ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌ ଥେଫ୍ଟ ଅଫ୍‌ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍‌ଶନ ଆକ୍ଟିଭିଟିଜ୍‌ (ପିଟିଏମ୍‌ଏମ୍‌ଇଏ) ବା ‘ଲଘୁଖଣିଜ ଦ୍ରବ୍ୟର ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ’ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିବା ସ୍ପଷ୍ଟ ହୋଇଯାଇଛି। କାରଣ ସରକାର ପୁଣି ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସହ ବୈଜ୍ଞାନିକ ପଦ୍ଧତିରେ ନଦୀବାଲିର ପରିମାଣ ଓ ଉତ୍ତୋଳନ ଆକଳନ କରିବେ। ଏଥିସହ ନିର୍ଦ୍ଦିଷ୍ଟ ବାଲିଘାଟ ଚିହ୍ନଟ କରି ୨ ମାସ ମଧ୍ୟରେ ରିପୋର୍ଟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦେବେ ବୋଲି ଗତ ୧୧ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଉପରୋକ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଶୁକ୍ରବାର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୧୧ ତାରିଖରେ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜଙ୍ଗଲ ଓ ପରିବେଶ, ଜଳସମ୍ପଦ, ଷ୍ଟିଲ ଆଣ୍ଡ୍‌ ମାଇନ୍ସ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ନିର୍ମାଣ, ବୋର୍ଡ ଅଫ୍‌ ରେଭିନ୍ୟୁ, ସମସ୍ତ ଆରଡିସି, ଲଘୁଖଣିଜ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଆଲୋଚନାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଜଳ ସମ୍ପଦ ବିଭାଗ ବାଲିଘାଟ ଚିହ୍ନଟ କରିବ। ସେହିପରି ରାଜସ୍ବ ବିଭାଗ ବୃହତ୍‌ ଲଘୁ ଖଣିଜ ଖାଦାନ ଚିହ୍ନଟ ସହ ବିଧି ଅନୁଯାୟୀ ଲିଜ ପ୍ରଦାନ ଓ ନିଷ୍ପତ୍ତିର ଅଗ୍ରଗତି ଉପରେ ସାପ୍ତାହିକ ବୈଠକ ଆୟୋଜନ କରିବ। ଜଙ୍ଗଲ ବିଭାଗ ପରିବେଶ ମଞ୍ଜୁରୀ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ କାରବାର ରୋକିବା ସହ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇଁ ଏହି ବ୍ୟବସ୍ଥା ହୋଇଥିବାବେଳେ ଏହାର ସଫଳତା ନେଇ ଆଶଙ୍କା ପାଇଛି। କାରଣ ସମାନ ଲକ୍ଷ୍ୟରେ ସରକାର ୨୮ା୬ା୨୦୧୮ରେ ପିଟିଏମ୍‌ଏମ୍‌ଇଏ ଲାଗୁ କରିଥିଲେ। ଏହି ଯୋଜନା ଅନୁଯାୟୀ ୪ଟି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବାଲି ଉତ୍ସ ଚିହ୍ନଟ କରିବାକୁ ଜଳ ସମ୍ପଦ ବିଭାଗର ସହନିର୍ବାହୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ଓ ସମ୍ପକ୍ତ ତହସିଲଦାର ଯୁଗ୍ମ ଭାବେ ପଦକ୍ଷେପ ଗ୍ରହଣ କରିବେ। ବିଭାଗୀୟ ନିର୍ଦ୍ଦେଶନାମା ୧୫୬୪୦/୧୫ା୫ା୨୦୧୭ ଅନୁଯାୟୀ ଉପଯୁକ୍ତ ଭାବେ ବାଲି ଉତ୍ସର ସୀମାଙ୍କନ କରି ପିଲର ପୋତିବେ। ବେଆଇନ ବାଲି ଖାଦାନ କାରବାର ଉପରେ ଅଙ୍କୁଶ ଲଗାଇବେ।

ସେହିପରି ଆଇନ ଉଲ୍ଲଂଘନକାରୀ ଲିଜଧାରୀଙ୍କ ବିରୋଧରେ ଏମ୍‌ଏମ୍‌ଡିଆର ବା ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ ୧୯୫୭ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଲି ଖାଦାନ ଯୋଗୁ କୌଣସି ନଦୀବନ୍ଧ କ୍ଷତି ହେଉଥିବା ଜଣାପଡ଼ିଲେ ସମ୍ପୃକ୍ତ ଲିଜ୍‌କୁ ରଦ୍ଦ କରାଯିବ। ବେଆଇନ ବାଲି ଖାଦାନରେ ବ୍ୟବହୃତ ଯନ୍ତ୍ରପାତି, ଯାନବାହନ ଆଦିକୁ ରାଜସ୍ବ ଓ ପୋଲିସ ପ୍ରଶାସନ ଜବତ କରି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିପାରିବ ବୋଲି ପିଟିଏମ୍‌ଏମ୍‌ଇଏ ଯୋଜନାରେ ଦର୍ଶାଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ଜିଲାରେ ସମସ୍ତ ଗାଇଡ୍‌ଲାଇନ୍‌ ଓ ଆଇନକୁ ଚାପି ଦିଆଯାଇ ଯିଏ ଯାହାର କ୍ଷମତା ଅନୁସାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କରି ଚାଲିଛନ୍ତି। ତେଣୁ ଏଠାରୁ ଅନେକ ପଦାଧିକାରୀଙ୍କ ବଦଳି ନିର୍ଦ୍ଦେଶ ହେବା ପରେ ବି ଯିବାକୁ ପସନ୍ଦ କରନ୍ତି ନାହିଁ। ବେଆଇନ ଭାବେ ଲିଜ୍‌ ପ୍ରଦାନ କରାଯାଉଥିବାରୁ ଲିଜଧାରୀ ଅନୁମତିଠାରୁ ଢେର ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କରି ଚାଲିଛନ୍ତି। ଯାଜପୁର ଜିଲାର ବରୀ ତହସିଲ ଅଧୀନ ବାଟିଟାଙ୍କି ବାଲିଘାଟ ନିଲାମ ବାତିଲ ପାଇଁ ଜିଲାପାଳ କଟକ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଚିଠି ଲେଖିବା ସତ୍ତ୍ବେ ଗତ ଗୁରୁବାର ଏହି ବାଲିଘାଟର ନିଲାମ କରାଯାଇଛି। ସେହିପରି ଦର୍ପଣ, ଦାନଗଦି, ଯାଜପୁର, ବ୍ୟାସନଗର, ଧର୍ମଶାଳା ତହସିଲ ଅଞ୍ଚଳରେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ବାଲି ଉତ୍ସର ଚିହ୍ନଟ କରାଯାଇ ନ ଥିଲେ ମଧ୍ୟ ଲିଜ୍‌ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?