ଓରେଡା ଉପରେ ପୁଣି ଭରସା

ଯାଜପୁର ଅଫିସ,୨୧।୧୦: ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପର ମରାମତି ଏବଂ ନିର୍ମାଣ ପାଇଁ ପୁଣିଥରେ ଓରେଡାକୁ ଦାୟିତ୍ୱ ଦିଆଯାଉଛି। ଓରେଡାର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି କେ.ପି. କୋନେରଙ୍କ ପତ୍ର ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହ ନୂଆ ୩୦୦ ପ୍ରକଳ୍ପ ସ୍ଥାପନ କରିବାକୁ ଓରେଡା ପ୍ରସ୍ତାବ ଦେଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ ଗତ ଜାନୁୟାରୀ ୨୯ରେ ସମସ୍ତ ଜିଲାର ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ଦେଇଥିବା ନିର୍ଦ୍ଦେଶ ଏଠାରେ ଫସର ଫାଟିଛି। ଏଥିରୁ ଓରେଡା ଏବଂ ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ସନ୍ଦେହ କରାଯାଉଛି।
୨୦୨୦ ଡିସେମ୍ବରରେ ବିଭାଗୀୟ ସିଆର୍‌ସି(କଷ୍ଟମର ରିଲେସନଶିପ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୭୪ଟି ନଳକୂପରେ ସୌର ଚାଳିତ ପମ୍ପ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା। ଓରେଡା ଦ୍ୱାରା ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଓରେଡା ଦ୍ୱାରା ପର୍ଯ୍ୟାୟକ୍ରମେ ୧୩,୨୧୯ଟି ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡିକ ମଧ୍ୟରେ ଅନେକ ମାସେ ବି ତିଷ୍ଠି ପାରିଲା ନାହିଁ। ଏହିସବୁ ଅଚଳ ପ୍ରକଳ୍ପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ) ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହିକ୍ରମରେ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିଥିବା ଓରେଡାର ବିନିଯୋଗ ପତ୍ର(ୟୁସି) ଅନୁଯାୟୀ ପ୍ରକଳ୍ପଗୁଡିକର ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ୨୨ା୧୨ା୨୦୨୦ରେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଓରେଡାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ୧,୭୬୨ଟିି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧,୯୩୪ଟି ସୌର ଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବସାଯାଇଥିବା ପ୍ରକଳ୍ପଗୁଡିକ ମଧ୍ୟ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମାଞ୍ଚଳରେ ସହଜରେ ଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇପାରୁନାହିଁ। ତେଣୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦ୍ୱାରା ଏହି ପ୍ରକଳ୍ପଗୁଡିକର ପରିଚାଳନା ଓ ମରାମତିର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ଗୁରୁତ୍ୱାରୋପ କରିଥିଲେ। ଓରେଡା ଦାୟିତ୍ୱରେ ଥିବା ସମସ୍ତ ଅଚଳ ଓ ସଚଳ ସୌରଚାଳିତ ପ୍ରକଳ୍ପଗୁଡିକୁ ପର୍ଯ୍ୟାୟକ୍ରମେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ। ଏହାବାଦ ୨୦୧୯ ଡିସେମ୍ବର ପରେ ପାଇଥିବା ଅନୁଦାନକୁ ଓରେଡା ନିଶ୍ଚିତ ଭାବେ ଫେରାଇବାକୁ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ୯ା୨ା୨୦୨୧ରେ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଏନେଇ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ
ଓରେଡା ଉପରେ…
ପ୍ରକ୍ରିୟା କାଗଜ କଲମରେ ସୀମିତ ରହିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଓରେଡାର ଅଧିକାରୀ କୋନେର ଗତ ୪ ତାରିଖରେ ଦେଇଥିବା ପତ୍ର ଅନୁସାରେ ୪୧୪ଟି ଅଚଳ ପ୍ରକଳ୍ପ ମରାମତି କରିବାକୁ ମଞ୍ଜୁର ହୋଇସାରିଛି। ବାକି ୩୬୦ ପ୍ରକଳ୍ପ ବିଭିନ୍ନ ଡିଭିଜନ ପକ୍ଷରୁ ଏଯାଏ ମଞ୍ଜୁର ହୋଇ ପାରିନାହିଁ। ଅଚଳ ପ୍ରକଳ୍ପଗୁଡିକର ସର୍ଭେ କରିବାକୁ ୧୩ଟି ଭେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ମରାମତି ପାଇଁ ୩ କୋଟି ୫୬ ଲକ୍ଷ ୮୫ ହଜାର ୯୫୪ ଟଙ୍କା ଖର୍ଚ୍ଚ ହେବ ବୋଲି ଓରେଡା ପକ୍ଷରୁ ଆକଳନ ହୋଇଛି। ଏଥିରେ କଳାହାଣ୍ଡି ଡିଭିଜନରେ ୪୯, ରାଉରକେଲାରେ ୯୬, କେନ୍ଦୁଝରରେ ୩୨, ଆନନ୍ଦପୁରରେ ୪୪, ସମ୍ବଲପୁରରେ ୩୦, ସୋନପୁରରେ ୨୧, ବଲାଙ୍ଗୀରରେ ୧୪, ନୂଆପଡାରେ ୧୦, ବରଗଡ଼ରେ ୩, ଅନୁଗୋଳରେ ୧୮, କଟକରେ ୩, ଯାଜପୁରରେ ୨୬, କେନ୍ଦ୍ରାପଡ଼ାରେ ୧, ନୟାଗଡ଼ରେ ୧୮, ରାଇରଙ୍ଗପୁରରେ ୪୯ ପ୍ରକଳ୍ପର ମରାମତି ପାଇଁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି।
ବିଦ୍ୟୁତ୍‌ ଶକ୍ତି ଅଭାବ ଥିବା ଅଞ୍ଚଳରେ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ସୌର ଶକ୍ତି ଚାଳିତ ପମ୍ପ ସ୍ଥାପନ କରୁଛି। ହେଲେ ନିମ୍ନମାନର ସାମଗ୍ରୀ ଲଗାଯାଇ ବ୍ୟାପକ ହରିଲୁଟ ହେଉଥିବାରୁ ପ୍ରକଳ୍ପଗୁଡିକ ଦୀର୍ଘସ୍ଥାୟୀ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ତଥାପି ସେହି ନିର୍ମାଣକାରୀ ସଂସ୍ଥା ଓରେଡାକୁ ପୁଣି ଦାୟିତ୍ୱ ହସ୍ତାନ୍ତର ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଅଚଳ ସୌର ଚାଳିତ ପ୍ରକଳ୍ପଗୁଡିକର ମରାମତି କରାଯିବ। ତେବେ ଏହି ଦାୟିତ୍ୱ କାହାକୁ ଦିଆଯାଇଛି ତାହାର ସବିଶେଷ ରିପୋର୍ଟ ତାଙ୍କ ପାଖରେ ନାହିଁ।
ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପର ମରାମତି ଏବଂ ନିର୍ମାଣ ପାଇଁ ପୁଣିଥରେ ଓରେଡାକୁ ଦାୟିତ୍ୱ ଦିଆଯାଉଛି। ଓରେଡାର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି କେ.ପି. କୋନେରଙ୍କ ପତ୍ର ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହ ନୂଆ ୩୦୦ ପ୍ରକଳ୍ପ ସ୍ଥାପନ କରିବାକୁ ଓରେଡା ପ୍ରସ୍ତାବ ଦେଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ ଗତ ଜାନୁୟାରୀ ୨୯ରେ ସମସ୍ତ ଜିଲାର ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ଦେଇଥିବା ନିର୍ଦ୍ଦେଶ ଏଠାରେ ଫସର ଫାଟିଛି। ଏଥିରୁ ଓରେଡା ଏବଂ ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ସନ୍ଦେହ କରାଯାଉଛି।
୨୦୨୦ ଡିସେମ୍ବରରେ ବିଭାଗୀୟ ସିଆର୍‌ସି(କଷ୍ଟମର ରିଲେସନଶିପ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୭୪ଟି ନଳକୂପରେ ସୌର ଚାଳିତ ପମ୍ପ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା। ଓରେଡା ଦ୍ୱାରା ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଓରେଡା ଦ୍ୱାରା ପର୍ଯ୍ୟାୟକ୍ରମେ ୧୩,୨୧୯ଟି ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡିକ ମଧ୍ୟରେ ଅନେକ ମାସେ ବି ତିଷ୍ଠି ପାରିଲା ନାହିଁ। ଏହିସବୁ ଅଚଳ ପ୍ରକଳ୍ପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ) ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହିକ୍ରମରେ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିଥିବା ଓରେଡାର ବିନିଯୋଗ ପତ୍ର(ୟୁସି) ଅନୁଯାୟୀ ପ୍ରକଳ୍ପଗୁଡିକର ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ୨୨ା୧୨ା୨୦୨୦ରେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଓରେଡାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ୧,୭୬୨ଟିି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧,୯୩୪ଟି ସୌର ଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବସାଯାଇଥିବା ପ୍ରକଳ୍ପଗୁଡିକ ମଧ୍ୟ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମାଞ୍ଚଳରେ ସହଜରେ ଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇପାରୁନାହିଁ। ତେଣୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦ୍ୱାରା ଏହି ପ୍ରକଳ୍ପଗୁଡିକର ପରିଚାଳନା ଓ ମରାମତିର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ଗୁରୁତ୍ୱାରୋପ କରିଥିଲେ। ଓରେଡା ଦାୟିତ୍ୱରେ ଥିବା ସମସ୍ତ ଅଚଳ ଓ ସଚଳ ସୌରଚାଳିତ ପ୍ରକଳ୍ପଗୁଡିକୁ ପର୍ଯ୍ୟାୟକ୍ରମେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ। ଏହାବାଦ ୨୦୧୯ ଡିସେମ୍ବର ପରେ ପାଇଥିବା ଅନୁଦାନକୁ ଓରେଡା ନିଶ୍ଚିତ ଭାବେ ଫେରାଇବାକୁ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ୯ା୨ା୨୦୨୧ରେ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଏନେଇ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ  ଓରେଡା ଉପରେ ପ୍ରକ୍ରିୟା କାଗଜ କଲମରେ ସୀମିତ ରହିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଓରେଡାର ଅଧିକାରୀ କୋନେର ଗତ ୪ ତାରିଖରେ ଦେଇଥିବା ପତ୍ର ଅନୁସାରେ ୪୧୪ଟି ଅଚଳ ପ୍ରକଳ୍ପ ମରାମତି କରିବାକୁ ମଞ୍ଜୁର ହୋଇସାରିଛି। ବାକି ୩୬୦ ପ୍ରକଳ୍ପ ବିଭିନ୍ନ ଡିଭିଜନ ପକ୍ଷରୁ ଏଯାଏ ମଞ୍ଜୁର ହୋଇ ପାରିନାହିଁ। ଅଚଳ ପ୍ରକଳ୍ପଗୁଡିକର ସର୍ଭେ କରିବାକୁ ୧୩ଟି ଭେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ମରାମତି ପାଇଁ ୩ କୋଟି ୫୬ ଲକ୍ଷ ୮୫ ହଜାର ୯୫୪ ଟଙ୍କା ଖର୍ଚ୍ଚ ହେବ ବୋଲି ଓରେଡା ପକ୍ଷରୁ ଆକଳନ ହୋଇଛି। ଏଥିରେ କଳାହାଣ୍ଡି ଡିଭିଜନରେ ୪୯, ରାଉରକେଲାରେ ୯୬, କେନ୍ଦୁଝରରେ ୩୨, ଆନନ୍ଦପୁରରେ ୪୪, ସମ୍ବଲପୁରରେ ୩୦, ସୋନପୁରରେ ୨୧, ବଲାଙ୍ଗୀରରେ ୧୪, ନୂଆପଡାରେ ୧୦, ବରଗଡ଼ରେ ୩, ଅନୁଗୋଳରେ ୧୮, କଟକରେ ୩, ଯାଜପୁରରେ ୨୬, କେନ୍ଦ୍ରାପଡ଼ାରେ ୧, ନୟାଗଡ଼ରେ ୧୮, ରାଇରଙ୍ଗପୁରରେ ୪୯ ପ୍ରକଳ୍ପର ମରାମତି ପାଇଁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି।
ବିଦ୍ୟୁତ୍‌ ଶକ୍ତି ଅଭାବ ଥିବା ଅଞ୍ଚଳରେ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ସୌର ଶକ୍ତି ଚାଳିତ ପମ୍ପ ସ୍ଥାପନ କରୁଛି। ହେଲେ ନିମ୍ନମାନର ସାମଗ୍ରୀ ଲଗାଯାଇ ବ୍ୟାପକ ହରିଲୁଟ ହେଉଥିବାରୁ ପ୍ରକଳ୍ପଗୁଡିକ ଦୀର୍ଘସ୍ଥାୟୀ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ତଥାପି ସେହି ନିର୍ମାଣକାରୀ ସଂସ୍ଥା ଓରେଡାକୁ ପୁଣି ଦାୟିତ୍ୱ ହସ୍ତାନ୍ତର ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଅଚଳ ସୌର ଚାଳିତ ପ୍ରକଳ୍ପଗୁଡିକର ମରାମତି କରାଯିବ। ତେବେ ଏହି ଦାୟିତ୍ୱ କାହାକୁ ଦିଆଯାଇଛି ତାହାର ସବିଶେଷ ରିପୋର୍ଟ ତାଙ୍କ ପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri