ଜଗତ୍‌ସିଂହପୁର

ସରୁନି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ: ଯାତାୟାତରେ ଅସୁବିଧା

ନାଉଗାଁ,୩୦ା୬ (ସୁଧା ବେହୁରା): ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା...

ପ୍ରଶାସନ, ନେତାଙ୍କୁ ଅଭିଯୋଗ ଭୟ ଘାରୁଛି

ଜଗତ୍‌ସିଂହପୁର,୨୯।୬(ପ୍ରମୋଦ କୁମାର ନାୟକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗୁରୁବାରଠାରୁ ୨ ଦିନିଆ ଜଗତ୍‌ସିଂହପୁର ଗସ୍ତକୁ ନେଇ ସାରା ଜିଲାରେ ପ୍ରଶାସନିକ ବ୍ୟବସ୍ଥା ଚଳଚଞ୍ଚଳ ହୋଇଉଠିଛି। ପାଣ୍ଡିଆନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଭୟ ପ୍ରଶାସନ...

ବିଜୁ ମେମୋରିଆଲ ହସ୍ପିଟାଲ: ୧୦ ପଦବୀରୁ ୮ ଖାଲି

ପାରାଦୀପ,୨୭।୬(ଶରତ ରାଉତ): ପାରାଦୀପ ଶିଳ୍ପାଞ୍ଚଳର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲରେ ଏବେ ଡାକ୍ତର ଅଭାବ। ସମୁଦାୟ ୧୦ ଡାକ୍ତର ପଦବୀ ମଧ୍ୟରୁ ୮ଟି ଖାଲି ପଡ଼ିଛି। ଏଭଳି ସମୟରେ ଜଗତ୍‌ସିଂହପୁର ଜିଲା ପାଇଁ ଚଳିତ ସପ୍ତାହରେ...

ଆଜ୍‌ବେଷ୍ଟସ୍‌ର ପତ୍ତା ମିଳୁନି: ବର୍ଷାରେ ଭିଜୁଛି କବାଟ ଝରକା

ରଘୁନାଥପୁର,୨୭।୬ (ରାଜେନ୍ଦ୍ର ନାରାୟଣ ସିଂହ): ୫-ଟି ସଚିବ ଭି.କେ ପାଣିଆନ ଆସନ୍ତା ଜୁନ ୨୯ ଓ ୩୦ରେ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିବା ରଘୁନାଥପୁର ଗୋଷ୍ଠିସ୍ବାସ୍ଥ୍ୟ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ତ୍ରୁଟି

କୁଜଙ୍ଗ,୨୭ା୬(ମନୋଜ ପ୍ରଧାନ): ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ସ୍ବାଧୀନତା ସଂଗ୍ରାମ ଉପରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇଥିବା ନେଇ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେଥିରେ ସେ...

କାଦୁଅରେ ରାସ୍ତା ପରିପୂର୍ଣ୍ଣ: ଯାତାୟାତ ବାଧାପ୍ରାପ୍ତ

ନାଉଗାଁ,୨୬ା୬ (ସୁଧା ବେହୁରା): ନାଉଗାଁ  ବ୍ଲକ ନରଣପୁର-ଚକୁଳିପଡ଼ା, ଦେଓପଡ଼ା-ତିରୁଣା, ନାଉଗାଁ -ଡାବରକୁ ସଂଯୋଗୀକରଣ ରାସ୍ତା ରହିଛି। ଏହି ରାସ୍ତାଗୁଡିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାସ୍ତା ତଦାରଖ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତ୍‌ସିଂହପୁର ଅଧୀନରେ ରହିଛି। ଚଳିତ...

ଅର୍ଦ୍ଧଭଗ୍ନ ଅବସ୍ଥାରେ ରାଜ୍ୟର ପ୍ରଥମ ଡପ୍‌ଲର ରାଡାର କେନ୍ଦ୍ର

ପାରାଦୀପ,୨୬।୬(ଶରତ ରାଉତ): ଓଡ଼ିଶାର ପ୍ରଥମ ଡପ୍‌ଲର ରାଡାର ଘର ଏବେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ପ୍ରାୟ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ନିର୍ମାଣ ହୋଇଥିବା ୩୯ ମିଟର ଉଚ୍ଚତା ବିଶିଷ୍ଟ ଏହି ୭ ମହଲା ଘର ଏବେ ମଳିନ...

କାୟା ବିସ୍ତାର କରୁଛି ବେଆଇନ ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର,୨୫।୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସଦର ମହକୁମା ସମେତ ସମଗ୍ର ଜିଲାରେ ମାଦକଦ୍ରବ୍ୟ କାରବାର ଚିନ୍ତାର କାରଣ ପାଲଟିଛି । ଚୋରା ମଦ ଓ ବ୍ରାଉନସୁଗାର ର଼୍ୟାକେଟ୍‌ ଯେଉଁଭଳି ଭାବରେ କାୟା ବିସ୍ତାର କରି ଚାଲିଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ...

୫- ଟି ସଚିବଙ୍କ ଗସ୍ତ ପୂର୍ବରୁ ରାସ୍ତାରେ ଚାଲିଛି ତାଳିପକା

କୁଜଙ୍ଗ,୨୫।୬(ମନୋଜ ପ୍ରଧାନ)କୁଜଙ୍ଗର ଜୀବନ ରେଖା କୁହାଯାଉଥିବା ୬ କି.ମି. ବିଶିଷ୍ଟ କୁଜଙ୍ଗ-ଚଟୁଆ ରାସ୍ତା ୨୦୧୮ରୁ ଖାଲଖମାରେ ଭରି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଖଣି ଖାଦାନ ରାସ୍ତାଠାରୁ ଅଧିକ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏନେଇ ବାରମ୍ବାର...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଟଙ୍କା ହଡ଼ପ ଅଭିଯୋଗ

ବାଲିକୁଦା,୨୪ା୬ (ତାପସ ସ୍ବାଇଁ): ବାଲିକୁଦା ବ୍ଲକର ବୋରିକିନା ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ସରପଞ୍ଚ ସାଧୁଚରଣ ସାହୁ କିଛିଦିନ ପୂର୍ବେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ...

୫ ମାସରେ ୧୧୨ ଦୁର୍ଘଟଣା: ୪୩ ମୃତ, ୫୮ ଗୁରୁତର

ଜଗତ୍‌ସିଂହପୁର,୨୩ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଗାଡି ଚାଳକମାନଙ୍କ ମନମୁଖି ଓ ଦ୍ରୁତ ଗାଡି ଚାଳନା ଚିନ୍ତାର କାରଣ ପାଲଟିଛି। କାରଣ ଗତ ଜାନୁୟାରୀରୁ ମେ ମାସ ମଧ୍ୟରେ ଜିଲାରେ ୧୧୨ଟି ଦୁର୍ଘଟଣା ଘଟିଥିବା ବେଳେ ୪୩ ଜଣଙ୍କର ମୃତ୍ୟୁ...

ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣରେ ବିଳମ୍ବ

ଜଗତ୍‌ସିଂହପୁର,୨୨ା୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୧ ବର୍ଷ ପୂର୍ବରୁ ଚିନ୍ତା କରାଯାଇଥିଲା । ସେତେବେଳେ ଏହି ଖବର ସାଧାରଣରେ ଖୁସି ଭରି ଦେଇଥିଲା। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଗଧାରୀ ନିକଟରେ ସ୍ଥାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri