ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମ, ଯୁବପିଢ଼ିଙ୍କ ଭୂମିକା ସମାନ

ଜଗତ୍‌ସିଂହପୁର, ୧୯।୭(ପ୍ରମୋଦ କୁମାର ନାୟକ): ଭାରତ ହେଉଛି ବିଶ୍ୱର ଶ୍ରେଷ୍ଠ ଓ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏ ରାଷ୍ଟ୍ରରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସହ ଯୁବପିଢ଼ି ମଧ୍ୟ ସମାନ ଭୂମିକା ନିର୍ବାହ କରିବାର ଅଛି। ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହା ଉତ୍ତମ ଖବର ପରିବେଷଣ ସାଙ୍ଗକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥାଏ। ସମାଜର ଟିକିନିଖି ଖବର ପରିବେଷଣ କରିଥାଏ। ଗଣମାଧ୍ୟମ ଜରିଆରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଯୁବପିଢ଼ି ପ୍ରୟାସ ଜାରି ରଖିବା ଉଚିତ। ଗଣତନ୍ତ୍ରର ସୁରକ୍ଷା ସହ ତା’ର ସମୃଦ୍ଧି ପାଇଁ ଧରିତ୍ରୀ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ବାସ୍ତବିକ ପ୍ରଶଂସନୀୟ। ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ନାଉଗାଁ ହାଟସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଧରିତ୍ରୀର ୫୦ ବର୍ଷ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଚାଇନା ପ୍ରଧାନ ଏହା କହିଛନ୍ତି। ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନୂଆ ଦିଗ୍‌ଦର୍ଶନ ଦେଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଚାରକ ନିରଞ୍ଜନ ମହାନ୍ତି କହିଛନ୍ତି, ଧରିତ୍ରୀ ପକ୍ଷରୁ ଏଭଳି ବକ୍ତୃତା ପ୍ରତିଯୋଗିତା ଯୁବପିଢ଼ିଙ୍କୁ ସଚେତନ କରାଇବ। ଏହାଦ୍ୱାରା ଯୁବପିଢ଼ି ଗଣତନ୍ତ୍ରରେ ସେମାନଙ୍କ ଭୂମିକା ନିର୍ବାହ ପାଇଁ ପ୍ରେରିତ ହେବେ। ସୁସ୍ଥ ଓ ସଚେତନ ସମାଜ ଗଢ଼ିବାକୁ ହେଲେ ଖବରଦାତାଙ୍କୁ ସହଯୋଗ କରିବା ଆବଶ୍ୟକ। ପିଲାମାନେ ପଥଭ୍ରଷ୍ଟ ନ ହୋଇ ମା, ବାପାଙ୍କ ସ୍ବପ୍ନ ସାକାର ପାଇଁ ଚେଷ୍ଟିତ ହେବା ଦରକାର। ଏହା ହେଲେ ଯୁବପିଢ଼ି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଛନ୍ତି। ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ତଥା ବିଚାରକ ହିମାଂଶୁ କୁମାର ମହାନ୍ତି କହିଥିଲେ, ଧରିତ୍ରୀ ଏକ ନିର୍ଭିକ ଏବଂ ନିରପେକ୍ଷ ଓଡ଼ିଆ ଦୈନିକ ଖବରକାଗଜ। ଯୁବପିଢିଙ୍କ ମାଧ୍ୟମରେ ଧରିତ୍ରୀ ଯେଉଁ ପ୍ରୟାସ ଆରମ୍ଭ କରିଛି ତାହା ଅଭିବନ ଏବଂ ସୁଦୂରପ୍ରସାରୀ। ଏଭଳି ଅଭିଯାନ ନିଶ୍ଚିତ ଭାବେ ଦେଶକୁ ଆଗକୁ ନେବାରେ ସହାୟତା କରିବ। ତେଣୁ ପିଲାମାନେ ନିଜର ତଥା ଗଣତନ୍ତ୍ରର ସମୃଦ୍ଧି ପାଇଁ ଗଣମାଧ୍ୟମକୁ ଦେଖି ନିଜ ବୁଦ୍ଧି ଓ ବିବେକ ଅନୁଯାୟୀ ପଦକ୍ଷେପ ନେବାକୁ ହେବ। ସେହିପରି ଅନ୍ୟତମ ବିଚାରକ ପ୍ରଭାତ କୁମାର ଶତପଥୀ କହିଥିଲେ, ଯୁବପିଢ଼ି ଠିକ ରାସ୍ତାରେ ଗଲେ ଗଣତନ୍ତ୍ର ଠିକ୍‌ ଭାବେ ପରିଚାଳିତ ହୋଇପାରିବ। କେବଳ ସାର୍ଟିଫିକେଟ୍‌ ପାଇଗଲେ ଶିକ୍ଷିତ ହୁଅନ୍ତି ନାହିଁ। ବାସ୍ତବରେ ଅନ୍ତର୍ନିହିତ ଗୁଣାବଳୀର ବିକାଶ କଲେ ତାହା ବାସ୍ତବ ଶିକ୍ଷା ହୋଇଥାଏ। ତେଣୁ ପ୍ରତ୍ୟେକେ ଶିକ୍ଷିତ ହେବା ପାଇଁ ଶପଥ ନେବାକୁ ପଡ଼ିବ। ବକ୍ତୃତା ପ୍ରତିଯୋଗିତାରେ ସମୁଦାୟ ୧୩ଜଣ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରଜ୍ଞାସିନୀ ପାଢ଼ୀ ପ୍ରଥମ, ଅଙ୍କିତା ପ୍ରିୟଦର୍ଶନୀ ରାଉତ ଦ୍ୱିତୀୟ ଓ ଜ୍ୟୋତିର୍ମୟୀ ଲେଙ୍କା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାରେ ଛାତ୍ରୀଛାତ୍ରମାନେ ପ୍ରସଙ୍ଗର ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆମ ଦେଶକୁ ଉନ୍ନତି ଆଡ଼କୁ ଆଗେଇ ନେବାକୁ ହେଲେ ଯୁବସମାଜ ଗୁରୁଦାୟିତ୍ୱ ବହନ କରିବା ଉଚିତ୍‌। ନିଶା କବଳରୁ ମୁକ୍ତ ହୋଇ ନିଜ ପରିବାର, ରାଜ୍ୟ ଓ ଦେଶ ପ୍ରଗତି ପାଇଁ ଦାୟିତ୍ୱବାନ ହେବା ଜରୁରୀ। ପ୍ରାରମ୍ଭରେ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ଧରିତ୍ରୀ ନାଉଗାଁ ବ୍ଲକ ପ୍ରତିନିଧି ସୁଧା ବେଉରା ସହଯୋଗ କରିଥିବାବେଳେ ଜିଲାର ସମସ୍ତ ବ୍ଲକ ପ୍ରତିନିଧି ଉପସ୍ଥିତ ଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଚୈତନ୍ୟ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ। ପରିଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?