ସ୍ଲରି ପାଇପ୍‌ ଲାଇନ୍‌ ପାଇଁ ଜଳକର

ଯାଜପୁର ଅଫିସ,୨୨।୧୦: ସ୍ଲରି ପାଇପ୍‌ ଲାଇନ୍‌ରେ ଖଣିଜ ପଦାର୍ଥ ପରିବହନ କରୁଥିବା କମ୍ପାନୀଗୁଡ଼ିକ ଉପରେ ଜଳକର କେତେ ନିର୍ଦ୍ଧାରଣ ହେବ ସେନେଇ ପ୍ରସ୍ତାବ ଦେବାକୁ ଶିଳ୍ପ ବିଭାଗ ସମେତ ଷ୍ଟିଲ ଓ ଖଣି ବିଭାଗର ଅତିରିକ୍ତ ସଚିବଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଏସ୍‌.କେ. ପଣ୍ଡା ନିର୍ଦ୍ଦେଶ ଜାରି କରିଛନ୍ତି। ସଚିବ ପଣ୍ଡା ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି, ୧୩ା୯ା୨୦୨୧ରେ ଅନୁଷ୍ଠିତ ବୈଠକରେ ସ୍ଲରିପାଇପ୍‌ ଲାଇନ୍‌ରେ ଖଣିଜ ପଦାର୍ଥ ପରିବହନ ସଂକ୍ରାନ୍ତରେ ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ ହୋଇଥିଲା। ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଜଳକର ପରିମାଣ ନିର୍ଦ୍ଧାରଣ ହେବ। ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଗାମୀ ବୈଠକରେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଗତ ବୈଠକରେ ଖଣି ଖାଦାନଠାରୁ ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଲରି ପାଇପ୍‌ ଲାଇନ୍‌ ବିଛାଯିବ ଏବଂ ଏଥିରେ ଖଣିଜ ପଦାର୍ଥ ଅଲଗା କରିବା ପରେ ପାଣିକୁ ଫେରାଇ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି।
ସହଜ ଏବଂ କମ୍‌ ଖର୍ଚ୍ଚରେ ଖଣିଜ ପଦାର୍ଥ ପରିବହନ କରିବାକୁ ଶିଳ୍ପ କମ୍ପାନୀଗୁଡ଼ିକ ଏବେ ସ୍ଲରିପାଇପ୍‌ ଲାଇନ ବିଛାଇବାକୁ ଲମ୍ବାଧାଡିରେ ରହିଛନ୍ତି। ଜଳସମ୍ପଦ ବିଭାଗର ତଥ୍ୟ ଅନୁଯାୟୀ ସ୍ଲରିପାଇପ୍‌ ଲାଇନରେ ରାସ୍ତା ପରିବହନଠାରୁ ୮୦ ପ୍ରତିଶତ ଏବଂ ରେଳ ପରିବହନଠାରୁ ୫୦ ପ୍ରତିଶତ କମ୍‌ ଖର୍ଚ୍ଚ ହେଉଛି। ଏହାସହ ସ୍ବଚ୍ଛ ପରିବେଶ ଏବଂ ଟ୍ରାଫିକ ସମସ୍ୟା ରହୁ ନାହିଁ। ୯ା୧୦ା୨୦୨୦ରେ ୯୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲୁସିଏ) ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ସ୍ଲରି ପାଇପ୍‌ଲାଇନରେ ବ୍ୟବହାର ହେଉଥିବା ଜଳ ଉପରେ ରାଜସ୍ବ ଆଦାୟ କରିବାକୁ ନୀତି ନିର୍ଦ୍ଧାରଣ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା। ଏହାସହ ଜଳସମ୍ପଦ ବିଭାଗ, ଶିଳ୍ପ ବିଭାଗର ଇପିକଲ ଓ ଇଡ୍‌କୋ ଏବଂ ପୂର୍ତ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ଆନ୍ତଃବିଭାଗ କମିଟି ଗଠନ ହୋଇଥିଲା। ଏହି କମିଟି ଜରିଆରେ ସ୍ଲରି ପାଇପ୍‌ଲାଇନ ପ୍ରକଳ୍ପଗୁଡିକୁ ଜଳ ବଣ୍ଟନ କରିବାକୁ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଛି। ଏଥିରେ ଓଡ଼ିଶା ଇରିଗେଶନ ଆକ୍ଟ ୧୯୫୯, ଓଡ଼ିଶା ଇରିଗେଶନ ରୁଲସ୍‌ ୧୯୬୧ ଏବଂ ଷ୍ଟେଟ ୱାଟର ପଲିସି ଅନୁସାରେ ପାଣି ବ୍ୟବହାର ହେବ। ସ୍ଲରିପାଇପ୍‌ ଲାଇନ ପ୍ରକଳ୍ପକୁ ମଞ୍ଜୁର କରିବା ପୂର୍ବରୁ ନଦୀନାଳ ଉତ୍ସର ଜଳ ପରିମାଣକୁ ଅବଲୋକନ କରାଯିବ। ସମ୍ପୃକ୍ତ କମ୍ପାନୀ ଜଳଭଣ୍ଡାର ନିର୍ମାଣ ଏବଂ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର (ଆଇଏସ୍‌ଏସ୍‌)କୁ ପ୍ରୋତ୍ସାହନ କରିବ। ସ୍ଲରି ପାଇପ୍‌ ଲାଇନର ଜଳକୁ ବିଶୋଧନ କରି ପୁନଃ ବ୍ୟବହାର କରିବ। ସ୍ଲରି ପାଇପ୍‌ ଲାଇନଠାରୁ ଖଣିଜ ପଦାର୍ଥ ଅଲଗା କରିବା ପରେ ପାଣିକୁ ଫେରାଇବାକୁ ଦ୍ୱିତୀୟ ପାଇପ୍‌ ଲାଇନ୍‌ ବିଛାଇବା ଆଦି ବ୍ୟବସ୍ଥା କରିବାକୁ ଗାଇଡ୍‌ଲାଇନରେ ଉଲ୍ଲେଖ କରାଯାଇଛି। ତେବେ ଏଥିଯୋଗୁ କର୍ମନିଯୁକ୍ତି ହ୍ରାସ ପାଇବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ଓ ଇପିକଲ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା।ଏସାର ମିନମେଣ୍ଟ ଲିମିଟେଡ୍‌ କେନ୍ଦୁଝର ଓ ପାରାଦୀପଠାରେ ବାର୍ଷିକ ୧୪ ମେଟ୍ରିକ୍ ଲେଖାଏ ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରିବାକୁ ଆବେଦନ କରିଛି। ଏଥିପାଇଁ ୬,୬୫୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। କେତେକାଂଶରେ ପାଇପ୍‌ ବିଛା କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି। ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ସଂପ୍ରସାରଣ ସହ ଅନୁଗୋଳକୁ ବାର୍ଷିକ ୩୬ ମେଟ୍ରିକ ଟନ୍‌ ସ୍ଲରି ପାଇପ୍‌ ଲାଇନ ଦୁଇଟି ପର୍ଯ୍ୟାୟରେ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛି। ଏଥିପାଇଁ ୭୬,୦୧୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ତ୍ରିବେଣୀ ଆର୍ଥମୁଭର୍ସ ପ୍ରା.ଲି. କେନ୍ଦୁଝର ଜିଲାର ବଡ଼ବିଲ, ଦେଓଝର ନିକଟରୁ ଜଗତସିଂହପୁର ଜିଲା ପାରାଦୀପ ନିକଟସ୍ଥ ଭିତରଗଡ଼କୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ସ୍ଲରିପାଇପ୍‌ ଲାଇନ ବିଛାଇବାକୁ ଆବେଦନ କରିଛି। ଏହି ସ୍ଲରି ପାଇପ୍‌ ଲାଇନର ଦୂରତା ୨୯୮ କିମି ଏବଂ ୯୪୮.୯୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଜେଏସ୍‌ଡବ୍ଲ୍ୟୁ କେନ୍ଦୁଝର ଜିଲା ସାରଦା ମାଇନ୍ସରୁ ପାରାଦୀପ ପର୍ଯ୍ୟନ୍ତ ବାର୍ଷିକ ୩୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏକ ସ୍ଲରି ପାଇପ୍‌ ସ୍ଥାପନ କରିବ। ପୂର୍ବରୁ ବିଆରପିଏଲର କେନ୍ଦୁଝର ଜିଲା ବଡ଼ବିଲଠାରୁ କଳିଙ୍ଗନଗର ମଧ୍ୟରେ ୨୨୦ କିଲୋମିଟର ଦୀର୍ଘ ଲୌହ ସ୍ଲରି ସ୍ଥାନାନ୍ତରଣ ପାଇପ୍‌ ଲାଇନ କାର୍ଯ୍ୟକାରୀ ହେଉଛି। ତେବେ ଏହାର ଦ୍ୱିତୀୟ ପାଇପ୍‌ ଲାଇନ ନ ଥିବାରୁ ଜଳ ପ୍ରଦୂଷଣ ଉପରେ ଏନ୍‌ଜିଟିରେ ମାମଲା ବିଚାରାଧୀନ ରହିଛି। ଏହି ସବୁ ସ୍ଲରି ପାଇପ୍‌ ଲାଇନରେ ଲୁହାପଥର ପରିବହନ ପାଇଁ ପ୍ରାୟ ୧୦୦ କ୍ୟୁସେକରୁ ଊର୍ଦ୍ଧ୍ୱ ନଦୀଜଳ ବ୍ୟବହାର କରାଯିବ। ଅଧିକାଂଶ ପାଣି ବୈତରଣୀ ନଦୀରୁ ବ୍ୟବହାର ହେବ ବୋଲି ଜଣାପଡିଛି। ବଡ଼ବିଲ, ରିମୁଳି, କେନ୍ଦୁଝର, ଆନନ୍ଦପୁର, ଯାଜପୁରରୋଡ, କଳିଙ୍ଗନଗର, ପାଣିକୋଇଲି, ଚଣ୍ଡିଖୋଲ ଦେଇ ପାରାଦୀପକୁ ପାଇପ ବିଛା ହେବ ବୋଲି ପ୍ରସ୍ତାବ ରହିଛି। ଅନ୍ୟପକ୍ଷେ ବଡବିଲ ଅଞ୍ଚଳରୁ ପାରାଦୀପ ଯାଏ ବ୍ରାହ୍ମଣୀ, ବୈତରଣୀ, ଗେଙ୍ଗୁଟି, ବିରୂପା, ଗୋବରୀ, ଲୁଣା, ଚିତ୍ରୋପତ୍ଳା, ମହାନଦୀ ଆଦି ନଦୀ ସହ ୫୦ରୁ ଊର୍ଦ୍ଧ୍ୱ ନାଳଦେଇ ଏହି ପ୍ରକଳ୍ପ ଯାଉଥିବାରୁ ଜୈବବିବିଧତା ପ୍ରତି ବିପଦ ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?