ଏନ୍‌ଜିଟିରେ ମାମଲା ସତ୍ତ୍ୱେ ବାଲି ଉତ୍ତୋଳନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ସାଆଁଳା ବାଲିଘାଟ ଅଭିଯୋଗ ସଂକ୍ରାନ୍ତରେ ଏନଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ନଂ.୩୫/୨୦୨୦ରେ ମାମଲା ବିଚାରାଧୀନ ରହିଛି। ଏନଜିଟିର ୬ା୧୧ା୨୦ ତାରିଖ ରାୟରେ ସାଆଁଳା ବାଲିଘାଟ ଲିଜଧାରୀଙ୍କୁ ଅଭ୍ୟାସଗତ ଆପରାଧିକ କାର୍ଯ୍ୟ ବୋଲି ଅଭିହିତ କରାଯାଇଛି। ଏହାସହ ବିନା ପରିବେଶଗତ ଅନୁମତିରେ ଦୀର୍ଘକାଳ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ହୋଇଥିବାରୁ ପରିବେଶଗତ କ୍ଷତିପୂରଣ ଦେବା ସହ ଲିଜ ଅନୁମତିକୁ ବାତିଲ କରିବାକୁ ଏନଜଟି ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷେ ପ୍ରଶାସନିକ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ମାତ୍ର ଏ ସବୁ ସତ୍ତ୍ୱେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ପକ୍ଷରୁ ବାଲି ଉତ୍ତୋଳନ ପାଇଁ ପରିଚାଳନା ଅନୁମତି(ସିଟିଓ)ପ୍ରଦାନ କରାଯାଇଛି। ଏହି ଅନୁମତି ବଳରେ ଲିଜଧାରୀ ଗତ ୧୫ ତାରିଖଠାରୁ ପୁଣି ବାଲି ଉତ୍ତୋଳନ ଆରମ୍ଭ କରିଛନ୍ତି। ତେଣୁ ଏନ୍‌ଜିଟି ରାୟ ଉଲ୍ଲଂଘନ ହୋଇଛି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କର ପ୍ରସାଦ ପାଣି ରାଜ୍ୟ ମୁଖ୍ୟ ଶାସନ ସଚିବ, ଯାଜପୁର ଜିଲାପାଳ, ବ୍ୟାସନଗର ତହସିଲଦାର ଓ ଏସ୍‌ପିସିବିର ସଦସ୍ୟ ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଆଡ୍‌ଭୋକେଟ ପାଣି ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ଏନ୍‌ଜିଟିରେ ଦୁଇଥର ମାମଲା ରୁଜୁ ହୋଇଛି। ପ୍ରଥମେ ୧୬୨/୨୦୧୬/ଇଜେଡ ଏବଂ ଦ୍ୱିତୀୟରେ ୩୫/୨୦୨୦/ଇଜେଡ କେଶ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଏହାର ବିଚାର କରି ଏନ୍‌ଜିଟି ପକ୍ଷରୁ ବିଚାରପତି ଏସ.ପି. ୱାଙ୍ଗଡି ଓ ବୈଷୟିକ ସଦସ୍ୟ ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜୁନରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନଜିଟିର ଏହି ନିର୍ଦ୍ଦେଶ ଅନୁସାରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ପରିବେଶ ବୈଜ୍ଞାନିକ ପ୍ରଦୀପ କୁମାର ନାୟକ ୧୩ା୮ା୨୦ରେ ମିଳିତ ଭାବେ ତଦନ୍ତ କରି ଏନଜିଟିରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଆଧାରରେ ଏନ୍‌ଜିଟି ପରିଚାଳନାଗତ ଅନୁମତି ନ ଥିବାରୁ ଉକ୍ତ ବାଲିଘାଟକୁ ବେଆଇନ ବୋଲି ଅଭିହିତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏନଜିଟିର ଏହିସବୁ ନିର୍ଦ୍ଦେଶ ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଲିଜଧାରୀ କୌଣସି ରାଜସ୍ବ ଅଧିକାରୀ/କର୍ମଚାରୀଙ୍କ ଅନୁପସ୍ଥିତିରେ ପିଲର ପୋତି ଚିହ୍ନଟ ଅଞ୍ଚଳରୁ ଟ୍ରକ ଓ ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ ଜାରି ରଖିଛନ୍ତି। ଗତ ୧୧ା୫ା୨୦ରେ ବାଲି ଉତ୍ତୋଳନକୁ ନେଇ ତହସିଲଦାର ଦେଇଥିବା ଅନୁମତି ଜୁନ ୩୦ରୁ ବୈଧତା ଶେଷ ହୋଇ ସାରିଛି। ବୁଧବାର ସାଆଁଳା ବାଲିଘାଟକୁ ଅନ୍ୟତ୍ର ବଦଳି ହୋଇଥିବା ରାଜସ୍ବ ନିରୀକ୍ଷକ ପରିଦର୍ଶନରେ ଯାଇଥିଲେ। ଏନେଇ ସଂପୃକ୍ତ ଗ୍ରାମବାସୀ ପଚାରିବାରୁ ସେ ସରକାରୀ ଭାବେ ଆସି ନାହାନ୍ତି ବୋଲି ଉତ୍ତର ରଖିଥିଲେ। ଏନଜିଟିର ରାୟକୁ କିଭଳି ଭାବେ ଅବମାନନା କରାଯାଇଛି ତାହା ଏହି ସାଆଁଳା ବାଲିଘାଟରୁ ଜଳଜଳ ହୋଇ ଦିଶୁଛି। ଏହାକୁ ଅବଲୋକନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଡଭୋକେଟ ଅନୁରୋଧ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଲିଜ୍‌ଧାରୀ ଦେବେନ୍ଦ୍ର ଘଡ଼େଇ କହିଛନ୍ତି, ମାନୁଆଲ ଭାବେ ବାଲି ଉତ୍ତୋଳନ ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ଅନୁମତି ଅଣାଯାଇଛି। ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରା କହିଛନ୍ତି, ବିଭାଗ ପକ୍ଷରୁ ଲିଜ୍‌ଧାରୀଙ୍କୁ ପରିଚାଳନା ଅନୁମତି ଦିଆଯାଇଛି। ତେବେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଅଭିଯୋଗ ଉପରେ ଯୁଗ୍ମ ତଦନ୍ତ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri