ଶ୍ରମିକ ନିଯୁକ୍ତିରେ ସନ୍ତୁଷ୍ଟି

ଯାଜପୁର ଅଫିସ,୨୦।୧୦:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଶାୟୀଙ୍କୁ ଠିକା ଶ୍ରମିକ ନିଯୁକ୍ତି ଦେଇ ସନ୍ତୁଷ୍ଟ କରାଯାଉଛି। ଏହି ପ୍ରକ୍ରିୟାରେ ୩୬୪ ଅଣଓଡ଼ିଆ ଏବଂ ୧୮୪ ଓଡ଼ିଆ ଠିକାସଂସ୍ଥା ବିପୁଳ ପରିମାଣରେ ଲାଭବାନ ହେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଏହା ସ୍ପଷ୍ଟ ହୋଇଛି। ଠିକାସଂସ୍ଥାର ମାଲିକମାନେ ମନଇଚ୍ଛା ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତିରୁ ହଟେଇ ସେମାନଙ୍କ ପରିବାରବର୍ଗଙ୍କୁ ମାନସିକ ଭାବେ ନିର୍ଯାତନା ଦେଇଆସୁଛନ୍ତି। ଠିକାସଂସ୍ଥାର ମନମାନି ବିରୋଧରେ ହେଉଥିବା ଆନ୍ଦୋଳନ ପ୍ରାୟ ୫ ବର୍ଷ ହେଲା ନରମି ଯାଉଥିବାରୁ ବହୁ ବୈଷୟିକ ଡିଗ୍ରୀଧାରୀ ବେକାର ଯୁବତୀଯୁବକଙ୍କ ନିଯୁକ୍ତି ଆଶା ମଉଳି ଯାଇଛି।
ଜାତୀୟ ଓ ରାଜ୍ୟସ୍ତରରେ ଉତ୍କଟ ବେକାରି ସମସ୍ୟା ଦୂର ଉଦ୍ଦେଶ୍ୟରେ ଶିଳ୍ପାୟନକୁ ଆଖିବୁଜି ଗ୍ରହଣ କରି ରାଜ୍ୟ ସରକାର କଳିଙ୍ଗନଗରରେ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକୁ ସବୁପ୍ରକାର ସହଯୋଗ ଦେଇ ଆସୁଛନ୍ତି। ବର୍ତ୍ତମାନ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୬ଟି ବୃହତ୍‌ କମ୍ପାନୀ କାର୍ଯ୍ୟକ୍ଷମ ରହିଛି। କିନ୍ତୁ ଠିକା ଶ୍ରମିକ ନିଯୁକ୍ତି ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଯାଉଛି। ଦେଶ ସ୍ବାଧୀନତା ପୂର୍ବରୁ ଟାଟା ଯାଜପୁର ଜିଲାର ଖଣି ଅଞ୍ଚଳ ସୁକିନ୍ଦାରେ ପାଦ ଦେଇଥିଲା। ଭାରବୁହାରେ କ୍ରୋମାଇଟ ଖଣିରୁ ଉତ୍ତୋଳନ ଆରମ୍ଭ କରିଥିବା ଟାଟାକୁ ଯୋଡ଼ା ଅଞ୍ଚଳରେ ୬ଟି ଖାଦାନରେ ୪୧୨୩ ହେକ୍ଟର ଏବଂ ସୁକିନ୍ଦାରେ ୩ଟି ଖାଦାନ ଜରିଆରେ ୭୬୦ ହେକ୍ଟର ଜମି ଲିଜ୍‌ ଦିଆଯାଇଛି। ଏହି ଖଣିରୁ କଳିଙ୍ଗନଗର ଟାଟା ଷ୍ଟିଲ କାରଖାନା ଗଢ଼ିଉଠିଛି। ୨୪ା୮ା୨୦୨୧ ସୁଦ୍ଧା ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ ଏହି କାରଖାନାରେ ୨୦୫ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ୧୭,୮୪୫ ଶ୍ରମିକ ଏବଂ ୩,୦୧୫ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ସେହିପରି ୮୩ଟି ଓଡ଼ିଆ ଠିକାସଂସ୍ଥା ଜରିଆରେ ୩,୨୮୮ ଶ୍ରମିକ ଏବଂ ୪୦୫ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ଏସବୁୁ ୮୮% ଶ୍ରମିକ ଓଡ଼ିଶାର ବୋଲି ଦାବି କରାଯାଇଛି। ସେହିପର ଓଡ଼ିଶାର ୪୧% ସୁପରଭାଇଜର ଏବଂ ମ୍ୟାନେଜରିଆଲ କର୍ମଚାରୀ ରହିଥିବା କୁହାଯାଇଛି। କିନ୍ତୁ ସିନିୟର ଏକ୍‌ଜିକ୍ୟୁଟିଭ ପଦବୀରେ କେହି ଓଡ଼ିଶାର ନାହାନ୍ତି। ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଶ୍ରମିକ ଶ୍ରେଣୀର ୮୧% ଓଡ଼ିଶାର ରହିଥିବାବେଳେ ସୁପରଭାଇଜର ଓ ମ୍ୟାନେଜରିଆଲ କର୍ମଚାରୀ ମାତ୍ର ୩୮% ରହିଛନ୍ତି। ସିନିୟର ଏକ୍‌ଜିକ୍ୟୁଟିଭ ପଦବୀରେ ମାତ୍ର ୧୯% ରାଜ୍ୟର ନିଯୁକ୍ତି ପାଇଛନ୍ତି। ଅର୍ଥାତ ରାଜ୍ୟରେ ବୈଷୟିକ ଡିଗ୍ରୀଧାରୀ ଏବଂ ପରିଚାଳନାଗତ ଅଧିକାରୀ ପାଇଁ ଶିକ୍ଷିତ ଯୁବତୀଯୁବକଙ୍କ ଅଭାବ ରହିଛି ବୋଲି ଟାଟା ଷ୍ଟିଲ ଏଠାରେ ପ୍ରମାଣିତ କରୁଛି। ନିକଟରେ ରାଣ୍ଡଷ୍ଟାଡ ଇଣ୍ଡିଆ ଲିଃ, କେଇସି ଇଣ୍ଟରନ୍ୟାଶନାଲ, ଜାମସେଦପୁର ୟୁଟିଲିଟିଜ ଆଣ୍ଡ ସର୍ଭିସ କୋ, ଆଇଆର୍‌ଆଇଏସ୍‌ଇ ଇଣ୍ଡିଆ ପ୍ରା.ଲିଃ, ଅଟୋମେଶନ ଆଣ୍ଡ ଟେକ୍ନିକାଲ ସର୍ଭିସେସ୍‌, ଗେନନ୍‌ ଡଙ୍କରଲି ଆଣ୍ଡ କୋ ଲିଃ ଇତ୍ୟାଦି ୫୦ରୁ ଊର୍ଦ୍ଧ୍ୱ ଅଣଓଡ଼ିଆ ଠିକାସଂସ୍ଥାରୁ ନିୟମିତ ଦରମା ନ ମିଳିବା, ଜାଣିଶୁଣି ହଇରାଣ କରାଯିବା ଆଦି କାରଣରୁ ଶତାଧିକ ଶ୍ରମିକ ଓ କର୍ମଚାରୀ ଚାକିରି ଛାଡ଼ିଥିବା ଅଭିଯୋଗ ହେଉଛି। ଏପରିକି ଉପତ୍ାଦିତ ସାମଗ୍ରୀ ବାହାରକୁ ଚାଲାଣ ଦାୟିତ୍ୱରେ ରହିଥିବା କେତେକ ଠିକାସଂସ୍ଥା ଅଧିକାରୀମାନେ ଓଜନରେ ଜାଲିଆତି କରି ବିପୁଳ ପରିମାଣର ଆର୍ଥିକ ଅନିୟମିତତା କରୁଥିବା ଚର୍ଚ୍ଚା ହେଉଛି। ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିଃରେ ୪୫ ଓଡ଼ିଆ ଠିକାସଂସ୍ଥା ଏବଂ ୧୦୯ ଅଣଓଡିଆ ଠିକାସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଛି। ଏଠାରେ ଓଡ଼ିଶାର ଶ୍ରମିକ ଶ୍ରେଣୀର ୮୫.୦୬%, ସୁପରଭାଇଜର/ମ୍ୟାନେଜରିଆଲ ୬୩.୬୪% ଏବଂ ସିନିୟର ଏକ୍‌ଜିକ୍ୟୁଟିଭ ୬୬% ରହିଛନ୍ତି। ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାର ଶ୍ରମିକ ଶ୍ରେଣୀର ୯୮%, ସୁପରଭାଇଜର/ମ୍ୟାନେଜରିଆଲ ୫୯.୨୮% ଏବଂ ସିନିୟର ଏକ୍‌ଜିକ୍ୟୁଟିଭ ପଦବୀରେ ୪୫ ପ୍ରତିଶତ ଓଡ଼ିଶାର ନିଯୁକ୍ତି ପାଇଛନ୍ତି।
ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ଶ୍ରମିକମାନଙ୍କୁ ନିଯୁକ୍ତି ଦିଆଯାଇ ବିଭିନ୍ନ ସମୟରେ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ସେହିପରି ଚାକିରିକୁ ନେଇ ବହୁ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଦୀର୍ଘଦିନରୁ ବିଭିନ୍ନ ସ୍ତରରେ ଅଭିଯୋଗ, ପ୍ରତିକ୍ରିୟା, ଆଲୋଚନା ହୋଇ ଆସିଛି। ମାତ୍ର ଏହାର ବିଧିବଦ୍ଧ ତଦନ୍ତ ପାଇଁ କେହି ତତ୍ପରତା ପ୍ରକାଶ କରିନାହାନ୍ତି। ପ୍ରକୃତପକ୍ଷେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକେ ଉପକୃତ ହୋଇ ନ ଥିବାବେଳେ ବହୁ ସରକାରୀ ଅଧିକାରୀ, ନେତା, ପ୍ରଭାବଶାଳୀଙ୍କ ସମ୍ପର୍କୀୟ ଚାକିରି ହାତେଇଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ରଶାସନ ସଦାସର୍ବଦା ତପତ୍ରତା ପ୍ରକାଶ କରୁଛି। ଏଥିପାଇଁ କମ୍ପାନୀଗୁଡ଼ିକୁ ବିଭିନ୍ନ ସମୟରେ ତାଗିଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?