ଯାଜପୁର

ଧାନ ବାଛିବା ବେଳେ ଘଟିଲା ବଜ୍ରପାତ

କାଳିଆପାଣି,୨୯ା୯(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ କାଙ୍କଡ଼ପାଳ ପଞ୍ଚାୟତ ଭାଲୁକିପାତଳା ନୂଆପାଣି ଗ୍ରାମରେ ଧାନ ବାଛିବା କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କ ମୃତ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁରୁ…

ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଖଣି ଅଞ୍ଚଳବାସୀ: ଅଧିକାର ପାଇଁ ଦାବି କରିବାରୁ ନାଲିଆଖି

ଯାଜପୁର ଅଫିସ,୨୭।୯: ପ୍ରଶାସନିକ ଅବହେଳା ଏବଂ କେତେଜଣ ପ୍ରଭାବଶାଳୀଙ୍କ ଅମାନବୀୟ ବ୍ୟବହାର ଖଣି ପ୍ରଭାବିତ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏଭଳି ଅବସ୍ଥା ଏବେ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଅଞ୍ଚଳବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି।…

ହରିଦାସପୁର ରେଳଷ୍ଟେଶନରେ ଗଣଧାରଣା

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ…

ଖଣି ଅଞ୍ଚଳରେ ବର୍ଷାପାଣି ପରିଚାଳନା ବାଧାପ୍ରାପ୍ତ

ଯାଜପୁର ଅଫିସ,୨୫।୯: ପ୍ରାୟ ସପ୍ତାହେ ହେଲା ଲଘୁଚାପଜନିତ ବର୍ଷା ଯୋଗୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି। ଏଥିଯୋଗୁ ଡମଶାଳା ନାଳାର କଅଁସଠାରୁ କଲରଙ୍ଗୀ ଏବଂ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ପାଣି କୌଣସି…

ନକଲି ଶିକ୍ଷକ ନିଲମ୍ବିତ

ରସୁଲପୁର,୨୫।୯(ଡି.ଏନ.ଏ.):ରସୁଲପୁର ଶିକ୍ଷାମଣ୍ଡଳ ଅଧୀନ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ଭୂଷଣ ଶରଣଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ସୁଦର୍ଶନ ମଲ୍ଲିକ ଚାକିରିରୁ ନିଲମ୍ବିତ କରିଛନ୍ତି। ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୧୦୧୦/୨୪/୦୯/୨୦୨୧ରେ ନିଲମ୍ବନ ଆଦେଶ ଦିଆଯାଇଛି। ତାଙ୍କୁ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟ…

ସାହସୀ ସୌମ୍ୟଙ୍କୁ ଭୁଲିଗଲା ପ୍ରଶାସନ

ବରୀ,୨୫।୯(ଡି.ଏନ.ଏ.):୨୦୧୧ ଅକ୍ଟୋବର ୪ ତାରିଖ। ସେଦିନ ଥିଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଏଥିପାଇଁ ସମଗ୍ର ବରୀ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ବ୍ଲକ ଅଧୀନ ଚନ୍ଦ୍ରଶେଖରପୁର, ଅଲିପୁର ଓ ଅନ୍ୟାସୀପୁର ଦୁର୍ଗାଙ୍କୁ ଦର୍ଶନ ପାଇଁ ବ୍ରାହ୍ମଣୀ ନଦୀ ଦକ୍ଷିଣ…

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ ୪ବର୍ଷ ହେଲା ସେରପୁର ଗ୍ରାମର ଆବାଦଯୋଗ୍ୟ ଅନାବାଦୀ ଖାତା ନଂ.-୨୫୯, ପ୍ଲଟ ନଂ-୭୩୦ର ୧୩…

ଅଣକୃଷି ଉତ୍ପାଦକ ସଙ୍ଗଠନକୁ ନାବାର୍ଡର ଅଣଦେଖା

ରସୁଲପୁର,୨୪ା୯(ଡି.ଏନ୍‌.ଏ): ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଅଧୀନ ଗୋପାଳପୁର ଗାଁକୁ ୧୭ ତାରିଖରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡ. ଜି.ଆର. ଚିନ୍ତାଲା ଆସିଥିଲେ। ସେ ଗୋପାଳପୁର ଗାଁର ଗୋଟିଏ ବର୍ଗ ବୁଣାକାରଙ୍କ ସହ ଆଲୋଚନା…

ଅଧାରେ ଲାଖିଛି ବିକାଶ

ଯାଜପୁର ଅଫିସ,୨୪ା୯: ଯାଜପୁର ଜିଲା ସଦର ମହକୁମାର ନବକଳେବର ପରିପ୍ରେକ୍ଷୀରେ ଆଉ ଏକ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏଥିରେ ମାନ୍‌ସାପୋଲଠାରୁ ବିରଜା ମହିଳା କଲେଜ ଛକ ଏବଂ ଜିଲା ସଦର ଡାକ୍ତରଖାନାଠାରୁ କାଲିଘାଟ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ରହିଛି।…

ପୁରୁଣା କାନ୍ଥରେ ନୂଆ ସ୍ମାର୍ଟ କ୍ଲାସ୍‌ରୁମ୍‌

ଯାଜପୁର ଅଫିସ,୨୧ା୯:ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରେ ଖର୍ଚ୍ଚ ହେଉଥିବା ମୋ ସ୍କୁଲ ଅଭିଯାନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଜିଲାର ବ୍ୟାସନଗର ପୌର ପରିଷଦର ଶଶିଭୂଷଣ ବାଳିକା ବିଦ୍ୟାଳୟରେ…

ସମୁଦ୍ରରେ ମିଶିଯାଉଛି, ଚାଷକୁ ମିଳୁନି

ଯାଜପୁର ଅଫିସ,୨୦।୯: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ସେଚ ସାମର୍ଥ୍ୟ ବୃଦ୍ଧି, କେନାଲ ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ…

ବ୍ରାହ୍ମଣୀ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ,ପରିଚୟ ଖୋଜୁଛି ପୋଲିସ

ବରୀ,୧୯।୯(ଡି.ଏନ.ଏ): ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱରେ ଏକ ମୃତଦେହ ଭାସୁଥିଲା। ରାମଚନ୍ଦ୍ରପୁର ନିକଟସ୍ଥ ରାମେଶ୍ୱର ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବରୀ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?