ଅବହେଳା ଜୀବନ ନେଉଛି

ଯାଜପୁର ଅଫିସ,୧୧।୧୦: ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶାର ର଼୍ୟାଙ୍କ ୧୬ରୁ ୧୨କୁ ବୃଦ୍ଧି ଘଟିଛି, ଯାହାକି ଏକ ଚିନ୍ତାର ବିଷୟ ହୋଇଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଛି। ଦୁର୍ଘଟଣାଜନିତ ମୃତ୍ୟୁ ୫୦% ହ୍ରାସ କରିବାକୁ ସୁପ୍ରିମକୋର୍ଟ କମିଟି ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନ ରାସ୍ତାଗୁଡ଼ିକରେ ସଡ଼କ ସୁରକ୍ଷା ଏବଂ ଉପଯୁକ୍ତ ରୋଡ୍‌ ଇନ୍‌ଫର୍ମେଶନ ସିଷ୍ଟମ (ଆର୍‌ଇଏସ୍‌) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ଆର୍‌ଡି ରାସ୍ତାଗୁଡ଼ିକର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସାଇନ ବୋର୍ଡ ଲଗାଇବାକୁ ଚଳିତ ବର୍ଷ ୩ ଥର ବିଭାଗୀୟ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଏହି ନିର୍ଦ୍ଦେଶକୁ ରାଜ୍ୟର ୪୮ଜଣ ଆର୍‌ଡି ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅଣଦେଖା କରିଛନ୍ତି। ଗତ ୫ ତାରିଖ ସୁଦ୍ଧା ଏଥିପାଇଁ ଟେଣ୍ଡର ପ୍ରକ୍ରିୟା କିମ୍ବା ଚୁକ୍ତି ହୋଇ ପାରିନାହିଁ। ଏହାକୁ ନେଇ ଆରଡି ବିଭାଗ ଅଧୀନ ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବା ଦର୍ଶାଇ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜବାବ ତଲବ କରିଛନ୍ତି।
ଭାରତରେ ବାର୍ଷିକ ପ୍ରାୟ ୧.୫ ଲକ୍ଷ ଲୋକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଦେଶରେ ପ୍ରତିବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଆସୁଛି। ତଥାପି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ହେଉ ନଥିବାରୁ ଚଳିତ ବର୍ଷ ସପ୍ତାହ ସ୍ଥାନରେ ୧ ମାସ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ପାଳନ କରାଯାଇଛି। ତେବେ କ୍ରାଇମବ୍ରାଞ୍ଚ ଓ ସିଆଇଡି ରିପୋର୍ଟ ଅନୁସାରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୨ ନମ୍ବର ସ୍ଥାନରେ ରହିଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୪ରେ ୩୯୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ମୃତ୍ୟୁ ସଂଖ୍ୟା ୪୭୩୮ରେ ପହଞ୍ଚିଥିଲା। ଅର୍ଥାତ୍‌ ମୃତ୍ୟୁ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ୨୦୨୦ ପ୍ରଥମ ୪ ମାସ(ଜାନୁୟାରୀ-ଏପ୍ରିଲ) ଅପେକ୍ଷା ୨୦୨୧ର ଜାନୁୟାରୀ-ଏପ୍ରିଲ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭.୬% ବୃଦ୍ଧି ଘଟିଛି। ଏଥିରେ ମାଲକାନଗିରି ଓ ଜଗତ୍‌ସିଂହପୁର ଜିଲା ପରେ ଯାଜପୁର ଜିଲା ତୃତୀୟ ସ୍ଥାନରେ ରହିଥିଲା। ଏଥିପାଇଁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଚିନ୍ତାବ୍ୟକ୍ତ କରିଛି। ସମସ୍ତ ଜିଲାପାଳ, ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପି ଏବଂ ଟ୍ରାଫିକ ଡିସିପି ଓ କମିଶନରେଟ ପୋଲିସକୁ ଡିଷ୍ଟ୍ରିକ୍ସ ରୋଡ୍‌ ସେଫ୍‌ଟି କମିଟି(ଡିଆର୍‌ଏସ୍‌ସି)ର ନିୟମିତ ବୈଠକ କରି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ପରିବହନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରି ମଧୁସୂଦନ ପାଢ଼ୀ ୧୬ା୭ା୨୦୨୧ରେ ନିର୍ଦ୍ଦେଶ ଜାରି କରିଥିଲେ। ଏହାସହ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୩୧ା୩ା୨୦୨୧, ୬ା୪ା୨୦୨୧ ଓ ୧୯ା୮ା୨୦୨୧ରେ ଆନନ୍ଦପୁର, ଅନୁଗୋଳ, ବାଲେଶ୍ୱର-୧ ଓ ୨, ବାରିପଦା, ଭଦ୍ରକ-୧ ଓ ୨, ଭଞ୍ଜନଗର, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଧର୍ମଗଡ଼, ଢେଙ୍କାନାଳ-୧ ଓ ୨, ଗଜପତି, ଗଞ୍ଜାମ-୧, ଗୁଣୁପୁର, ଜଗତ୍‌ସିଂହପୁର, ଯାଜପୁର-୧ ଓ ୨, ଜଳେଶ୍ୱର, ଜୟପୁର, ଝାରସୁଗୁଡ଼ା, କରଞ୍ଜିଆ, କେନ୍ଦ୍ରାପଡ଼ା-୧ ଓ ୨, କେନ୍ଦୁଝର-୧ ଓ ୨, କେଶିଙ୍ଗା, ଖରିଆର, କୋରାପୁଟ, କୁଚିଣ୍ଡା, ମୋହନା, ନବରଙ୍ଗପୁର-୧ ଓ ୨, ନୟାଗଡ଼-୧ ଓ ୨, ନିମାପଡ଼ା, ନୂଆପଡ଼ା, ପଦମପୁର, ପାଟଣାଗଡ଼, ପୁରୀ, ରାଇରଙ୍ଗପୁର, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼-୧ ଓ ୨ ଏବଂ ଟିଟିଲାଗଡ଼ ଡିଭିଜନ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସୂଚନା ଫଳକ ଆଦି ଲଗାଇବାକୁ କିଲୋମିଟର ପିଛା ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ୨୧ା୯ା୨୦୨୧ରେ ଆର୍‌ଡି ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ କର୍ତ୍ତବ୍ୟରେ ଏଭଳି ଅବହେଳା ଯୋଗୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେନେଇ ୫ା୧୦ା୨୦୨୧ରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?