ଗଣତନ୍ତ୍ରର ୩ ସ୍ତମ୍ଭକୁ ଧରି ରଖିଛି ଗଣମାଧ୍ୟମ

ଜଗତ୍‌ସିଂହପୁର, ୨୬।୭ (ପ୍ରମୋଦ କୁମାର ନାୟକ )
ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଆମେ ଜାଣିଛନ୍ତି, କିନ୍ତୁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଛି। ଏହା ଆଜିର ସମାଜରେ ସବୁଠାରୁ ମୁଖ୍ୟ ତତ୍ତ୍ବ। ଆମେ ଯେତେବେଳେ ଶିବଙ୍କ ପାଖରେ ବେଲପତ୍ର ଅର୍ପଣ କରୁଛୁ, ସେତେବେଳେ ଗୋଟିଏ ତ୍ରିଶାଖା ବେଲପତ୍ରର ଆବଶ୍ୟକତା ଅଧିକ ମନେହୁଏ। ଗଣତନ୍ତ୍ରରେ ଏହି ତ୍ରିଶାଖା ବେଲ ପତ୍ର ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଆଉ ଚତୁର୍ଥ ସ୍ତମ୍ଭ ଅର୍ଥାତ୍‌ ଗଣମାଧ୍ୟମ ହେଉଛି ଏହି ୩ ପତ୍ରକୁ ଧରି ରଖିଥିବା ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ୍‌ ଡେମ୍ଫ। ସମାଜକୁ ସୁଧାରିବା କ୍ଷେତ୍ରରେ ଏହାର ବହୁତ ଦାୟିତ୍ୱ ରହିଛି। ମଙ୍ଗଳବାର ପାରାଦୀପସ୍ଥିତ ପାରାଦୀପ ମହାବିଦ୍ୟାଳୟ ପରିସରରେ ଧରିତ୍ରୀ ପକ୍ଷରୁ ଏହାର ୫୦ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ ‘ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସସ୍ମିତା ଶତପଥୀ ଏହା କହିଛନ୍ତି। ପ୍ରତ୍ୟେକସ୍ତରରେ ଦୁର୍ନୀତି ହେଉଛି। ଏ ପରିସ୍ଥିତିରେ ଦୁର୍ନୀତିରୁ ଆମେ କିପରି ମୁକ୍ତି ପାଇବା ସେନେଇ ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ମହତ୍‌ ଲକ୍ଷ୍ୟ ରଖି ପରମାଣୁ ଶକ୍ତି ଆବିଷ୍କାର ହୋଇଥିଲା। ଏହି ଶକ୍ତିରୁ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପୂରଣ ହୋଇପାରୁଛି। କିନ୍ତୁ ପରମାଣୁ ଶକ୍ତିରୁ ଅଣୁ ଓ ପରମାଣୁ ବୋମା ମଧ୍ୟ ପ୍ରସ୍ତୁତ ହେଉଛି, ଯାହା ଖୁବ କମ୍‌ସମୟ ମଧ୍ୟରେ ପୃଥିବୀରେ ବିଭୀଷିକା ସୃଷ୍ଟି କରିପାରିବ। ତେଣୁ ଯୁବପିଢ଼ି ବାସ୍ତବରେ ପରମାଣୁ ଶକ୍ତିରୁ ବିଦ୍ୟୁତ ଭଳି ସକାରାତ୍ମକ ଦିଗକୁ ଗ୍ରହଣ କରିବେ କି ବୋମା ତିଆରି ଆଡ଼କୁ ଯିବେ, ତାହା ବିଚାର କରିବାର ସମୟ ଆସିଛି। ଶକ୍ତିର ବାସ୍ତବ ଉତ୍ସକୁ ଗ୍ରହଣ କରି ଏହାର ସୁପରିଚାଳନା କରିବା ଯୁବ ସମାଜର ଦାୟିତ୍ୱ। ଛାତ୍ର ଜୀବନରେ ଶୃଙ୍ଖଳା ବଡ଼ ପୁଞ୍ଜି। ଅହରହ ସକାରାତ୍ମକ ଚିନ୍ତା ରଖି କର୍ତ୍ତବ୍ୟ କରିଚାଲିଲେ ଲକ୍ଷ୍ୟ ପୂରଣ ହେବ। ଏନେଇ ଯୁବଗୋଷ୍ଠୀ ଗଣମାଧ୍ୟମର ଠିକ୍‌ ଉପଯୋଗ କରିବା ଦରକାର। ଗଣତନ୍ତ୍ରର ଚାରୋଟି ଯାକ ସ୍ତମ୍ଭକୁ ମଜଭୁତ କରିବା ଜରୁରୀ ବୋଲି ଅଧ୍ୟକ୍ଷା ଶତପଥୀ କହିଥିଲେ। ଅନ୍ୟତମ ଅତିଥି ତଥା ପାରାଦୀପ ପୌରାଧ୍ୟକ୍ଷ ତଥା ମୋ କଲେଜ ଅଭିଯାନ ସଭ୍ୟ ବସନ୍ତ ବିଶ୍ୱାଳ ଧରିତ୍ରୀର ଅଭିଯାନକୁ ସାଧୁବାଦ ଜଣାଇଥିଲେ। ସେ କହିଥିଲେ, ‘ଧରିତ୍ରୀ’ ତା’ର ପ୍ରତିଷ୍ଠା ବଜାୟ ରଖିପାରିଛି। ସାଧାରଣ ଜନତାଙ୍କ ସ୍ବର ସରକାରଙ୍କ ପାଖରେ ପହଞ୍ଚାଇପାରୁଛି। ନ୍ୟାୟରୁ ବଞ୍ଚତ୍ତ ଲୋକଙ୍କ ପାଇଁ ଅହରହ ଚେଷ୍ଟା ଜାରି ରଖିଛି। ଗଣମାଧ୍ୟମର ମୌଳିକତା ଅର୍ଥାତ୍‌ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ଖବର ପରିବେଷଣ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଛି। ଏହି ଅବସରରେ ସେ ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ସୁଶାସନ ଦେବା ଲୋକ ପ୍ରତିନିଧିଙ୍କ ଦାୟିତ୍ୱ। ଏଥିରୁ ବିଚ୍ୟୁତି ହେଲେ କିମ୍ବା ଶାସକ ସ୍ବେଚ୍ଛାଚାରୀ ହେଲେ, ତା’ଉପରେ ଅଙ୍କୁଶ ଲଗାଇବା ପାଇଁ ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି। ଶାସକଙ୍କୁ ତାଙ୍କ ପୂର୍ବ କଥା ମନେପକାଇ ସତର୍କ କରେଇ ଦେବା ପାଇଁ ଗଣମାଧ୍ୟମ ଚେଷ୍ଟିତ ରହୁଛି ବୋଲି ବିଶ୍ୱାଳ କହିଥିଲେ। ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ବୈଜ୍ଞାନିକ ଅନ୍ବେଷା ପଣ୍ଡା କହିଥିଲେ, ଯୁବପିଢ଼ିଙ୍କ ପାଖରେ ପ୍ରସଙ୍ଗର ଗମ୍ଭୀରତା ବୁଝିବା ଶକ୍ତି ଅଛି। କେବଳ ସେମାନେ ଏହାର ବିନିଯୋଗ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହି ସେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପ୍ରୋତ୍ସାହିତ କରିଥିଲେ। ଅନ୍ୟତମ ବିଚାରକ ତଥା ପାରାଦୀପ ଏନ୍‌ଏସସି ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ରୋହିତ ମହାପାତ୍ର କହିଥିଲେ, ନିର୍ଭୀକ, ସତ୍ୟ, ନିରପେକ୍ଷ ଏବଂ ତଥ୍ୟଭିତ୍ତିକ ଖବରର ଆବଶ୍ୟକତା ସବୁବେଳେ ରହିଛି। ଯୁବପିଢ଼ି ଆଧୁନିକତାର ଦ୍ୱାହି ଦେଇ ପଥଭ୍ରଷ୍ଟ, ନୀତିଭ୍ରଷ୍ଟ ହେଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ତେଣୁ ସମାଜ ତଥା ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଯେତିକି ଭୂମିକା ରହିଛି, ଯୁବ ସମାଜର ମଧ୍ୟ ଅନୁରୂପ ଭୂମିକା ଥିବା ସେ କହିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା କେତେଜଣ ଛାତ୍ରୀଛାତ୍ର ସମ୍ପ୍ରତି ସମାଜରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ କେତୋଟି ଗଣମାଧ୍ୟମ ସାଧାରଣ ଲୋକଙ୍କ ମୂଲ୍ୟହୀନ ମନ୍ତବ୍ୟ ଓ ସମ୍ପାଦକମାନଙ୍କର ତ୍ରୁଟିପୂର୍ଣ୍ଣ ଖବର ପରିବେଶ ଉପରେ କୁପ୍ରଭାବ ପକାଉଥିବା ଯୁକ୍ତି ଉପସ୍ଥାପନ କରିଥିଲେ । ଯୁବ ସମାଜକୁ ଦିଶା ଦେଖାଇବା କ୍ଷେତ୍ରରେ ଏହି ଗଣମାଧ୍ୟମ ଦିଗହରା ହୋଇ ପଡିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରତିଯୋଗିତାରେ ୧୦ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା ବେଳେ ଶିବ ପ୍ରସାଦ ମହାନ୍ତି ପ୍ରଥମ, ରଶ୍ମିତା ମଣ୍ଡଳ ଦ୍ୱିତୀୟ ଓ ଅଙ୍କିତା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମରେ ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ । ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପାରାଦୀପ ପ୍ରତିନିଧି ଶରତ କୁମାର ରାଉତ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧରିତ୍ରୀର ବରିଷ୍ଠ ସହ ସମ୍ପାଦକ ଅରୁଣପ୍ରସାଦ କାନୁନ୍‌ଗୋ, ସହ ସମ୍ପାଦକ ଅରବିନ୍ଦ ମହାନ୍ତି, ରାହାମା ଖବରଦାତା ଶ୍ରୀକାନ୍ତ ଦାସ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri