ଏନ୍‌ଜିଟିରେ ମାମଲା ସତ୍ତ୍ୱେ ବାଲି ଉତ୍ତୋଳନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବେଆଇନ ସାଆଁଳା ବାଲିଘାଟ ଅଭିଯୋଗ ସଂକ୍ରାନ୍ତରେ ଏନଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ନଂ.୩୫/୨୦୨୦ରେ ମାମଲା ବିଚାରାଧୀନ ରହିଛି। ଏନଜିଟିର ୬ା୧୧ା୨୦ ତାରିଖ ରାୟରେ ସାଆଁଳା ବାଲିଘାଟ ଲିଜଧାରୀଙ୍କୁ ଅଭ୍ୟାସଗତ ଆପରାଧିକ କାର୍ଯ୍ୟ ବୋଲି ଅଭିହିତ କରାଯାଇଛି। ଏହାସହ ବିନା ପରିବେଶଗତ ଅନୁମତିରେ ଦୀର୍ଘକାଳ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ହୋଇଥିବାରୁ ପରିବେଶଗତ କ୍ଷତିପୂରଣ ଦେବା ସହ ଲିଜ ଅନୁମତିକୁ ବାତିଲ କରିବାକୁ ଏନଜଟି ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷେ ପ୍ରଶାସନିକ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ମାତ୍ର ଏ ସବୁ ସତ୍ତ୍ୱେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ପକ୍ଷରୁ ବାଲି ଉତ୍ତୋଳନ ପାଇଁ ପରିଚାଳନା ଅନୁମତି(ସିଟିଓ)ପ୍ରଦାନ କରାଯାଇଛି। ଏହି ଅନୁମତି ବଳରେ ଲିଜଧାରୀ ଗତ ୧୫ ତାରିଖଠାରୁ ପୁଣି ବାଲି ଉତ୍ତୋଳନ ଆରମ୍ଭ କରିଛନ୍ତି। ତେଣୁ ଏନ୍‌ଜିଟି ରାୟ ଉଲ୍ଲଂଘନ ହୋଇଛି ବୋଲି ଅଭିଯୋଗକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କର ପ୍ରସାଦ ପାଣି ରାଜ୍ୟ ମୁଖ୍ୟ ଶାସନ ସଚିବ, ଯାଜପୁର ଜିଲାପାଳ, ବ୍ୟାସନଗର ତହସିଲଦାର ଓ ଏସ୍‌ପିସିବିର ସଦସ୍ୟ ସଚିବ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଆଡ୍‌ଭୋକେଟ ପାଣି ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି, ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ ଏନ୍‌ଜିଟିରେ ଦୁଇଥର ମାମଲା ରୁଜୁ ହୋଇଛି। ପ୍ରଥମେ ୧୬୨/୨୦୧୬/ଇଜେଡ ଏବଂ ଦ୍ୱିତୀୟରେ ୩୫/୨୦୨୦/ଇଜେଡ କେଶ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଏହାର ବିଚାର କରି ଏନ୍‌ଜିଟି ପକ୍ଷରୁ ବିଚାରପତି ଏସ.ପି. ୱାଙ୍ଗଡି ଓ ବୈଷୟିକ ସଦସ୍ୟ ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜୁନରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନଜିଟିର ଏହି ନିର୍ଦ୍ଦେଶ ଅନୁସାରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ପରିବେଶ ବୈଜ୍ଞାନିକ ପ୍ରଦୀପ କୁମାର ନାୟକ ୧୩ା୮ା୨୦ରେ ମିଳିତ ଭାବେ ତଦନ୍ତ କରି ଏନଜିଟିରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଆଧାରରେ ଏନ୍‌ଜିଟି ପରିଚାଳନାଗତ ଅନୁମତି ନ ଥିବାରୁ ଉକ୍ତ ବାଲିଘାଟକୁ ବେଆଇନ ବୋଲି ଅଭିହିତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏନଜିଟିର ଏହିସବୁ ନିର୍ଦ୍ଦେଶ ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଲିଜଧାରୀ କୌଣସି ରାଜସ୍ବ ଅଧିକାରୀ/କର୍ମଚାରୀଙ୍କ ଅନୁପସ୍ଥିତିରେ ପିଲର ପୋତି ଚିହ୍ନଟ ଅଞ୍ଚଳରୁ ଟ୍ରକ ଓ ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ ଜାରି ରଖିଛନ୍ତି। ଗତ ୧୧ା୫ା୨୦ରେ ବାଲି ଉତ୍ତୋଳନକୁ ନେଇ ତହସିଲଦାର ଦେଇଥିବା ଅନୁମତି ଜୁନ ୩୦ରୁ ବୈଧତା ଶେଷ ହୋଇ ସାରିଛି। ବୁଧବାର ସାଆଁଳା ବାଲିଘାଟକୁ ଅନ୍ୟତ୍ର ବଦଳି ହୋଇଥିବା ରାଜସ୍ବ ନିରୀକ୍ଷକ ପରିଦର୍ଶନରେ ଯାଇଥିଲେ। ଏନେଇ ସଂପୃକ୍ତ ଗ୍ରାମବାସୀ ପଚାରିବାରୁ ସେ ସରକାରୀ ଭାବେ ଆସି ନାହାନ୍ତି ବୋଲି ଉତ୍ତର ରଖିଥିଲେ। ଏନଜିଟିର ରାୟକୁ କିଭଳି ଭାବେ ଅବମାନନା କରାଯାଇଛି ତାହା ଏହି ସାଆଁଳା ବାଲିଘାଟରୁ ଜଳଜଳ ହୋଇ ଦିଶୁଛି। ଏହାକୁ ଅବଲୋକନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆଡଭୋକେଟ ଅନୁରୋଧ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଲିଜ୍‌ଧାରୀ ଦେବେନ୍ଦ୍ର ଘଡ଼େଇ କହିଛନ୍ତି, ମାନୁଆଲ ଭାବେ ବାଲି ଉତ୍ତୋଳନ ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ଅନୁମତି ଅଣାଯାଇଛି। ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରା କହିଛନ୍ତି, ବିଭାଗ ପକ୍ଷରୁ ଲିଜ୍‌ଧାରୀଙ୍କୁ ପରିଚାଳନା ଅନୁମତି ଦିଆଯାଇଛି। ତେବେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ଅଭିଯୋଗ ଉପରେ ଯୁଗ୍ମ ତଦନ୍ତ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?