ପାଣି ଆଶା: ମିଳୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮ା୧୦: ପାନୀୟ ଜଳ ପାଇଁ ଘୋର ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ଭାବିଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ସିହା ଏବଂ କୋରେଇ ବ୍ଲକ ବଡ଼ଅନ୍ଧାରୀ ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ସିହା ଗ୍ରାମର ଅଧିବାସୀ ଖରାଦିନେ ଭୋଗୁଥିବା ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୮ରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୮୫ ଲକ୍ଷ ୩୩ ହଜାର ଟଙ୍କାର ଏକ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରକଳ୍ପଟି ଗୋଟିଏ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବ ବୋଲି ଆଶା କରାଯାଉଥିଲା। ମାତ୍ର ପରିତାପର ବିଷୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଏବେ ୩ ବର୍ଷ ବିତିବାକୁ ଯାଉଥିବାବେଳେ ଲୋକଙ୍କ ଘରେ ପାଣି ପହଞ୍ଚାଇବା ତ ଦୂରର କଥା କିନ୍ତୁ ଏଯାଏ ଗ୍ରାମର ମୁଖ୍ୟ ପାଇପ ଲାଇନ ବିଛା କାର୍ଯ୍ୟ ବି ଅଧା ହୋଇପାରିଲା ନାହିଁ। ମାଟି ଉପରେ ପାଇପ ଦିଶୁଛିି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ କିଛିଟା କାମ ପୁଣି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜଳ ସଂରକ୍ଷଣ ପାଇଁ ନିର୍ମିତ ଓଭରହେଡ୍‌ ପାଣି ଟାଙ୍କି କେତେ ନିମ୍ନମାନର ହୋଇଛି ତାହା ବାହାରୁ ଦେଖିଲେ ଜଣା ପଡ଼ିଯାଉଛି। ବିଭାଗୀୟ କୌଣସି ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଠିକାଦାର ଲାଭଖୋର ମନୋଭାବ ନେଇ ଏଭଳି କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସେହିପରିି ଗ୍ରାମରେ ଏବେ ବିଛାଯାଉଥିବା ମୁଖ୍ୟ ଲୁହା ଓ ପିଭିସି ପାଇପର ମାନ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଯାଜପୁର ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତାର ପ୍ରଶସ୍ତୀକରଣ କରୁଛନ୍ତି। ମାତ୍ର ଠିକାଦାର ସେହି ରାସ୍ତାପାର୍ଶ୍ୱକୁ ଖୋଳି ପାଇପ ଲାଇନ ବିଛାଇବା ପରେ ତାହାକୁ ଆଉ ସମତୁଲ ନ କରି ଚାଲି ଯାଉଛନ୍ତି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଆବୁଡ଼ା ଖାବୁଡ଼ା ହୋଇ ପଡ଼ିଥିବା ରସ୍ତାପାର୍ଶ୍ୱକୁ ସମତୁଲ କରିବା ପାଇଁ ଲୋକେ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେ ତାହାକୁ ଭ୍ରୁକ୍ଷେପ କରୁନାହାନ୍ତି। ବିଭାଗୀୟ ଅଧିକାରୀ ଏଥିପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସେହିପରି କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତର ବଡଅନ୍ଧାରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ରାସ୍ତାପାଖ ସାହିର ଲୋକେ ଗତ ୨ ବର୍ଷ ହେଲା ପାଇପ୍‌ ପାଣି ପାଉ ନ ଥିବାବେଳେ ମଙ୍ଗଳା ସାହିକୁ ୧ ମାସ ହେବ ଏହା ବନ୍ଦ ହୋଇ ରହିଛି। ଏହି ଦୁଇ ଗାଁରେ ନଳକୂପର ସୁବିଧା ମଧ୍ୟ ନାହିଁ। ଫଳରେ ଲୋକେ ପୋଖରୀ ପାଣି ବ୍ୟବହାର କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଏନେଇ ଯାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri