ଶ୍ରମିକ ନିଯୁକ୍ତିରେ ସନ୍ତୁଷ୍ଟି
ଯାଜପୁର ଅଫିସ,୨୦।୧୦:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଶାୟୀଙ୍କୁ ଠିକା ଶ୍ରମିକ ନିଯୁକ୍ତି ଦେଇ ସନ୍ତୁଷ୍ଟ କରାଯାଉଛି। ଏହି ପ୍ରକ୍ରିୟାରେ ୩୬୪ ଅଣଓଡ଼ିଆ ଏବଂ ୧୮୪ ଓଡ଼ିଆ ଠିକାସଂସ୍ଥା ବିପୁଳ ପରିମାଣରେ ଲାଭବାନ ହେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ…
କଇଁଫୁଲ ତୋଳିବାକୁ ଯାଇ…
ଝୁମ୍ପୁରୀ,୧୮ା୧୦(ଡି.ଏନ.ଏ.): ସୋମବାର ବୈତରଣୀ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛିା ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମୃତକ ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ ଡୋଭାବିଲ ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପୁଅ ବିଭୂତି ଭୂଷଣ(୧୨),…
କାଜୁ ଜଙ୍ଗଲରୁ ମୋରମ ଚାଲାଣ
କଳିଙ୍ଗନଗର,୧୮ା୧୦(ଡି.ଏନ.ଏ.): ଯାଜପୁର ଜିଲା ଦାନଗଦି ତହସିଲ ମାନତୀରା ରାଜସ୍ବ ସର୍କଲ ଅଞ୍ଚଳର ଏକ କାଜୁ ଜଙ୍ଗଲରୁ ଗତ ଏକ ସପ୍ତାହ ଧରି ମୋରମ ଚାଲାଣ ଜାରି ରହିଛି। ଏକ ଗୋଷ୍ଠି ପ୍ରଶାସନକୁ କରାୟତ କରି ଲୁଟ ଚଳାଇ ଥିବା ବେଳେ ସ୍ଥାନୀୟ…
ପାଣି ଆଶା: ମିଳୁଛି ଦୁର୍ଦ୍ଦଶା
ଯାଜପୁର ଅଫିସ,୧୮ା୧୦: ପାନୀୟ ଜଳ ପାଇଁ ଘୋର ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ କଥା ଭାବିଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ସିହା ଏବଂ କୋରେଇ ବ୍ଲକ ବଡ଼ଅନ୍ଧାରୀ ଗ୍ରାମକୁ ଉଦାହରଣ ଭାବେ ନିଆଯାଇପାରେ। ସିହା ଗ୍ରାମର ଅଧିବାସୀ ଖରାଦିନେ ଭୋଗୁଥିବା ପାନୀୟ…
ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ
ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଇଣ୍ଟରନେଟ୍ ସେବା ଅଚଳ ହୋଇପଡ଼ିଥିବାରୁ ଗ୍ରାହକ ଅତ୍ୟାବଶ୍ୟକ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଅନ୍ୟପକ୍ଷରେ ରସୁଲପୁର…
କ୍ଷତିପୂରଣ ମିଳୁନି: ଅଧାରେ ଏନ୍ଏଚ୍ କାମ
ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍ଏଚ୍) ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ,…
ଅବହେଳା ଜୀବନ ନେଉଛି
ଯାଜପୁର ଅଫିସ,୧୧।୧୦: ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶାର ର଼୍ୟାଙ୍କ ୧୬ରୁ ୧୨କୁ ବୃଦ୍ଧି ଘଟିଛି, ଯାହାକି ଏକ ଚିନ୍ତାର ବିଷୟ ହୋଇଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଛି।…
ମରାମତି ଅବଧି ସରିନି, କ୍ଷୟକ୍ଷତି ଦର୍ଶାଇଲା ବିଭାଗ
ଚଣ୍ଡିଖୋଲ,୮।୧୦(ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଚଣ୍ଡିଖୋଲ ଉପଖଣ୍ଡର ବାଲିଚନ୍ଦ୍ରପୁର-ଦେକୁରି ରାସ୍ତାକୁ ନେଇ ବିବାଦ ଥମୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ କରାଯାଇଥିବା ଏହି ରାସ୍ତାର ନିର୍ମାଣ ସମୟରେ ୩୦୦ ମିଟର ଗାଡ୍ୱାଲ ଭୁଶୁଡ଼ି ପଡ଼ିଥିଲା। ନିର୍ମାଣ ଶେଷ ହେବାର…
ବିସ୍ଫୋରକ ବ୍ୟବସାୟ ପ୍ରତି ଅନୁକମ୍ପା
ଯାଜପୁର ଅଫିସ,୮।୧୦: ଦୁଇ ଦଶନ୍ଧି ହେଲା ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳ ବାରୁଦ ଗଦାରେ ପରିଣତ ହୋଇଛି। ଦିନରାତି ବିସ୍ଫୋରକ ଡିଟୋନେଟର ବ୍ଲାଷ୍ଟିଂ ଚାଲି ଆସୁଛି। ଏହି ବେଆଇନ କାର୍ଯ୍ୟକଳାପରେ ସ୍ଥାନୀୟ ପଥର ମାଫିଆ, କେତେଜଣ ରାଜନେତା, ତହସିଲ ଓ…
ମୈଥାନ କାରଖାନାରେ ଶ୍ରମିକ ଆନ୍ଦୋଳନ
କଳିଙ୍ଗନଗର,୭।୧୦(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୈଥାନ କାରଖାନାରେ ଗତ ମଙ୍ଗଳବାରଠାରୁ ଶ୍ରମିକ ଆନ୍ଦୋଳନ ଜାରି ରହିଛି । ଦରମା ପ୍ରଦାନରେ ତାରତମ୍ୟ ରହୁଥିବା ଅଭିଯୋଗ କରି ଶ୍ରମିକମାନେ କାମ ବନ୍ଦ ରଖିଛନ୍ତି । ଆନ୍ଦୋଳନ କାରଣରୁ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବୁଧବାର…
୨.୨୧ କୋଟିର ଚାଉଳ ଆତ୍ମସାତ୍
ଯାଜପୁର ଅଫିସ,୭।୧୦:ରାଜ୍ୟର ଯାଜପୁର ଜିଲା ସମେତ ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ ୪୬ ହଜାର ୯୪୮ ଟଙ୍କାର ସରକାରୀ ଚାଉଳ ଆତ୍ମସାତ୍ କରିଛନ୍ତି। ସ୍ବତନ୍ତ୍ର ଅଡିଟ୍ ରିପୋର୍ଟରେ…
ପୋତାଯାଇଥିବା ବିପୁଳ ବିସ୍ଫୋରକ ଜବତ
ଚଢ଼େଇଧରା,୭।୧୦(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଗଙ୍ଗେଇଡୁବୁରୀ(ଲୁଣିବେର) କଳାପଥର ଖଣିଠାରୁ କିଛି ଦୂରରେ ପୋତା ଯାଇଥିବା ବିପୁଳ ବିସ୍ଫୋରକକୁ ବୁଧବାର ରାତିରେ ଜବତ କରାଯାଇଛି। ଏକ ପଡ଼ିଆରେ ବିସ୍ଫୋରକ ପୋତା ଯାଇଥିବା ଖବର ପାଇ ଜେନାପୁର ଥାନାଧିକାରୀ ଶ୍ରବଣ କୁମାର…
Archives


