ଲଘୁ ଖଣିଜ ନିର୍ଦ୍ଦେଶାଳୟ: ଆରମ୍ଭରୁ ଦୁର୍ବଳ

ଯାଜପୁର ଅଫିସ,୨୬ା୧୧:ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କ୍ରମେ ୧୩ା୮ା୨୦୧୯ରେ ସ୍ବତନ୍ତ୍ର ଲଘୁଖଣିଜ ନିର୍ଦ୍ଦେଶାଳୟ ଗଠିତ ହୋଇଛି। ରାଜ୍ୟର ଲଘୁଖଣିଜ ପଦାର୍ଥଗୁଡିକର ସୁବିନିଯୋଗ ଓ ପରିଚାଳନା ଏହାର ଲକ୍ଷ୍ୟ। ଲୋକସେବା ଭବନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ଏଥିରେ ନିର୍ଦ୍ଦେଶକଙ୍କ ସମେତ ୨୯ଟି ପଦବୀ ସୃଷ୍ଟି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଯୁଗ୍ମ ନିର୍ଦ୍ଦେଶକ(ଆଡ୍‌ମିନ), ଯୁଗ୍ମ/ଡେପୁଟି/ସହକାରୀ ନିର୍ଦ୍ଦେଶକ (ଟେକ୍ନିକାଲ ମାଇନିଂ), ଯୁଗ୍ମ ନିର୍ଦ୍ଦେଶକ(ଟେକ୍ନିକାଲ-ଡବ୍ଲ୍ୟୁଆର) ଓ ଯୁଗ୍ମ/ଡେପୁଟି ନିର୍ଦ୍ଦେଶକ (ଟେକ୍ନିକାଲ ଏନଫୋର୍ସମେଣ୍ଟ) ପଦବୀ ନିଯୁକ୍ତି ହୋଇନାହାନ୍ତି। ଫଳରେ ନିର୍ଦ୍ଦେଶାଳୟ ଆରମ୍ଭରୁ ଦୁର୍ବଳ ହୋଇପଡ଼ିଛି। ଗ୍ରାମାଞ୍ଚଳର ମୂଲ୍ୟବାନ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ପରିମାଣକୁ ଅବଲୋକନ କଲେ ଲଘୁଖଣିଜ ନିର୍ଦ୍ଦେଶାଳୟ ନ ଥିଲା ଭଳି ମନେହେଉଛି। ଏଥିଯୋଗୁ ଲଘୁ ଖଣିଜ ଦ୍ରବ୍ୟ ଭରପୂର ଥିବା ତହସିଲ ଅଞ୍ଚଳକୁ ତହସିଲଦାର ଭାବେ ନିଯୁକ୍ତି ପାଇବାକୁ ଏକପ୍ରକାର ପ୍ରତିଯୋଗିତା ହେଉଛି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ନୀତିନିୟମ, ପ୍ରତିଶ୍ରୁତି ସବୁ ଚପିଯାଉଛି। ଫଳରେ ଖୁବ୍‌ ଅଳ୍ପ ଦିନରେ ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ଶୂନ୍ୟ ହୋଇଯିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ା
ଲଘୁ ଖଣିଜ ନିର୍ଦ୍ଦେଶାଳୟ ହେଉଛି ରାଜସ୍ବ ଓ ପରିଚାଳନା ବିଭାଗ ଅନ୍ତର୍ଗତ ଏକ ସମନ୍ବିତ ନିର୍ଦ୍ଦେଶାଳୟ (ଇଣ୍ଟିଗ୍ରେଟେଡ୍‌ ଡାଇରେକ୍ଟୋରେଟ)। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ନିଜ ମୂଳ ପଦବୀ ସହ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହାବ୍ୟତୀତ ଓଡ଼ିଶା ସଚିବାଳୟ ସେବାର ୪ ଜଣ ସହକାରୀ ଉପବିଭାଗ ଅଧିକାରୀ ନିର୍ଦ୍ଦେଶାଳୟରେ ସାମୟିକ ଭାବେ ନିଯୁକ୍ତି ହୋଇଛନ୍ତି। ଏହି ନିର୍ଦ୍ଦେଶାଳୟରେ ନିର୍ଦ୍ଦେଶକଙ୍କ ସମେତ ୬ ଜଣ ଯୁଗ୍ମ ଓ ଡେପୁଟି ନିର୍ଦ୍ଦେଶକ ରହିଛନ୍ତି। ଯେଉଁଥିରେ ଓଡ଼ିଶା ପୋଲିସର ଡିଏସ୍‌ପି ର଼୍ୟାଙ୍କ, ଓଡ଼ିଶା ଫରେଷ୍ଟ ସର୍ଭିସ୍‌ର ଆସିଷ୍ଟାଣ୍ଟ କଞ୍ଜରଭେଟର ର଼୍ୟାଙ୍କ ସମେତ ଆସିଣ୍ଟାଣ୍ଟ ମାଇନିଂ ଅଫିସର ର଼୍ୟାଙ୍କ, ଜିଓଲୋଜିଷ୍ଟ ଓ ନିର୍ବାହୀ ଯନ୍ତ୍ରୀ ର଼୍ୟାଙ୍କର ଗୋଟିଏ ଲେଖାଏ ପଦବୀ ରହିଛି। ଏହାବାଦ୍‌ ୨ ସେକ୍ସନ ଅଫିସର, ୪ ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ୧୦ ଜୁନିୟର ମାଇନିଂ ଅଫିସର, ୪ ଷ୍ଟେନୋ ଓ ଗୋଟିଏ ପିଏ ପଦବୀ ରହିଛି। ଏମାନଙ୍କ ଦରମା ବାବଦକୁ ବାର୍ଷିକ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି। କିନ୍ତୁ ରାଜ୍ୟରେ ଥିବା ଲଘୁ ଖଣିଜ ଦ୍ରବ୍ୟର ସିଂହଭାଗ ଅର୍ଥ ଲୁଟ୍‌ ହେଉଥିବାବେଳେ ପ୍ରାୟ ୨୫ ପ୍ରତିଶତ ରାଜସ୍ବ ଆକାରରେ ଜମା ହେଉଛି ବୋଲି ଅଭିଯୋଗ ହୋଇଛି।
ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାର ଧର୍ମଶାଳା, ଦର୍ପଣୀ, କୋରେଇ, ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳରେ ଆରୁଆ, କୋହ୍ଲା, ଯାବରା, ବାଜବାଟି, ଚାରିଗୋଠ, ରାହାଡ଼ପୁର, ଡଙ୍କାରୀ, ଚଢେଇଧରା, ବିଛାଖଣ୍ଡି, ଅଞ୍ଜରା, ବାଘୁଆ, ଲୁଣିବର, ବରଦା, ସାହାନିଡ଼ିହ, କରଡ଼ାପାଲ, ବୈରୀମାଲ, ନିମାପାଲି, ଖରଡ଼ିଡ଼ିହ, ଗୋପପୁର, ପିମ୍ପୁଡ଼ିଆ, ରଗଡ଼ି, ମାନତିରା ପ୍ରଭୃତି ପାହାଡ଼ରେ ପାଖାପାଖି ୧୦୦ ଗ୍ରାନାଇଟ୍‌, ମୋରମ, ବୋଲଡର କ୍ବାରି ରହିଛି। ଏହାସହ ନଦୀନାଳ ଭରା ଜିଲାରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ବିରୂପା, ଖରସ୍ରୋତାରେ ଶତାଧିକ ବାଲି ଖାଦାନ କାର୍ଯ୍ୟ କରୁଛି। ବିଭିନ୍ନ କଳ କାରଖାନା ପ୍ରତିଷ୍ଠା ପାଇଁ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଗତ ୨୦ ବର୍ଷ ହେଲା ଗେଟି, ପଥର, ମୋରମ, ମେଟାଲ ଓ ବାଲିର ଚାହିଦା ବହୁଗଣା ବୃଦ୍ଧି ପାଇଛି ା ଫଳରେ ବହୁ କମ୍ପାନୀ ନୀତିନିୟମ ଉଲ୍ଲଂଘନ କରି ଏବଂ ଆଇନକୁ ଫାଙ୍କି ଲଘୁ ଖଣିଜଦ୍ରବ୍ୟ ଉତ୍ତୋଳନକୁ ଜୋର୍‌ଦାର କରିଛନ୍ତି। ଏହାର ସୁଯୋଗ ନେଇ ମାଫିଆମାନେ ବେଆଇନ ଖଣିଜ ଦ୍ରବ୍ୟ ଲୁଟି ନେଇ ରାତାରାତି କୋଟିପତି ହେଉଛନ୍ତି। ଆଇନଜୀବୀ ଉଦୟନାଥ ସାହୁ କୁହନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଖଣି ଲିଜ୍‌ ୫ ବର୍ଷିଆ ଦୀର୍ଘମିଆଦୀ ସୂତ୍ରରେ ଦିଆଯିବା ବାଧ୍ୟତାମୂଳକ। ତଥାପି କୌଣସି ନ୍ୟାୟିକ ହସ୍ତକ୍ଷେପ ନ ନେଇ ବିଭିନ୍ନ ସଂସ୍ଥାକୁ ସ୍ବଳ୍ପମିଆଦୀ ଲିଜ୍‌ ଦେଇ ବ୍ୟାପକ ମାତ୍ରାରେ ଅନେକ ପ୍ରକାର ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନ କରାଯାଉଛି ବୋଲି ଆଇନଜୀବୀ ସାହୁ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଉଠାଇ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା...

ନବ ସଂକଳ୍ପ ଶିବିରରେ ବିଶୃଙ୍ଖଳା

ଜଗତ୍‌ସିଂହପୁର ଅଫିସ, ୧୫ା୬: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ ପ୍ରତି ଜିଲାରେ ଦଳୀୟ କାର୍ଯ୍ୟକ୍ରମକୁ କ୍ରିୟାଶୀଳ...

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଗମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୧୮ା୮: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ଜଳସ୍ତର ବଢୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୬ା୧୨- ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ...

ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କ ଦରମା ବଢ଼ିଲା: କ୍ୟାବିନେଟ୍‌ରେ ୧୨ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସଂଶୋଧିତ ସପ୍ତମ ବେତନ କମିଶନ ହାରରେ ଅନୁଦାନ...

ମଶାଧୂପରୁ ଅଗ୍ନିକାଣ୍ଡ: ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ ଦଗ୍ଧ

ମାର୍ଶାଘାଇ, ୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ପରକୂଳା ପଞ୍ଚାୟତ ଆଙ୍କୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୨ ଗୃହପାଳିତ ପ୍ରାଣୀ ଜୀବନ୍ତ...

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବସ୍‌ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ତେଲ ଦର ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ାକୁ ବଢ଼ାଯାଇଛି। ସାଧାରଣ ବସ୍‌ ଭଡା କିମି ପିଛା...

Advertisement
Archives

Model This Week