହାପୁର, ଓଡିଶୋ, କଲଣ, ନଠୁଆବର, ଯାବରା, ଶ୍ରୀବନ୍ତପୁର, ବଡକଇଁଚି, ରାହାମ୍ବା, ବାରବାଟୀ ଆଦି ଅଞ୍ଚଳରେ ଚାଷ ହୋଇଥିବା ଏକାଧିକ ଏକର କୋବି ଫସଲ ଉଜୁଡିବାକୁ ବସିଛି। ଅଜଣା ରୋଗପୋକ ପ୍ରଭାବରେ କୋବି ଗଛର ପତ୍ର କଣା ହୋଇଯାଉଛି। ଗଛଗୁଡିକ ଭଲ ଭାବରେ ବଢିପାରୁ ନାହିଁ। ଏଥିନେଇ ଚାଷୀକୁଳ ଚିନ୍ତାରେ ଅଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଟିଏ ଏକର କୋବି କିଆରିରେ ୨୫୦୦ରୁ ୩୦୦୦ କୋବି ଚାରା ଲାଗୁଛି। ଗୋଟିଏ କୋବି ଚାରା ତଳି ପକାଇ ଲଗାଇବାକ୍ଷମ କଲାବେଳକୁ ଗଛ ପିଛା ୧ଟଙ୍କା ଖର୍ଚ୍ଚ ହେଉଛି। ଏହାଛଡା ସାର, ଔଷଧ, କୋଡାଖୁସା, ପାଣି ମଡାଇବା ଆଦି ବାବଦକୁ ୨ରୁ ୩ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ଚାଷୀର ପାରିଶ୍ରମିକ ରହୁଛି। ଦେଖିବାକୁ ଗଲେ ଗୋଟିଏ କୋବି ଉପତ୍ାଦନକ୍ଷମ ହେବା ବେଳକୁ ସେଥିରେ ୫ରୁ ୬ଟଙ୍କା ଖର୍ଚ୍ଚ ହୋଇଯାଉଛି। ଚାଷୀ ଗୋଟିଏ କୋବିକୁ ଅନୂ୍ୟନ ୧୦ଟଙ୍କାରେ ବିକ୍ରି ନ କଲେ ଲାଭବାନ୍‌ ହୋଇପାରିବ ନାହିଁ। ତେବେ ଗଛ ଉତୁରିବା ବେଳକୁ ପୋକ ପ୍ରଭାବରେ ନଷ୍ଟ ହୋଇଯାଉଛି। ଏହା ଗୁଣ୍ଡିପୋକ ଭଳି ଦେଖାଯାଉଛନ୍ତି। ଏହି ପୋକ ମାରିବା ପାଇଁ ଚାଷୀ ଚିରାଚରିତ ଢଙ୍ଗରେ ଔଷଧ ସିଞ୍ଚନ କରୁଛନ୍ତି। ମାତ୍ର ତାହା ପ୍ରଭାବଶାଳୀ ହୋଇପାରୁ ନାହିଁ। ଔଷଧ ସିଞ୍ଚନ ସମୟରେ ପୋକଗୁଡିକ ଉଡିଯାଉଛନ୍ତି। ଔଷଧ ଗନ୍ଧ ଚାଲିଯିବା ପରେ ପୁଣି କୋବି ଗଛଗୁଡିକୁ ଝୁଣି ଖାଇଯାଉଛନ୍ତି। ଏହି ପ୍ରଜାତିର ପୋକକୁ ଚିହ୍ନଟ କରି ଦୂର କରିବା ପାଇଁ କୃଷି ବୈଜ୍ଞାନିକଙ୍କ ପକ୍ଷରୁ କ୍ଷେତ ପରିଦର୍ଶନ ଲାଗି ଚାଷୀ ଧର୍ମେନ୍ଦ୍ର ସ୍ବାଇଁ, ବୈଧର ନାୟକ, ଜ୍ୟୋତି ପ୍ରକାଶ ନାୟକ ପ୍ରମୁଖ ଦାବି କରିଛନ୍ତି। ଚାଷୀମାନେ ଏହାକୁ ଏକ ଭିନ୍ନ ପ୍ରକାର ଉଡ଼ା ପୋକ ବୋଲି ଭାବୁଛନ୍ତି। ଶୀତ ଅଧିକ ପଡିଲେ ଏହି ପୋକଗୁଡିକ ଉଭାନ୍‌ ହୋଇଯାଇ ପାରନ୍ତି ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri