ଓରେଡା ଉପରେ ପୁଣି ଭରସା

ଯାଜପୁର ଅଫିସ,୨୧।୧୦: ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପର ମରାମତି ଏବଂ ନିର୍ମାଣ ପାଇଁ ପୁଣିଥରେ ଓରେଡାକୁ ଦାୟିତ୍ୱ ଦିଆଯାଉଛି। ଓରେଡାର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି କେ.ପି. କୋନେରଙ୍କ ପତ୍ର ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହ ନୂଆ ୩୦୦ ପ୍ରକଳ୍ପ ସ୍ଥାପନ କରିବାକୁ ଓରେଡା ପ୍ରସ୍ତାବ ଦେଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ ଗତ ଜାନୁୟାରୀ ୨୯ରେ ସମସ୍ତ ଜିଲାର ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ଦେଇଥିବା ନିର୍ଦ୍ଦେଶ ଏଠାରେ ଫସର ଫାଟିଛି। ଏଥିରୁ ଓରେଡା ଏବଂ ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ସନ୍ଦେହ କରାଯାଉଛି।
୨୦୨୦ ଡିସେମ୍ବରରେ ବିଭାଗୀୟ ସିଆର୍‌ସି(କଷ୍ଟମର ରିଲେସନଶିପ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୭୪ଟି ନଳକୂପରେ ସୌର ଚାଳିତ ପମ୍ପ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା। ଓରେଡା ଦ୍ୱାରା ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଓରେଡା ଦ୍ୱାରା ପର୍ଯ୍ୟାୟକ୍ରମେ ୧୩,୨୧୯ଟି ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡିକ ମଧ୍ୟରେ ଅନେକ ମାସେ ବି ତିଷ୍ଠି ପାରିଲା ନାହିଁ। ଏହିସବୁ ଅଚଳ ପ୍ରକଳ୍ପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ) ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହିକ୍ରମରେ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିଥିବା ଓରେଡାର ବିନିଯୋଗ ପତ୍ର(ୟୁସି) ଅନୁଯାୟୀ ପ୍ରକଳ୍ପଗୁଡିକର ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ୨୨ା୧୨ା୨୦୨୦ରେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଓରେଡାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ୧,୭୬୨ଟିି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧,୯୩୪ଟି ସୌର ଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବସାଯାଇଥିବା ପ୍ରକଳ୍ପଗୁଡିକ ମଧ୍ୟ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମାଞ୍ଚଳରେ ସହଜରେ ଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇପାରୁନାହିଁ। ତେଣୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦ୍ୱାରା ଏହି ପ୍ରକଳ୍ପଗୁଡିକର ପରିଚାଳନା ଓ ମରାମତିର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ଗୁରୁତ୍ୱାରୋପ କରିଥିଲେ। ଓରେଡା ଦାୟିତ୍ୱରେ ଥିବା ସମସ୍ତ ଅଚଳ ଓ ସଚଳ ସୌରଚାଳିତ ପ୍ରକଳ୍ପଗୁଡିକୁ ପର୍ଯ୍ୟାୟକ୍ରମେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ। ଏହାବାଦ ୨୦୧୯ ଡିସେମ୍ବର ପରେ ପାଇଥିବା ଅନୁଦାନକୁ ଓରେଡା ନିଶ୍ଚିତ ଭାବେ ଫେରାଇବାକୁ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ୯ା୨ା୨୦୨୧ରେ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଏନେଇ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ
ଓରେଡା ଉପରେ…
ପ୍ରକ୍ରିୟା କାଗଜ କଲମରେ ସୀମିତ ରହିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଓରେଡାର ଅଧିକାରୀ କୋନେର ଗତ ୪ ତାରିଖରେ ଦେଇଥିବା ପତ୍ର ଅନୁସାରେ ୪୧୪ଟି ଅଚଳ ପ୍ରକଳ୍ପ ମରାମତି କରିବାକୁ ମଞ୍ଜୁର ହୋଇସାରିଛି। ବାକି ୩୬୦ ପ୍ରକଳ୍ପ ବିଭିନ୍ନ ଡିଭିଜନ ପକ୍ଷରୁ ଏଯାଏ ମଞ୍ଜୁର ହୋଇ ପାରିନାହିଁ। ଅଚଳ ପ୍ରକଳ୍ପଗୁଡିକର ସର୍ଭେ କରିବାକୁ ୧୩ଟି ଭେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ମରାମତି ପାଇଁ ୩ କୋଟି ୫୬ ଲକ୍ଷ ୮୫ ହଜାର ୯୫୪ ଟଙ୍କା ଖର୍ଚ୍ଚ ହେବ ବୋଲି ଓରେଡା ପକ୍ଷରୁ ଆକଳନ ହୋଇଛି। ଏଥିରେ କଳାହାଣ୍ଡି ଡିଭିଜନରେ ୪୯, ରାଉରକେଲାରେ ୯୬, କେନ୍ଦୁଝରରେ ୩୨, ଆନନ୍ଦପୁରରେ ୪୪, ସମ୍ବଲପୁରରେ ୩୦, ସୋନପୁରରେ ୨୧, ବଲାଙ୍ଗୀରରେ ୧୪, ନୂଆପଡାରେ ୧୦, ବରଗଡ଼ରେ ୩, ଅନୁଗୋଳରେ ୧୮, କଟକରେ ୩, ଯାଜପୁରରେ ୨୬, କେନ୍ଦ୍ରାପଡ଼ାରେ ୧, ନୟାଗଡ଼ରେ ୧୮, ରାଇରଙ୍ଗପୁରରେ ୪୯ ପ୍ରକଳ୍ପର ମରାମତି ପାଇଁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି।
ବିଦ୍ୟୁତ୍‌ ଶକ୍ତି ଅଭାବ ଥିବା ଅଞ୍ଚଳରେ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ସୌର ଶକ୍ତି ଚାଳିତ ପମ୍ପ ସ୍ଥାପନ କରୁଛି। ହେଲେ ନିମ୍ନମାନର ସାମଗ୍ରୀ ଲଗାଯାଇ ବ୍ୟାପକ ହରିଲୁଟ ହେଉଥିବାରୁ ପ୍ରକଳ୍ପଗୁଡିକ ଦୀର୍ଘସ୍ଥାୟୀ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ତଥାପି ସେହି ନିର୍ମାଣକାରୀ ସଂସ୍ଥା ଓରେଡାକୁ ପୁଣି ଦାୟିତ୍ୱ ହସ୍ତାନ୍ତର ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଅଚଳ ସୌର ଚାଳିତ ପ୍ରକଳ୍ପଗୁଡିକର ମରାମତି କରାଯିବ। ତେବେ ଏହି ଦାୟିତ୍ୱ କାହାକୁ ଦିଆଯାଇଛି ତାହାର ସବିଶେଷ ରିପୋର୍ଟ ତାଙ୍କ ପାଖରେ ନାହିଁ।
ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପର ମରାମତି ଏବଂ ନିର୍ମାଣ ପାଇଁ ପୁଣିଥରେ ଓରେଡାକୁ ଦାୟିତ୍ୱ ଦିଆଯାଉଛି। ଓରେଡାର ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି କେ.ପି. କୋନେରଙ୍କ ପତ୍ର ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହ ନୂଆ ୩୦୦ ପ୍ରକଳ୍ପ ସ୍ଥାପନ କରିବାକୁ ଓରେଡା ପ୍ରସ୍ତାବ ଦେଇଛି। ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ ଗତ ଜାନୁୟାରୀ ୨୯ରେ ସମସ୍ତ ଜିଲାର ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ଦେଇଥିବା ନିର୍ଦ୍ଦେଶ ଏଠାରେ ଫସର ଫାଟିଛି। ଏଥିରୁ ଓରେଡା ଏବଂ ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ସନ୍ଦେହ କରାଯାଉଛି।
୨୦୨୦ ଡିସେମ୍ବରରେ ବିଭାଗୀୟ ସିଆର୍‌ସି(କଷ୍ଟମର ରିଲେସନଶିପ ସେଣ୍ଟର)ର ରିପୋର୍ଟ ଅନୁଯାୟୀ ରାଜ୍ୟର ୭୭୪ଟି ନଳକୂପରେ ସୌର ଚାଳିତ ପମ୍ପ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିଲା। ଓରେଡା ଦ୍ୱାରା ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଓରେଡା ଦ୍ୱାରା ପର୍ଯ୍ୟାୟକ୍ରମେ ୧୩,୨୧୯ଟି ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇଥିବାବେଳେ ସେଗୁଡିକ ମଧ୍ୟରେ ଅନେକ ମାସେ ବି ତିଷ୍ଠି ପାରିଲା ନାହିଁ। ଏହିସବୁ ଅଚଳ ପ୍ରକଳ୍ପ ଉପରେ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି (ଅଡିଟ) ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହିକ୍ରମରେ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିଥିବା ଓରେଡାର ବିନିଯୋଗ ପତ୍ର(ୟୁସି) ଅନୁଯାୟୀ ପ୍ରକଳ୍ପଗୁଡିକର ସବିଶେଷ ରିପୋର୍ଟ ଦେବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ୨୨ା୧୨ା୨୦୨୦ରେ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଓରେଡାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ୨୦୧୪ରେ ପ୍ରଥମ ପର୍ଯ୍ୟାୟରେ ୧,୭୬୨ଟିି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧,୯୩୪ଟି ସୌର ଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବସାଯାଇଥିବା ପ୍ରକଳ୍ପଗୁଡିକ ମଧ୍ୟ ଅଚଳ ହୋଇ ପଡ଼ିଥିବାରୁ ଗ୍ରାମାଞ୍ଚଳରେ ସହଜରେ ଶୁଦ୍ଧ ପାନୀୟ ଜଳ ମିଳିବା ସମ୍ଭବ ହୋଇପାରୁନାହିଁ। ତେଣୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଦ୍ୱାରା ଏହି ପ୍ରକଳ୍ପଗୁଡିକର ପରିଚାଳନା ଓ ମରାମତିର ଆବଶ୍ୟକତା ରହିଛି ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ଗୁରୁତ୍ୱାରୋପ କରିଥିଲେ। ଓରେଡା ଦାୟିତ୍ୱରେ ଥିବା ସମସ୍ତ ଅଚଳ ଓ ସଚଳ ସୌରଚାଳିତ ପ୍ରକଳ୍ପଗୁଡିକୁ ପର୍ଯ୍ୟାୟକ୍ରମେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ। ଏହାବାଦ ୨୦୧୯ ଡିସେମ୍ବର ପରେ ପାଇଥିବା ଅନୁଦାନକୁ ଓରେଡା ନିଶ୍ଚିତ ଭାବେ ଫେରାଇବାକୁ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶକ ପରମେଶ୍ୱରନ ତାଙ୍କ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ୯ା୨ା୨୦୨୧ରେ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଏନେଇ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ  ଓରେଡା ଉପରେ ପ୍ରକ୍ରିୟା କାଗଜ କଲମରେ ସୀମିତ ରହିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଓରେଡାର ଅଧିକାରୀ କୋନେର ଗତ ୪ ତାରିଖରେ ଦେଇଥିବା ପତ୍ର ଅନୁସାରେ ୪୧୪ଟି ଅଚଳ ପ୍ରକଳ୍ପ ମରାମତି କରିବାକୁ ମଞ୍ଜୁର ହୋଇସାରିଛି। ବାକି ୩୬୦ ପ୍ରକଳ୍ପ ବିଭିନ୍ନ ଡିଭିଜନ ପକ୍ଷରୁ ଏଯାଏ ମଞ୍ଜୁର ହୋଇ ପାରିନାହିଁ। ଅଚଳ ପ୍ରକଳ୍ପଗୁଡିକର ସର୍ଭେ କରିବାକୁ ୧୩ଟି ଭେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ମରାମତି ପାଇଁ ୩ କୋଟି ୫୬ ଲକ୍ଷ ୮୫ ହଜାର ୯୫୪ ଟଙ୍କା ଖର୍ଚ୍ଚ ହେବ ବୋଲି ଓରେଡା ପକ୍ଷରୁ ଆକଳନ ହୋଇଛି। ଏଥିରେ କଳାହାଣ୍ଡି ଡିଭିଜନରେ ୪୯, ରାଉରକେଲାରେ ୯୬, କେନ୍ଦୁଝରରେ ୩୨, ଆନନ୍ଦପୁରରେ ୪୪, ସମ୍ବଲପୁରରେ ୩୦, ସୋନପୁରରେ ୨୧, ବଲାଙ୍ଗୀରରେ ୧୪, ନୂଆପଡାରେ ୧୦, ବରଗଡ଼ରେ ୩, ଅନୁଗୋଳରେ ୧୮, କଟକରେ ୩, ଯାଜପୁରରେ ୨୬, କେନ୍ଦ୍ରାପଡ଼ାରେ ୧, ନୟାଗଡ଼ରେ ୧୮, ରାଇରଙ୍ଗପୁରରେ ୪୯ ପ୍ରକଳ୍ପର ମରାମତି ପାଇଁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି।
ବିଦ୍ୟୁତ୍‌ ଶକ୍ତି ଅଭାବ ଥିବା ଅଞ୍ଚଳରେ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ସୌର ଶକ୍ତି ଚାଳିତ ପମ୍ପ ସ୍ଥାପନ କରୁଛି। ହେଲେ ନିମ୍ନମାନର ସାମଗ୍ରୀ ଲଗାଯାଇ ବ୍ୟାପକ ହରିଲୁଟ ହେଉଥିବାରୁ ପ୍ରକଳ୍ପଗୁଡିକ ଦୀର୍ଘସ୍ଥାୟୀ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ତଥାପି ସେହି ନିର୍ମାଣକାରୀ ସଂସ୍ଥା ଓରେଡାକୁ ପୁଣି ଦାୟିତ୍ୱ ହସ୍ତାନ୍ତର ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି, ଅଚଳ ସୌର ଚାଳିତ ପ୍ରକଳ୍ପଗୁଡିକର ମରାମତି କରାଯିବ। ତେବେ ଏହି ଦାୟିତ୍ୱ କାହାକୁ ଦିଆଯାଇଛି ତାହାର ସବିଶେଷ ରିପୋର୍ଟ ତାଙ୍କ ପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?