ପାଣି ଆଶା: ମିଳୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮ା୧୦: ପାନୀୟ ଜଳ ପାଇଁ ଘୋର ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ଭାବିଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ସିହା ଏବଂ କୋରେଇ ବ୍ଲକ ବଡ଼ଅନ୍ଧାରୀ ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ସିହା ଗ୍ରାମର ଅଧିବାସୀ ଖରାଦିନେ ଭୋଗୁଥିବା ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୮ରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୮୫ ଲକ୍ଷ ୩୩ ହଜାର ଟଙ୍କାର ଏକ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରକଳ୍ପଟି ଗୋଟିଏ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବ ବୋଲି ଆଶା କରାଯାଉଥିଲା। ମାତ୍ର ପରିତାପର ବିଷୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଏବେ ୩ ବର୍ଷ ବିତିବାକୁ ଯାଉଥିବାବେଳେ ଲୋକଙ୍କ ଘରେ ପାଣି ପହଞ୍ଚାଇବା ତ ଦୂରର କଥା କିନ୍ତୁ ଏଯାଏ ଗ୍ରାମର ମୁଖ୍ୟ ପାଇପ ଲାଇନ ବିଛା କାର୍ଯ୍ୟ ବି ଅଧା ହୋଇପାରିଲା ନାହିଁ। ମାଟି ଉପରେ ପାଇପ ଦିଶୁଛିି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ କିଛିଟା କାମ ପୁଣି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜଳ ସଂରକ୍ଷଣ ପାଇଁ ନିର୍ମିତ ଓଭରହେଡ୍‌ ପାଣି ଟାଙ୍କି କେତେ ନିମ୍ନମାନର ହୋଇଛି ତାହା ବାହାରୁ ଦେଖିଲେ ଜଣା ପଡ଼ିଯାଉଛି। ବିଭାଗୀୟ କୌଣସି ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଠିକାଦାର ଲାଭଖୋର ମନୋଭାବ ନେଇ ଏଭଳି କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସେହିପରିି ଗ୍ରାମରେ ଏବେ ବିଛାଯାଉଥିବା ମୁଖ୍ୟ ଲୁହା ଓ ପିଭିସି ପାଇପର ମାନ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଯାଜପୁର ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ସରକାର ବିପୁଳ ଟଙ୍କା ବ୍ୟୟ କରି ରାସ୍ତା ନିର୍ମାଣ ସହ ପୁରୁଣା ରାସ୍ତାର ପ୍ରଶସ୍ତୀକରଣ କରୁଛନ୍ତି। ମାତ୍ର ଠିକାଦାର ସେହି ରାସ୍ତାପାର୍ଶ୍ୱକୁ ଖୋଳି ପାଇପ ଲାଇନ ବିଛାଇବା ପରେ ତାହାକୁ ଆଉ ସମତୁଲ ନ କରି ଚାଲି ଯାଉଛନ୍ତି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଆବୁଡ଼ା ଖାବୁଡ଼ା ହୋଇ ପଡ଼ିଥିବା ରସ୍ତାପାର୍ଶ୍ୱକୁ ସମତୁଲ କରିବା ପାଇଁ ଲୋକେ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେ ତାହାକୁ ଭ୍ରୁକ୍ଷେପ କରୁନାହାନ୍ତି। ବିଭାଗୀୟ ଅଧିକାରୀ ଏଥିପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସେହିପରି କୋରେଇ ବ୍ଲକ ଅନ୍ଧାରୀ ପଞ୍ଚାୟତର ବଡଅନ୍ଧାରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ରାସ୍ତାପାଖ ସାହିର ଲୋକେ ଗତ ୨ ବର୍ଷ ହେଲା ପାଇପ୍‌ ପାଣି ପାଉ ନ ଥିବାବେଳେ ମଙ୍ଗଳା ସାହିକୁ ୧ ମାସ ହେବ ଏହା ବନ୍ଦ ହୋଇ ରହିଛି। ଏହି ଦୁଇ ଗାଁରେ ନଳକୂପର ସୁବିଧା ମଧ୍ୟ ନାହିଁ। ଫଳରେ ଲୋକେ ପୋଖରୀ ପାଣି ବ୍ୟବହାର କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଏନେଇ ଯାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri